From Wikipedia, the free encyclopedia
ମେଥି (Trigonella foenum-graecum) ଏକ ତୃଣ ଜାତୀୟ ଉଦ୍ଭିଦ। ଅତି ବେଶୀରେ ଏହା ଏକ ଫୁଟ ପର୍ଯ୍ୟନ୍ତ ବଢିଥାଏ। ଏହାର ପତ୍ରକୁ ଶାଗ କରି ଖାଇଥାନ୍ତି। ଏହା ଖୁବ୍ ରୁଚିକର। ଭାରତୀୟ ଖାଦ୍ୟଦ୍ରବ୍ୟରେ ଏହାକୁ ମସଲା ରୂପେ ବ୍ୟବହାର କରାଯାଇଥାଏ।
ମେଥି/ମେଥୀ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Fabales |
କୁଳ: | Fabaceae |
ପ୍ରଜାତି: | Trigonella |
ଜାତି: | T. foenum-graecum |
ବାଇନୋମିଆଲ ନାମ | |
Trigonella foenum-graecum | |
ଭାଷା | ନାମ |
---|---|
ଓଡ଼ିଆ | ମେଥି, ମେଥୀ |
ସଂସ୍କୃତ | ମେଥୀକା, ମେଥିନୀ, ବୋଧନୀ, ବହୁ ପତ୍ରିକା, ଦୀପନୀ, ପୀତବୀଜା, ଗନ୍ଧବୀଜା, ମନ୍ଥା, କୁଞ୍ଚିକା, ବହୁପର୍ଣ୍ଣୀ, କୈରବୀ, ମିଶ୍ରପୁଷ୍ପା, ଚନ୍ଦ୍ରିକା, ଗନ୍ଧଫଳା, ବଲ୍ଲରୀ |
ହିନ୍ଦୀ | ମେଥି मेथि |
କନ୍ନଡ଼ | ମେନଫିଆ ಮೇನಫಿಯಾ |
ଗୁଜରାଟୀ | ମେଥି મેિથ |
ତାମିଲ | ୱେନ୍ଦାୟମ வேந்தாயம |
ତେଲୁଗୁ | ମେଣ୍ଟିକୋରା, ମେଣ୍ଟେଲୁ మేన్టికోరా |
ପଞ୍ଜାବୀ | ମେଥି |
ସିନ୍ଧି | ମେଥି |
ଉର୍ଦ୍ଦୁ | ମେଥି |
ବଙ୍ଗଳା | ମେଥା েমখা |
ମରାଠି | ମେଥି मेथि |
ମାଲୟାଲମ | ବେନିଦୟାମ വേനിദയാമ |
ବର୍ମିଜ | ପେନାନଟାଜି |
ଇଂରାଜୀ | Fenugreek |
ଫ୍ରେଞ୍ଚ | Graine Joyeuse |
ଜର୍ମାନ | Bockshom |
ପର୍ସିୟାନ | ଶାମଲିଦ |
ସିଂହଳି | ଉଲୁହାଲ |
କଟୁ ମିଶ୍ରିତ ତିକ୍ତରସ, ପାଚକ, ଉଷ୍ଣବୀର୍ଯ୍ୟ। ମାତ୍ରା ଚାରିଅଣାରୁ ଏକ ଭରି ପର୍ଯ୍ୟନ୍ତ।
ମୁଖ୍ୟ ମେଥି ଉତ୍ପାଦନକାରୀ ଦେଖମାନେ ହେଲେ: ନେପାଳ, ଭାରତ, ପାକିସ୍ଥାନ, ବଙ୍ଗଳାଦେଶ, ଆର୍ଜେଣ୍ଟିନା, ଇଜିପ୍ଟ, ଫ୍ରାନ୍ସ, ସ୍ପେନ, ତୁର୍କୀ, ମୋରୋକୋ ଓ ଚୀନ । ମେଥି ଉତ୍ପାଦନରେ ଭାରତ ହେଉଛି ବିଶ୍ୱରେ ପ୍ରଥମ । ଏହା ଭାରତର ରାଜସ୍ଥାନ, ଗୁଜରାଟ, ଉତ୍ତରାଞ୍ଚଳ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ହରିୟାଣା ଓ ପଞ୍ଜାବ । ଏମାନଙ୍କର ଭିତରେ ରାଜସ୍ଥାନରେ ସବୁଠାରୁ ବେଶି, ପାଖାପାଖି ଦେଶର ମୋଟ ଉତ୍ପାଦନର ଶତକଡ଼ା ୮୦ ଭାଗ ମେଥି ଉତ୍ପାଦିତ ହୋଇଥାଏ । ମେଥିପତ୍ରକୁ ଶୁଖାଇ ପ୍ରସ୍ତୁତ କରା ଯାଉଥିବା କସୁରି ମେଥି ଏହାର କ୍ଷୁଧା ଉଦ୍ଦିପକ ସୁଗନ୍ଧ ପାଇଁ ଲୋକପ୍ରିୟ । ଏହା କସୁର, ପାକିସ୍ଥାନରୁ ଆସିଥାଏ, ଯାହା ଭାରତ ଓ ପାକିସ୍ଥାନ ଅନ୍ତର୍ଗତ ପଞ୍ଜାବ ଅଞ୍ଚଳର ସତଲେଜ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷ କରା ଯାଇଥାଏ । (sources: T. Jilani PhD, Arizona, DASD 2007)[2][3]
ରୋଷେଇରେ ମେଥିକୁ ମୁଖ୍ୟତଃ ତିନି ପ୍ରକାରରେ ପ୍ରୟୋଗ କରାଯାଏ : ଜଡ଼ିବୁଟି (ଶୁଖିଲା ପତ୍ର ବା ସଜ ପତ୍ର) ଭାବରେ, ମସଲା (ମଞ୍ଜି) ଭାବରେ ଆଉ ପରିବା/ଶାଗ (ସଜ ପତ୍ର, ଗଜା ମେଥି) ଭାବରେ।
ଏହା ଏକ ପ୍ରସିଦ୍ଧ ଓ ଲୋକପ୍ରିୟ ଭାରତୀୟ ମସଲା ଯାହା ଆୟତାକାର ଓ ଦେଖିବାକୁ ହଳଦିଆ । ଆଚାର, ତରକାରି, ଭଜା ଇତ୍ୟାଦି ପ୍ରସ୍ତୁତିରେ ଏହାର ବହୁଳ ବ୍ୟବହାର ହୋଇଥାଏ । ପଞ୍ଚୁ ଫୁଟଣ ଓ ସମ୍ବର ମସଲାର ଏହାର ଏକ ଭାଗ ରହିଥାଏ । ଏହାର ପିତା ଅଂଶକୁ କମ୍ କରିବାପାଇଁ ଏହାକୁ ଭାଜି ଦିଆଯାଏ ।[4]
ଶୁଖିଲା ମେଥିପତ୍ର, ଯାହାକୁ ‘‘କସୁରି ମେଥି’’ କୁହାଯାଏ, ତାହା ଡାଲି ଓ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତିରେ ଉପଯୋଗ ହୋଇଥାଏ । ଏହା ଇଷତ୍ ତିକ୍ତ ହେଲେ ବି ଏହାର ବାସ୍ନା ଖାଦ୍ୟଦ୍ରବ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ ।
ଭାରତୀୟ ରୋଷେଇରେ ଗଜାମେଥିର ପ୍ରୟୋଗ ହୋଇଥାଏ। ନଡ଼ିଆ ଓ ଲେମ୍ବୁ ସହିତ ଏହାର ସାଲାଡ଼ ଖୁବ୍ ସ୍ୱାଦିଷ୍ଠ। ମହାରାଷ୍ଟ୍ରରେ ମୁମ୍ବାଇର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ଚାଷ ହେଉଥିବାରୁ ଏହାକୁ ସମୁଦ୍ର ମେଥି ବୋଲି ମଧ୍ୟ କୁହାଯାଏ ।[5].
ମେଥିକୁ ଇରିଟ୍ରିଆ ଓ ଇଥିଓପିଆରେ ମଧ୍ୟ ବ୍ୟଞ୍ଜନ ରୂପେ ବ୍ୟବହାର କରାଯାଏ। [6] ସେମାନଙ୍କ ଭାଷାରେ ସେମାନେ ଏହାକୁ ଆବେଶ ବା ଆବିଶ କହିଥାନ୍ତି, ଓ ଏହାକୁ ଡାଇବେଟିସ୍ ରୋଗ ନିବାରଣ ପାଇଁ ଏହାର ପ୍ରୟୋଗ କରିଥାନ୍ତି ।[6]
ୟେମେନର ଜୀଉମାନେ ମଧ୍ୟ ମେଥିକୁ ଫେଣଯୁକ୍ତ ସସ୍ ବା ହିଲ୍ବା Hilba (חילבה) ଭାବରେ ବ୍ୟବହାର କରିଥାନ୍ତି । ଏହାକୁ ସେମାନେ ପ୍ରତିଦିନ ଖାଇବା ସହିତ ରୋଶ ହସାନା ବା ଜୀଉ ନବବର୍ଷର ପ୍ରଥମ ଓ ଦ୍ୱିତୀୟ ରାତ୍ରୀର ଭୋଜନରେ ଅବଶ୍ୟ ସେବନ କରିଥାନ୍ତି ।
ଏହାର ସର୍ବାଙ୍କ ଔଷଧ ରୂପେ ପ୍ରୟୋଗ କରାଯାଏ। ଏହା ଛଡ଼ା ଏହାକୁ ଶାଗ ଓ ମସଲା ରୂପେ ମଧ୍ୟ ବ୍ୟବହାର କରାଯାଏ।
ମେଥି ପଲିସାକାରାଇଡ polysaccharide ଓ ଗାଲାକ୍ଟୋମାନନ galactomannanର ପ୍ରମୁଖ ଉତ୍ସ। ଏହାଛଡା ଏଥିରେ ଡାୟୋସଜେନିନ୍ diosgenin, ୟାମୋଜେନିନ yamogenin, ଗିଟୋଜେନିନ (gitogenin), ଟିଟୋଜେନିନ (tigogenin), ଓ ନିଓଟୋଜେନିନ୍ ପରି ଅନେକ ପ୍ରକାରର ସାପୋନିନ୍ saponin ରହିଥାଏ। ଏହାର ଅନ୍ୟ କେତୋଟି ଜୈବିକ ଉପାଦାନ ହେଉଛି ମୁସିଲେଜ mucilage, ଉଦ୍ବାୟୀ (ଯାହା ଉଡ଼ିଯାଏ) ତେଲ volatile oil, ଏବଂ କୋଲାଇନ୍ choline ଓ ଟ୍ରିଗୋନେଲାଇନ trigonelline ନାମକ ଆଲକାଲଏଡ୍ ବା କ୍ଷାର alkaloid।
ପୁରାତନ ଚୀନି ଔଷଧରେ ମେଥିକୁ ହୁ ଲୁ ବା Hu Lu Ba (Traditional Chinese: 胡蘆巴, Simplified Chinese: 胡芦巴, Pinyin: hú lú bā) ନାମରେ ପ୍ରୟୋଗ କରାଯାଏ, ଯେଉଁଠି ଏହା ବୃକ୍କ ପାଇଁ ହିତକାରକ ବୋଲି କୁହାଯାଏ। ଏହା ବୃକ୍କକୁ ଉଷ୍ଣ କରେ ଓ ବଳଦିଏ। ହାର୍ଣ୍ଣିୟାରେ hernia ମଧ୍ୟ ଏହାକୁ କଞ୍ଚା ବା ଭାଜି ବ୍ୟବହାର କରାଯାଏ।
ଭାରତୀୟ ଔଷଧରୂପେ ଆଣ୍ଠୁଗଣ୍ଠି ବାତକୁ ଉପଶମପାଇଁ ୨ରୁ ୩ ଗ୍ରାମ କଞ୍ଚା ମେଥିକୁ ସକାଳେ ଦାନ୍ତ ଘସିବା ଆଗରୁ, ଚା ବା କଫି ପିଇବା ଆଗରୁ ଉଷୁମ ପାଣି ସହିତ ସେବନ କରାଯାଏ। ଏହାକୁ ସିଧା ଢୋକି ଦେବାକୁ ହୋଇଥାଏ ଓ ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। [ଆଧାର ଲୋଡ଼ା]
ପାରସ୍ୟ ରୋଷେଇରେ ମଧ୍ୟ ଏହାର ପ୍ରୟୋଗ ହୋଇଥାଏ। ଏହାକୁ شنبلیله (shanbalile) ସାନବାଲାଇଲ ବୋଲି କୁହାଯାଏ। ଆରବର ପୁରାତନ ଔଷଧି ଶାସ୍ତ୍ରରେ ଏହାକୁ حلبه (Helba or Hulba) ହେଲ୍ବା ବା ହୁଲବା ବୋଲି କୁହାଯାଏ। ମଧ୍ୟ ପ୍ରାଚ୍ୟରେ ବୃକ୍କ, ହୃତ୍ପିଣ୍ଡ, ତଳିପେଟର ରୋଗ ଓ ମଧୁମେହ (Diabetes)ରେ ଏହାର ପ୍ରୟୋଗ କରାଯାଏ। ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ ମାଆମାନେ ଏହାକୁ ସେବନ କରିଥାନ୍ତି।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.