ଲୌହ ଅତିଭାର କୁହାଯାଏ ଯେତେବେଳେ ଶରୀରରେ ଅତ୍ୟଧିକ ପରିମାଣର ଲୁହା ଜମିଯାଏ । From Wikipedia, the free encyclopedia
ଲୌହ ଅତିଭାର, ଅନ୍ୟ ନାମ ହେମୋକ୍ରୋମାଟୋସିସ (ଇଂରାଜୀ ଭାଷାରେ Iron overload ବା hemochromatosis) କୁହାଯାଏ ଯେତେବେଳେ ଶରୀରରେ ଅତ୍ୟଧିକ ପରିମାଣର ଲୁହା ଜମିଯାଏ ।[1] ଏହାର ଲକ୍ଷଣ: ଥକ୍କା, ଉଦର ଯନ୍ତ୍ରଣା, ଚର୍ମ କଳା ପଡ଼ିଯିବା ଏବଂ ଯୌନ ସମସ୍ୟା ଉତ୍ପନ୍ନ ହୁଏ ।[2] ରୋଗ ଜଟିଳ ହେଲେ ସିରୋସିସ୍, ଯକୃତ ବିଫଳତା, ଯକୃତ କର୍କଟ, ହୃଦ୍ପାତ, ମଧୁମେହ, ଆର୍ଥ୍ରାଇଟିସ, ଏବଂ ସଂକ୍ରମଣ ହୋଇପାରେ । [2] [1]
Iron overload | |
---|---|
Haemochromatosis, hemochromatosis, bronze diabetes[1] | |
ବିଭାଗ | Hematology, gastroenterology |
ଲକ୍ଷଣ | Tiredness, abdominal pain, darkening skin, sexual dysfunction[2] |
ଆକ୍ରାନ୍ତ ସମୟ | Males > 40, females > 50[2] |
କାରଣ | Primary: Hereditary haemochromatosis (HHC)[2] Secondary: Repeated blood transfusions, excessive dietary intake[2] |
ବିପଦ କାରକ | Liver diseases, alcoholism[2] |
ରୋଗ ନିର୍ଣ୍ଣୟ ପଦ୍ଧତି | Blood tests (high ratio of iron to transferrin), liver biopsy[2] |
ଚିକିତ୍ସା | Phlebotomy, chelation therapy, liver transplant[2] |
ପୁନଃପୌନିକ | HCC 1 in 400 white people[1] |
ଏହାର ସାଧାରଣ କାରଣ ହେଉଛି ଜେନେଟିକ ସମସ୍ୟାର ବଂଶଗତ ହେମୋକ୍ରୋମାଟୋସିସ (HHC), ଜେନେଟିକ ସମସ୍ୟା ଏବଂ ପୁନଃପୌନିକ ରକ୍ତ ଗ୍ରହଣ ଫଳରେ ଲୌହ ପରିମାନ ବୃଦ୍ଧି ।[2] ଅତ୍ୟଧିକ ଖାଦ୍ୟ ଗ୍ରହଣ କିମ୍ବା କ୍ୱଚିତ ଦେଖାଯାଉଥିବା ଶିଶୁର ବିକାଶ ସମୟରେ ଆଘାତ ଫଳରେ ଏହା ହୁଏ ଯାହାକୁ ନିଓନାଟାଲ ହେମୋକ୍ରୋମାଟୋସିସ ମଧ୍ୟ କୁହାଯାଏ ।[2] ଅନ୍ୟାନ୍ୟ ଯକୃତ ରୋଗ ଥିଲେ ଏବଂ ମଦ୍ୟପାନ କରୁଥିଲେ ଏହାର ଗୁରୁତର ସଙ୍କଟ ରହିପାରେ । [2] ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ଓ ଯକୃତ ବାୟୋପ୍ସିଦ୍ୱାରା ଏହାକୁ ସମର୍ଥନ କରାଯାଏ ।[2]
ଚିକିତ୍ସା: ନିୟମିତ ଫ୍ଲେବୋଟୋମିଦ୍ୱାରା ଶିରାରୁ ରକ୍ତ ଅପସାରଣ କରି ଲୌହ ଅତିଭାର କମେଇଦିଆଯାଏ ।[2] ପ୍ରାରମ୍ଭରେ ଏହା ସପ୍ତାହରେ ଦୁଇଥର କରାଯାଇପାରେ ଏବଂ ଥରେ ସ୍ତର ହ୍ରାସ ହେଲେ ବର୍ଷକୁ ଦୁଇରୁ ତିନିଥର କରାଯାଇପାରେ | [2] ଯେଉଁମାନଙ୍କର ଅନ୍ୟ କାରଣରୁ ଲୌହ ଅତିଭାର ଥାଏ, ସେମାନଙ୍କର ଚିଲେସନ ଥେରାପି କରି ଚିକିତ୍ସା କରାଯାଏ । [2] ନିଓନାଟାଲ ହେମୋକ୍ରୋମାଟୋସିସ ରୋଗରେ ପ୍ରତିବଦଳ ରକ୍ତଦାନ ଓଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଥେରାପି ସହିତ ଚିକିତ୍ସା କରାଯାଇପାରେ | [2] ବେଳେବେଳେ ଯକୃତ ପ୍ରତିରୋପଣ ଆବଶ୍ୟକ ହୁଏ | [2] ଲୌବ ପରିପୂରକଏବଂ ଭିଟାମିନ୍ ସି ଏଡ଼େଇବା ଉଚିତ୍ | [2]
ଶ୍ୱେତାଙ୍ଗ ଲୋକଙ୍କ ମଧ୍ୟରୁ ପ୍ରତି ୪୦୦ ଜଣରେ ୧ ଜଣର ଏହି ରୋଗ ଥାଏ ଏହା ଏହି ଗୋଷ୍ଠୀର ସବୁଠାରୁ ସାଧାରଣ ଅଟୋସୋମାଲ ରିସିସିଭ ରୋଗ ।[1] ପୁରୁଷମାନଙ୍କର ଲକ୍ଷଣ ୪୦ ବର୍ଷ ବୟସ ପରେ ଏବଂ ମହିଳାଙ୍କର ସାଧାରଣତଃ ୫୦ ବର୍ଷ ବୟସ ପରେ ଏହି ରୋଗ ହୁଏ ।[2] ପୁରୁଷ ଏବଂ ମହିଳାଙ୍କର ସମାନ ଭାବରେ ମ୍ୟୁଟେସନ ହେଲେ ମଧ୍ୟ ପୁରୁଷମାନଙ୍କର ୨ବା ୩ ଗୁଣ ଅଧିକ ଜଟିଳତା ଦେଖାଯାଏ । [2] [1] ଯଦି ରୋଗ ଶୀଘ୍ର ଚିହ୍ନଟ ହୁଏ ଏବଂ ଚିକିତ୍ସା କରାଯାଏ ତେବେ ଏହି ରୋଗର ଫଳାଫଳ ଭଲ ହୁଏ | [1] ଏହି ରୋଗର ଲକ୍ଷଣଗୁଡ଼ିକ ଆର୍ମାଣ୍ଡ ଟ୍ରସୋ ୧୮୬୫ ମସିହାର ପ୍ରଥମେ ବର୍ଣ୍ଣନା କରିଥିଲେ ଓ ୧୮୮୯ ମସିହାରେ ଭନ ରେକଲିଙ୍ଗହସେନ ଏହି ରୋଗର ଲୁହା ସହିତ ସମ୍ପର୍କ ଥିବା ଦର୍ଶେଇଥିଲେ । [3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.