ମିନିଅର୍ସ ଡିଜିଜ୍
ଅନ୍ତକର୍ଣ୍ଣର ଏକ ରୋଗ / From Wikipedia, the free encyclopedia
ମିନିଅର୍ସ ଡିଜିଜ୍ (ଏମଡି), ଅନ୍ତକର୍ଣ୍ଣର ଏକ ରୋଗ ଯେଉଁଥିରେ ମୁଣ୍ଡ ବୁଲା, ଟିନିଟସ/ କଣନାଦ, ଶ୍ରବଣ ହାନୀ ହୁଏ ଓ କାନ ଭିତର ପୂର୍ଣ୍ଣ ଥିବା ଭଳି ଲାଗେ ।[3][4] ଗୋଟିଏ କାନରେ ପ୍ରାୟ ଏହି ରୋଗ ହୁଏ ଓ ସମୟ କ୍ରମେ ଉଭୟ କାନ ପ୍ରଭାବିତ ହୋଇପାରେ ।[3] ଏହି ବେମାରୀ ୨୦ ମିନିଟରୁ କିଛି ଘଣ୍ଟା ପର୍ଯ୍ୟନ୍ତ ରହେ ।[5] ଏହିପରି ଘଟଣାମାନଙ୍କ ପୁନରାବୃତ୍ତି ସମୟ ଭିନ୍ନ ଭିନ୍ନ ହୁଏ ।[3] ସମୟକ୍ରମେ ଶ୍ରବଣ ହାନୀ ଓ କାନ ଭିତରେ ହେଉଥିବା ଶବ୍ଦ ଲାଗିରହେ ।[4]
ମିନିଅର୍ସ ଡିଜିଜ୍ | |
---|---|
ମିନିଅର୍ସ ସିଣ୍ଡ୍ରୋମ, ଏଣ୍ଡୋଲିମ୍ଫାଟିକ ହାଇଡ୍ରପ୍ସ[1] | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ଉଚ୍ଚାରଣ | /meɪnˈjɛərz/[2] |
ସ୍ପେଶାଲିଟି | otolaryngology[*] |
ଆଇସିଡ଼ି-୧୦ | H81.0 |
ଆଇସିଡ଼ି-୯-ସିଏମ୍ | 386.0 |
ଓଏମ୍ଆଇଏମ୍ | 156000 |
ରୋଗ ଡାଟାବେସ | 8003 |
ମେଡ଼ିସିନ-ପ୍ଲସ | 000702 |
ଇ-ମେଡ଼ିସିନ | emerg/308 |
MeSH | D008575 |
Orphanet | 45360 |
ମିନିଅର୍ସ ଡିଜିଜ୍ର କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି କିନ୍ତୁ ଜେନେଟିକ ଓ ପରିବେଶ କାରକ ପ୍ରଭାବରୁ ଏହା ହେଉଥିବା ସମ୍ଭବ । [3][1] ରକ୍ତ ନଳୀ ସଙ୍କୋଚନ, ଭୁତାଣୁ ସଂକ୍ରମଣ ଓ ଅଟିଇମ୍ମ୍ୟୁନ ରୋଗ ଇତ୍ୟାଦି ଏହି ରୋଗ ସୃଷ୍ଟି କରିବା ଥିଓରି ଅଛି ।[3] ପ୍ରାୟ ୧୦% କେଶ ପରିବାରରେ ଚାଲୁ ରହେ । [4] ଅନ୍ତଃକର୍ଣ୍ଣର ମେମ୍ବ୍ରେନସ୍ ଲାବିରିନ୍ଥରେ ଅଧିକ ତରଳ ପଦାର୍ଥ ଜମିଯିବା ଫଳରେ ଏହା ହୁଏ । ଲକ୍ଷଣ ଓ କାନ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[3] ଏକା ଭଳି ଲକ୍ଷଣ ପ୍ରକାଶ ପାଉଥିବା ଅନ୍ୟ ରୋଗମାନଙ୍କ ନାମ: ଭେସ୍ଟିବୁଲାର ମିଗ୍ରେନ (vestibular migraine) ଓ ଟ୍ରାଞ୍ଜିଏଣ୍ଟ ଇସକେମିକ ଆଟାକ (transient ischemic attack) । [1]
ଏହା ଆରୋଗ୍ୟସାଧ୍ୟ ନୁହେଁ ।[3] ପ୍ରତି ଆକ୍ରମଣରେ ଓକାଳ ଓ ଉଦ୍ବେଗକୁ ଔଷଧ ଦେଇ ଚିକିତ୍ସା କରାଯାଏ । ଆକ୍ରମଣ ପ୍ରତିରୋଧ ଉପାୟ ଗୁଡ଼ିକର ଫଳାଫଳ ପ୍ରମାଣିତ ହୋଇନାହିଁ । ସ୍ୱଳ୍ପ ଲବଣ ଯୁକ୍ତ ଖାଦ୍ୟ, ମୂତ୍ରବର୍ଦ୍ଧକ ଔଷଧ (diuretics) ଓ କର୍ଟିକୋସ୍ଟିରଏଡ (corticosteroid) ଦେଇ ପରୀକ୍ଷା କରାଯାଇପାରେ ।[4] ଫିଜିକାଲ ଥେରାପି (en:Physical therapy|Physical therapy]])ଦ୍ୱାରା ସନ୍ତୁଳନ ସାହାଯ୍ୟ ମିଳିପାରେ ଓ କାଉନସେଲିଙ୍ଗଦ୍ୱାରା (counselling) ଉତ୍କଣ୍ଠା ଦୂର ହୋଇପାରେ ।[4][3] କୌଣସି ଉପାୟରେ ଭଲ ନ ଲାଗିଲେ କାନରେ ଇଞ୍ଜେକସନ ଦିଆଯାଏ ବା ଅପରେଶନ କରାଯାଏ କିନ୍ତୁ ଏହାଦ୍ୱାରା ହାନୀ ହୋଇପାରେ । [5][3] ଲୋକପ୍ରିୟ ଟିମ୍ପାନୋସ୍ଟୋମି ଟ୍ୟୁବ (tympanostomy tubes) ଯଦିଓ ଲୋକପ୍ରିୟ ତଥାପି ଏହାର ସମର୍ଥନ ନାହିଁ ।[5]
ସନ ୧୮୦୦ରେ ପ୍ରସ୍ପର୍ ମିନିଅର (Prosper Meniere) ପ୍ରଥମେ ଏହି ରୋଗ ଚିହ୍ନଟ କରିଥିଲେ ।[5] ପ୍ରତି ଏକ ହଜାର ଲୋକରେ ୦.୩ରୁ ୧.୯ ଲୋକଙ୍କୁ ଏହି ରୋଗ ଆକ୍ରମଣ କରେ । [1] ୪୦ରୁ ୬୦ ଦଶକ ବୟସ ମଧ୍ୟରେ ଏହି ରୋଗ ହୁଏ । [3] ମହିଳାମାନଙ୍କୁ ପୁରୁଷଙ୍କ ଅପେକ୍ଷ ଏହି ରୋଗ ଅଧିକ ହୁଏ ।[1] ମୁଣ୍ଡବୁଲା ୫ରୁ ୧୫ ବର୍ଷ ମଧ୍ୟରେ ବନ୍ଦ ହୋଇଯାଏ ଓ ତା'ପରେ ରୋଗୀର ସନ୍ତୁଳନ, ଶ୍ରବଣହାନୀ ଓ କାନରେ ହେଉଥିବା ଶବ୍ଦ କିଛି ପରିମାଣରେ କମିଯାଏ ।[5]