ଲିନେଜୋଲିଡ
From Wikipedia, the free encyclopedia
ଲିନେଜୋଲିଡ (ଇଂରାଜୀ ଭାଷାରେ Linezolid) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନ୍ୟାନ୍ୟ ଆଣ୍ଟିବାୟୋଟିକ ପ୍ରତିରୋଧୀ (resistant) ଗ୍ରାମ ପଜିଟିଭ ଜୀବାଣୁ (Gram-positive bacteria) ସଂକ୍ରମଣରେ (infection) ଦିଆଯାଏ ।[1][2] ସ୍ଟ୍ରେପ୍ଟୋକୋକାଇ (streptococci), ଭାଙ୍କୋମାଇସିନ ରେଜିସ୍ଟାଣ୍ଟ ଏଣ୍ଟେରୋକୋକାଇ (vancomycin-resistant enterococci ବା VRE) ଓ ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକାଇ (methicillin-resistant Staphylococcus aureus ବା MRSA) ଇତ୍ୟାଦି ଗ୍ରାମ ପଜିଟିଭ ଜୀବାଣୁମାନଙ୍କ ନିମନ୍ତେ ଲିନେଜୋଲିଡ ଦିଆଯାଏ । [3] ମୂଖ୍ୟତଃ ଚର୍ମ ସଂକ୍ରମଣ ଓ ନିମୋନିଆ ରୋଗରେ ଦିଆଯିବା ସହିତ ଔଷଧ ପ୍ରତିରୋଧୀ ଯକ୍ଷ୍ମା (drug resistant tuberculosis) ତଥା ଅନ୍ୟାନ୍ୟ ଅନେକ ସଂକ୍ରମଣରେ ଏହି ଔଷଧ ଦିଆଯାଏ ।[2][4] ଏହା ପାଟିରେ ଓ ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[2] 2-ଅକ୍ସାଜୋଲିଡୋନ (oxazolidinone) ଶ୍ରେଣୀର ଏହା ଏକ ଔଷଧ ।[2]
Clinical data | |
---|---|
Pronunciation | /lɪˈnɛzəlɪd/ li-NEZ-ə-lid, /lɪˈneɪzəlɪd/ |
Trade names | Zyvox, Zyvoxid, others |
AHFS/Drugs.com | monograph |
MedlinePlus | a602004 |
data |
|
Pregnancy category |
|
Routes of administration | intravenous infusion, by mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | ~100% (oral) |
Protein binding | Low (31%) |
Metabolism | liver (50–70%, CYP not involved) |
Elimination half-life | 4.2–5.4 hours (shorter in children) |
Excretion | non-kidney, kidney, and fecal |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEMBL | |
NIAID ChemDB | |
ECHA InfoCard | 100.121.520 |
Chemical and physical data | |
Formula | C16H20FN3O4 |
Molar mass | 337.346 g/mol |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ସ୍ୱଳ୍ପ କାଳୀନ ଭିତ୍ତିରେ ଲିନେଜୋଲିଡ ଏକ ଅପେକ୍ଷାକୃତ ନିରାପଦ ଆଣ୍ଟିବାୟୋଟିକ ।[1] ଏହା ସବୁ ବୟସର ଲୋକଙ୍କୁ ଓ ଯକୃତ ରୋଗ (liver disease) ତଥା ବୃକ୍କ ରୋଗ (poor kidney function) ଥିଲେ ମଧ୍ୟ ବ୍ୟବହାର କରିହୁଏ । ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ତରଳ ଝାଡ଼ା, ରାସ୍ ଓ ଅଇ ଇତ୍ୟାଦି ଲକ୍ଷଣ ଦେଖାଯାଏ ।[2] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ସେରୋଟୋନିନ ସିଣ୍ଡ୍ରୋମ, ଅସ୍ଥିମଜ୍ଜା ଦମନ (bone marrow suppression) ଓ ଲାକ୍ଟିକ ଏସିଡୋସିସ (high blood lactate levels) ହୁଏ ବିଶେଷତଃ ୨ ସପ୍ତାହରୁ ଅଧିକ ସମୟ ଧରି ଏହା ବ୍ୟବହାର କଲେ ।[2][5] ଏହାଠାରୁ ଅଧିକ ବ୍ୟବହାର କଲେ କେମୋଥେରାପି ଜନିତ ନିଉରୋପାଥି (nerve damage) ହୁଏ ବିଶେଷତଃ ଅପଟିକ ସ୍ନାୟୁ ନଷ୍ଟ (optic nerve damage) ହୋଇଯାଏ ।[5]
ଲିନେଜୋଲିଡ ଏକ ପ୍ରୋଟିନ ପ୍ରସ୍ତୁତି ବାଧାକାରୀ (protein synthesis inhibitor) ଯାହା ଜୀବାଣୁର ଜୈବ ପ୍ରୋଟିନ ପ୍ରସ୍ତୁତିର (produce protein) ଶକ୍ତିକୁ ପ୍ରଭାବିତ କରେ ।[6] ଏହା ବୃଦ୍ଧି ନିବାରଣକାରୀ (stops growth) ବା ଜୀବାଣୁ ମୃତ୍ୟୁକାରୀ (bacterial death) ହୋଇପାରେ ।[2] ଅନେକ ଆଣ୍ଟିବାୟୋଟିକ ଏହିଭଳି କାମ କରୁଥିଲେ ମଧ୍ୟ ଲିନେଜୋଲିଡର ଏହ ବିଶେଷ କାର୍ଯ୍ୟବିଧି (mechanism of action) ଅଛି ଯଦ୍ୱାରା ଏହା ପ୍ରୋଟିନ ତିଆରିର ମଧ୍ୟବର୍ତ୍ତୀ ପଦକ୍ଷେପରେ ବାଧା ନ ଦେଇ ଆରମ୍ଭରୁ ବାଧା ସୃଷ୍ଟି କରେ ।[6] ସନ ୨୦୧୪ ସୁଦ୍ଧା ଏହାର ଜୀବାଣୁ ଅବରୋଧ (bacterial resistance) କମ୍ ଅଛି ।[7]
ଲିନେଜୋଲିଡ ସନ ୧୯୯୦ରେ ଆବିଷ୍କୃତ ହୋଇ ସନ ୨୦୦୦ରେ ସ୍ୱୀକୃତିପ୍ରାପ୍ତ ହେଲା ।[8][9] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[10] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[2] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ପ୍ରାୟ ୨.୯୦ ଆମେରିକୀୟ ଡଲାର ।[11] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଦିନ ଡୋଜର ମୂଲ୍ୟ ସନ ୨୦୧୬ରେ ୧୩.୭୯ ଥିଲା ।[12] ଏହି ଔଷଧ ଶିରାଭ୍ୟନ୍ତର ଇଞ୍ଜେକସନ ଦେବା ପରେ ପାଟିରେ ଦେବାରୁ ଅନ୍ୟାନ୍ୟ ଔଷଧ ଯେପରିକି ଭାଙ୍କୋମାଇସିନ ଅପେକ୍ଷା ଖର୍ଚ୍ଚ କମ ହୁଏ । [13]