From Wikipedia, the free encyclopedia
ଉଦ୍ବେଗ (English: anxiety) ହେଉଛି ଏକ ମନର ଭାବ ଯାହାକି ମନରେ ଆଭ୍ୟନ୍ତରୀଣ ଅଶାନ୍ତି ସୃଷ୍ଟି କରିଥାଏ, ବହୁ ସମୟରେ ଏଥିସହ ଘାବରେଇ ଯିବା ଭଳି ବ୍ୟବହାର ମଧ୍ୟ ଯଥା ଆଗ ପଛ ହେବା, ଦୈହିକ ଅଭିଯୋଗ ଓ ସବୁବେଳେ ଚିନ୍ତାକରିବା ସ୍ଥତିରେ ରହିବ ଆଦି ହୋଇପାରେ ।[1] ଆଗକୁ ଘଟିବାକୁ ଥିବା ଘଟଣାଗୁଡିକ ବିଷୟରେ ଚିନ୍ତା କରିବାର ଏହା ଏକ ଖରାପ ଭାବନା, ଯଥା କେଉଁ ନିଜର ବ୍ୟକ୍ତିଙ୍କର ମୃତ୍ୟୁ ଇତ୍ୟାଦି । [2] ଉଦ୍ବେଗ ଓ ଡର ସମାନ ଭାବନା ନୁହନ୍ତି । ଡର ହେଉଛି ସଙ୍ଗେ ସଙ୍ଗେ ଘଟିଥିବା ଘଟଣାର ଏକ ପ୍ରତିକ୍ରିୟା[3], କିନ୍ତୁ ଉଦ୍ବେଗ ହେଉଛି ଭବିଷ୍ୟତରେ ଘଟିବାକୁ ଥିବା ଆଶଙ୍କିତ ଘଟଣା । ଉଦ୍ବେଗ ଏକ ସମ୍ପୂର୍ଣ୍ଣ ପ୍ରାକୃତିକ ଭାବନା ଅଟେ, କିନ୍ତୁ ଯଦି ଏହା ବାରମ୍ବାର ହେଉଛି ତେବେ ଏହା ଉଦ୍ବେଗ ଅବ୍ୟବସ୍ଥା ରୂପ ନେଇପାରେ ।
ଉଦ୍ବେଗ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Psychiatry, psychology |
ଉଦ୍ବେଗକୁ ଦୈନନ୍ଦିନ ଜୀବନରେ ଟିକେ ଅଧିକ ସମୟଧରି ଘଟୁଥିବା ଘଟଣାଗୁଡିକରୁ ଅନୁଭବ କରାଯାଇ ପାରିବ ଯାହାକି ଜୀବନର ଗୁଣକୁ କମାଇଦେଇଥାଏ, ଯାହାକୁ କି କ୍ରନିକ ଉଦ୍ବେଗ କୁହାଯାଇଥଏ, ଅନ୍ୟ ପକ୍ଷରେ ଏହା ମଧ୍ୟ ଛୋଟ ଛୋଟ ତୀବ୍ର ଚାପଯୁକ୍ତ ହୋଇପାରେ ଯାହା ପ୍ୟାନିକ ଆଟାକର ରୂପ ନେଇପାରେ ଏହାକୁ ଆକ୍ୟୁଟ ଉଦ୍ବେଗ କୁହାଯାଇଥାଏ ।[4] ବ୍ୟକ୍ତିରୁ ବ୍ୟକ୍ତି ଉଦ୍ବେଗ ଜନିତ ଲକ୍ଷଣ ଭିନ୍ନ ଭିନ୍ନ ଧରଣର ହୋଇଥାଏ, ଏହା କେତେଥର, ତୀବ୍ରତା ଆଦି ଉପରେ ନିର୍ଭର କରେ । ପ୍ରାୟ ସଭିଏଁ ନିଜ ଜୀବନରେ କୌଣସି ନା କୌଣସି ସମୟରେ ଉଦ୍ବେଗ କରିଥାନ୍ତି, ହେଲେ ଲମ୍ବା ଚାଲିଲାଭଳି ସମସ୍ୟା ସମସ୍ତେ କରନ୍ତି ନାହିଁ ।
ଉଦ୍ବେଗ ବେଳେ ବେଳେ ଅବସାଦର ରୂପ ନେଇ ଆତ୍ମହତ୍ୟାର ମଧ୍ୟ ପରିଣତ ହୋଇପାରେ । ତେଣୁ ଆତ୍ମହତ୍ୟା ନିରୋଧୀ ହେଲ୍ପଲାଇନ ନମ୍ବର ୨୪-ଘଣ୍ଟା ଖୋଲା ଥାଏ ।[5]
ଉଦ୍ବେଗ ଯୋଗୁଁ ଉଭୟ ମାନସିକ ଓ ଶାରୀରିକ ଲକ୍ଷଣ ଦେଖାଯାଇପାରେ । କେତେକ ଶାରୀରିକ ଲକ୍ଷଣଗୁଡ଼ିକ ହେଲା:
ଏହି ପ୍ରକାର ଉଦ୍ବେଗରେ ଜଣେ ବ୍ୟକ୍ତି ଏହାର ଏହି ଦୁନିଆର ଚାଲିଯିବାର ଆଶଙ୍କା ପ୍ରକାଶ କରିଥାଏ । [6]
ଭିକ୍ଟର ଫ୍ରାଙ୍କଏଲ ତାଙ୍କର ବହିରେ ଲେଖିଥିଲେ ଯେତେବେଳେ ମଣିଷ ନିଜର ମୃତ୍ୟୁର ବହୁତ ପାଖରୁ ଦେଖେ ସେତେବେଳେ ସେ ମୃତ୍ୟୁରୁ ବଞ୍ଚିବା ପାଇଁ, ଜୀବିତ ରହିବାର ଅର୍ଥ ଖୋଜିଥାଏ ।[7]
ୟର୍କ୍ସ-ଦଦଶନ ନିୟମ ହିସାବରେ ଏକ ନିର୍ଦ୍ଧିଷ୍ଟ ମାତ୍ରାରେ ଉଦ୍ବେଗଦ୍ୱାରା ଜଣେ ଭଲ ଭାବରେ ପରୀକ୍ଷା, ପ୍ରଦର୍ଶନ, ପ୍ରତିଯୋଗିତାମୂଳକ ଘଟଣା ସବୁ କରିପାରିବ । କିନ୍ତୁ ଏହି ମାତ୍ରା ଯଦି ସେହି ନିର୍ଦ୍ଧିଷ୍ଟ ଆବଶ୍ୟକତା ମୂଲ୍ୟରୁ ଅଧିକ ହୋଇଯାଏ ତେବେ ପ୍ରଦର୍ଶନରେ ଅବନ୍ତୀ ଦେଖିବାକୁ ମିଳିଥାଏ ।[8]
ପରୀକ୍ଷଣ ଉଦ୍ବେଗ ହେଉଛି ସେହି ଅସହଜ, କଷ୍ଟ , ଘାବରେଇଲା ଭାବନା ଯାହା କୌଣସି ଏକ ବଡ଼ ପରୀକ୍ଷା ଦେବା ପୂର୍ବରୁ ଜଣେ ବ୍ୟକ୍ତି ଅନୁଭବ କରିଥାଏ ।[9] [10] [11][12] [13]
ମନୁଷ୍ୟ ହେଉଛି ଏକ ସାମାଜିକ ପ୍ରାଣୀ ତେଣୁ ଅନ୍ୟ କେହି ଯଦି ଜଣେ ମନୁଷ୍ୟର ନିଷ୍ପତିକୁ ମନା କରିଦିଏ ଏହି ଭଳି କ୍ଷେତ୍ରରେ ଉଦ୍ବେଗ ଘଟିପାରେ । [14]
ନିଷ୍ପତି ନେବା ସମୟରେ ଅନିଶ୍ଚିତତା ଯୋଗୁଁ ଉଦ୍ବେଗ ହୋଇ ଜଣଙ୍କର ଭାବନା ସହିତ ଖେଳି ନିଷ୍ପତି ନେବା ପ୍ରକ୍ରିୟାରେ ବାଧକ ସାଜିପାରେ । [15]
ପ୍ରାୟ ୧୨% ଲୋକ ପ୍ରତି ବର୍ଷରେ ଉଦ୍ବେଗ ଅବ୍ୟବସ୍ଥାର ଶିକାର ହୋଇଥାନ୍ତି । [16] ୨୫ ବର୍ଷରୁ କମ ବୟସର ମହିଳାମାନଙ୍କ କ୍ଷେତ୍ରରେ ପୁରୁଷମାନଙ୍କର ଅପେକ୍ଷା ଏହା ଦୁଇଗୁଣ ଅଧିକ ହୋଇଥାଏ ।[17]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.