ମଧୁମେହ

ମଧୁମେହ ମେଟାବୋଲିକ ରୋଗମାନଙ୍କ ଏକ ଦଳକୁ ନିର୍ଦ୍ଦେଶ କରାଏ ଯେଉଁଥିରେ ରକ୍ତଶର୍କରା ସ୍ତର ଉଚ୍ଚ ଥାଏ ଅନେକ ଦିନ ପ From Wikipedia, the free encyclopedia

ମଧୁମେହ
Remove ads

ମଧୁମେହ (ଇଂରାଜୀରେ Diabetes mellitus, ସଂକ୍ଷେପରେ DM, ଡାଏବେଟିସ ନାମରେ ପରିଚିତ) ରୋଗ ମେଟାବୋଲିକ ରୋଗମାନଙ୍କ ଏକ ଦଳକୁ ନିର୍ଦ୍ଦେଶ କରାଏ ଯେଉଁଥିରେ ରକ୍ତଶର୍କରା ସ୍ତର ଉଚ୍ଚ ଥାଏ ଅନେକ ଦିନ ପର୍ଯ୍ୟନ୍ତ ।[] ଉଚ୍ଚ ସ୍ତରର ରକ୍ତଶର୍କରା ଥିବାର ଲକ୍ଷଣମାନ: ପଲିୟୁରିଆ ବା ଘନ ଘନ ପରିସ୍ରା ହୁଏ, ପଲିଡିପ୍ସିଆ ବା ଅଧିକ ଶୋଷ ହୁଏ ଓ ପଲିଫେଜିଆ ବା ଅଧିକ ଭୋକ ହୁଏ । ଚିକିତ୍ସିତ ନ ହେଲେ ଏହି ରୋଗର ଅନେକ ଜଟିଳତା ସୃଷ୍ଟି ହୁଏ । [] ସେଗୁଡ଼ିକ ନାମ - ଡାଏବେଟିକ କିଟୋଏସିଡୋସିସନନ୍‌କିଟୋଟିକ ହାଇପରଅସମୋଲାର କୋମା ବା ସାଧାରଣରେ ପରିଚିତ କୋମା[] ସାଂଘାତିକ ଦୀର୍ଘକାଳୀନ ଜଟିଳତା ଗୁଡ଼ିକର ନାମ - ହୃତ୍‌ପିଣ୍ଡରକ୍ତନଳୀ ରୋଗ, ସ୍ଟ୍ରୋକ୍, ବୃକ୍‌କ ଫେଲ୍, ପାଦ ଘାଆଡାଏବେଟିସ ଜନିତ ରେଟିନୋପାଥି []

Quick Facts ମଧୁମେହ, ବିଭାଗ ...

ଅଗ୍ନାଶୟରୁ (ଇଂରାଜୀରେ Pancreas) ଇନ୍‌ସୁଲିନ୍ କ୍ଷରଣ ନ ହେଲେ ବା ନିର୍ଗତ ଇନ୍‌ସୁଲିନ୍ ପ୍ରତି ଦେହର ଜୀବକୋଷ ପ୍ରତିକ୍ରିୟାହୀନ ହେଲେ ମଧୁମେହ ରୋଗ ହୁଏ ।[] ମୂଖ୍ୟତଃ ତିନି ପ୍ରକାର ମଧୁମେହ ରୋଗ ଦେଖାଯାଏ ।

  • ମଧୁମେହ ଟାଇପ ୧ (ଇଂରାଜୀରେ Type 1 DM) - ଯଥେଷ୍ଟ ଇନ୍‌ସୁଲିନ୍ ସ୍ରାବ ନ ହେବାରୁ ଏହି ରୋଗ ହୁଏ । ଏହି ରୋଗକୁ ପୂର୍ବେ ଇନ୍‌ସୁଲିନ୍ ଡିପେଣ୍ଡେଣ୍ଟ ଡାଏବେଟିସ୍ ମେଲିଟସ୍ କିମ୍ବା ଜୁଭେନାଅଇଲ ଡାଏବେଟିସ୍ (insulin-dependent diabetes mellitus" (IDDM) or "juvenile diabetes") କୁହାଯାଉଥିଲା । କେଉଁ କାରଣରୁ ଏହି ସ୍ରାବ ହୁଏ ନାହିଁ ତାହା ଜଣା ନାହିଁ । []
  • ମଧୁମେହ ଟାଇପ ୨ (ଇଂରାଜୀରେ Type 2 DM) ରୋଗରେ ଇନ୍‌ସୁଲିନ ପ୍ରତି ଜୀବକୋଷ ପ୍ରତିକ୍ରିୟାହୀନ ହୁଏ । [] ରୋଗ ଆଗେଇଲେ ଇନ୍‌ସୁଲିନ ଅଭାବ ମଧ୍ୟ ଦେଖାଯାଏ ।[] ପୂର୍ବେ ଏହାକୁ ନନ୍ ଇନ୍‌ସୁଲିନ୍ ଡେପେଣ୍ଡେଣ୍ଟ ଡାଏବେଟିସ୍ (NIDDM) ବା ଆଡଲ୍ଟ ଅନସେଟ ଡାଏବେଟିସ୍ କୁହାଯାଉଥିଲା । ଏହି ରୋଗର ମୂଖ୍ୟ କାରଣ ମଧ୍ୟରେ ଅତ୍ୟଧିକ ଓଜନ ଓ ବ୍ୟାୟାନ ଅଭାବ ପରିଲକ୍ଷିତ ହୋଇଛି । []
  • ଗର୍ଭାବସ୍ଥା ଡାଏବେଟିସ୍‌ - କେତେକ ମହିଳାମାନଙ୍କର ପୁର୍ବରୁ ଅଧିକ ରକ୍ତ ଶର୍କରା ନ ଥାଇ ମଧ୍ୟ ଡାଏବେଟିସ ହୁଏ । []

ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ବ୍ୟାୟାମ, ଧୁଆଁପତ୍ର ବା ଟୋବାକୋ ବର୍ଜନ ଓ ସଠିକ ଶାରୀରିକ ଓଜନ ଉପରେ ଏହି ରୋଗର ପ୍ରତିଷେଧ ଓ ଚିକିତ୍ସା ନିର୍ଭର କରେ । ଏହି ରୋଗରେ ରକ୍ତଚାପ ନିୟନ୍ତ୍ରଣ ଓ ପାଦ‌ଯତ୍ନ ନେବା ନିତାନ୍ତ ଆବଶ୍ୟକ । ଇନ୍‌ସୁଲିନ୍ ଇଞ୍ଜେକସନ୍ ଦେଇ ମଧୁମେହ ଟାଇପ ୧ ରୋଗ ଚିକିତ୍ସା କରାଯାଏ ।[] ମଧୁମେହ ଟାଇପ ୨ ରୋଗକୁ ଔଷଧ ସାହାଯ୍ୟରେ ଇନ୍‌ସୁଲିନ୍ର ବିନା ସାହାଯ୍ୟରେ ଚିକିତ୍ସା କରାଯାଏ ।[] କେତେକ ଔଷଧ ପାଟିବେଟେ ଖାଇବାକୁ ଦେଇ ରକ୍ତଶର୍କରା ସ୍ତର କମାଯାଏ ।[] ମୋଟାପଣ ଥିଲେ ଓଜନ କମେଇବା ଅପରେଶନ (Weight loss surgery) କରି ଟାଇପ ୨ର ଚିକିତ୍ସା କରାଯାଏ ।[] ଶିଶୁ ପ୍ରସବ ପରେ ଗର୍ଭାବସ୍ଥା ମଧୁମେହ ସାଧାରଣତଃ ଭଲ ହୋଇଯାଏ । [୧୦]

ସନ ୨୦୧୪ର ହିସାବ ଅନୁସାରେ ପୃଥିବୀରେ ପ୍ରାୟ ୩୮୭ ନିୟୁତ ଲୋକଙ୍କର ମଧୁମେହ ରୋଗ ଅଛି,[୧୧] ଯାହା ମଧ୍ୟରୁ ୯୦ % କେବଳ ଟାଇପ୍ ୨ ମଧୁମେହ ।[୧୨][୧୩] ଏହା ବୟଃପ୍ରାପ୍ତ ଲୋକଙ୍କ ମଧ୍ୟରୁ ପ୍ରାୟ ୮।୩ % ହେବେ,[୧୩] ଓ ପୁରୁଷ ଓ ମହିଳା ହାର ସମାନ ।[୧୪] ସନ ୨୦୧୨ରୁ ୨୦୧୪ ମଧ୍ୟରେ ଏହି ରୋଗ ଯୋଗୁ ବାର୍ଷିକ ୧.୫-୪.୯ ନିୟୁତ ମୃତ୍ୟୁ ହୋଇଥିଲା ।[][୧୧] ମୃତ୍ୟୁ ସଙ୍କଟ ଡାଏବେଟିସ୍ ଯୋଗୁ ଦୁଇ ଗୁଣ ହୋଇଯାଏ ।[] ସନ ୨୦୩୫ ସୁଦ୍ଧା ଏହି ରୋଗୀ ସଂଖ୍ୟା ୫୯୨ ନିୟୁତ ହେବା ଆଶଙ୍କା କରାଯାଏ । [୧୧] ପୃଥିବୀରେ ଏହି ରୋଗ ଯୋଗୁ ୨୦୧୨ରେ ଆର୍ଥିକ କ୍ଷତି ପ୍ରାୟ ୬୨୧ ବିଲିଅନ ଆମେରିକା ଡଲାର ।[୧୫] କେବଳ ଆମେରିକାରେ ୨୦୧୨ରେ ୨୪୫ ବିଲିଅନ ଡଲାର କ୍ଷତି ହୋଇଥିଲା । [୧୬]

ଶରୀରରେ ସ୍ୱାଭାବିକ ରକ୍ତ ଶର୍କରା ମାତ୍ରା ଶତକଡା଼ ୧୦୦ ମିଲିଗ୍ରାମରୁ କମ ଓ ଖାଇବାର ୨ ଘଣ୍ଟା ପରେ ଶତକଡା଼ ୧୪୦ ମିଲିଗ୍ରାମରୁ କମ । ରକ୍ତ ଶର୍କରା ମାତ୍ରା ବୃଦ୍ଧିପାଇ ଖାଲି ପେଟରେ ୧୨୬ ମିଲିଗ୍ରାମ ଓ ଖାଇବାର ଦୁଇଘଣ୍ଟା ପରେ ୨୦୦ ମିଲିଗ୍ରାମରୁ ଅଧିକ ହେଲେ ମଧୁମେହ (ଡାଇବେଟିସ) ହୋଇଛି ବୋଲି କୁହାଯାଏ । ରକ୍ତ ଶର୍କରା ଶତକଡା ୧୮୦ ମିଲିଗ୍ରାମରୁ ଅଧିକ ହେଲେ ପରିସ୍ରାରେ ମଧ୍ୟ ଶର୍କରା ଆସିଥାଏ । ଶର୍କରାକୁ ଇଂରାଜୀରେ ଗ୍ଲୁକୋଜ କୁହାଯାଏ।ଫଳରେ ଡାକ୍ତରମାନେ ରକ୍ତ ଗ୍ଲୁକୋଜ ଓ ପରିସ୍ରା ଗ୍ଲୁକୋଜ ମାପିଥାନ୍ତି ।

ଡାଇବେଟିସ ଏକା ଆସେ ନାହିଁ । କିଛି ଦିନ ଏପରି ରୋଗରେ ଆକ୍ରାନ୍ତ ହେବାପରେ ଉଚ୍ଚ ରକ୍ତଚାପ, ହୃଦ ରୋଗ, ସ୍ନାୟୁ ରୋଗ, ସ୍ମୃତିହାସ ରୋଗ, ଯୌନଶକ୍ତି ହ୍ରାସ, ସଂକ୍ରମଣ ରୋଗ, ଚର୍ମ ରୋଗପରି ବହୁ ରୋଗ ଶରୀରରେ ବସା ବାନ୍ଧନ୍ତି ।

୧୯୨୦ ମସିହା ପରଠାରୁ ବ୍ୟାଣ୍ଟିଂ ଓ ବେଷ୍ଟ ଇନସୁଲିନ ଆବିଷ୍କାର କରି ନୋବେଲ ପୁରସ୍କାର ପାଇସାରିବା ପରେ ପ୍ରାୟ ଦଶ ଜଣରୁ ଉର୍ଦ୍ଧ ବୈଜ୍ଞାନିକ ଡାଇବେଟିସ ରୋଗଉପରେ ଗବେଷଣାରେ ନୋବେଲ ପୁରସ୍କାର ପାଇସାରିଲେଣି । ୨୦୧୧ରେ ଭାରତରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଥିଲା ପ୍ରାୟ ଛଅ କୋଟି ଚାଳିଶ ଲକ୍ଷ । ୧୯୭୦-୮୦ ମସିହାରେ ଭାରତରେ ଶହେଜଣରେ ଦୁଇଜଣଙ୍କୁ ଡାଇବେଟିସ ହୋଇଥିବା ବେଳେ ଏବେ ଗ୍ରାମାଞ୍ଚଳରେ ଶହେଜଣରେ ଦଶଜଣ ଓ ସହରାଞ୍ଚଳରେ ୨୦ଜଣଙ୍କୁ ଡାଇବେଟିସ ହେଉଛିବୋଲି ଗଣନାରୁ ଜଣା ପଡ଼ିଛି ।

Remove ads

କାହାକୁ ଅଧିକ ହେବାର ଆଶଙ୍କା

Thumb
Overview of the most significant symptoms of diabetes
  • ପରିବାରରେ ବାପା,ମା,ନିକଟ ସମ୍ପର୍କୀୟ ଲୋକଙ୍କର ମଧୁମେହ ଥିଲେ ।
  • ୩୫ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆଶଙ୍କା ଅଧିକ ଥାଏ ।
  • ଆଳସ୍ୟ ପରାୟଣ ଲୋକ ମଧ୍ୟ ଏହାର ଶିକାର ହୋଇଥାନ୍ତି।ଏହା ବ୍ୟତିତ ଅନେକ କାରଣ ଅଛି ।

ଲକ୍ଷଣ

  • ଅଧିକ ଶୋଷ
  • ଅଧିକ ପରିସ୍ରା
  • ଓଜନ କମିଯିବା
  • ଅଧିକ ଭୋକ
  • ଅଧିକ ଥକା
  • ମାନ୍ଦା ଦୁର୍ବଳ ଲାଗିବା
  • ଆଖିକୁ ଝାପସା ଦିଶିବା
  • ଯୌନାଙ୍ଗରେ ଘା' ହେବା
  • ଯୌନଶକ୍ତି କମିଯିବା
  • ଗୋଡ଼ ଝିମ୍ ଝିମ୍ ହେଇ କାଦୁଅ ଲାଗିବା ପରି ହେବା
  • ଘା' ନ ଶୁଖିବା
  • ଗୁପ୍ତାଙ୍ଗ ପ୍ରବାହ, ଧଳାସ୍ରାବ, କୁଣ୍ଡାଇ ହେବା, କାଛୁ, ଯାଦୁ, ଚର୍ମ ସଂକ୍ରମଣ, କୁଣ୍ଡିଆ ପ୍ରଭୃତି ବାରମ୍ବାର ହେବା ଇତ୍ୟାଦି ।
  • କେତେକଙ୍କର ଗୋଟିଏ ଗୋଟିଏ ଲକ୍ଷଣ ପ୍ରକାଶ ପାଇଲେବି ଅନେକଙ୍କର ଏକାଧିକ ଲକ୍ଷଣ ପ୍ରକାଶ ପାଇଥାଏ । ଆଉ କେତେକଙ୍କର ମଧୁମେହ ଲକ୍ଷଣ ପ୍ରକାଶ ନ ପାଇ ମଧ୍ୟ ଏହି ରୋଗ ହେଇଥାଏ । ହୃଦ ରୋଗ, କିଡନୀ ରୋଗ, ଆଖି ରୋଗ ତଥା ଅନ୍ୟାନ୍ୟ ରୋଗ ପରିକ୍ଷା କଲା ବେଳେ ଏହି ରୋଗ ଧରାପଡ଼ିଥାଏ । [୧୭][୧୮]
Remove ads

ପ୍ରକାର ଭେଦ

  • ଟାଇପ୍ -୧ ଡାଇବେଟିସ(ମଧୁମେହ )
  • ଟାଇପ୍-୨ ଡାଇବେଟିସ(ମଧୁମେହ )
  • ଗର୍ଭାବସ୍ଥାରେ ଡାଇବେଟିସ
  • ଅନ୍ୟାନ୍ୟ କାରଣରୁ ଡାଇବେଟିସ
  • ଶହେ ଜଣ ଡାଇବେଟିସ ରୋଗୀଙ୍କ ମଧ୍ୟରେ ପ୍ରାୟ ୯୮ ଜଣ ଟାଇପ୍-୨ ଡାଇବେଟିସ । ଏମାନଙ୍କ ବୟସ ୩୫ ବର୍ଷରୁ ଉର୍ଦ୍ଧ । ଟାଇପ୍ -୧ ଡାଇବେଟିସ ସାଧାରଣତଃ ପିଲା,କିଶୋର ଓ ଯୌବନର ଆଦ୍ୟାବସ୍ଥାରେ ହେଇଥାଏ ।
  • ଶହେ ଜଣ ଗର୍ଭବତୀ ମହିଳାଙ୍କ ଶର୍କରା ପରୀକ୍ଷାକଲେ ପାଞ୍ଚ-ସାତଜଣ ଡାଇବେଟିସ ରୋଗ ଭୋଗ କରୁଥିବା ଜଣାଯାଏ । ଗର୍ଭାବସ୍ଥାରେ ଡାଇବେଟିସ ପରିକ୍ଷାନ କଲେ ଗର୍ଭସ୍ଥ ପିଲାର ଓଜନ ବଢିଯାଏ । ଜନ୍ମ ହେଲା ବେଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟହୁଏ ଏବଂ ଜନ୍ମ ସମୟରେ ପିଲା ମୃତ୍ୟୁବରଣ କରିବାର ସମସ୍ୟା ଅଧିକ । ଏହି ସମୟରେ ଇନସୁଲିନ୍ ଚିକିତ୍ସା ଆବଶ୍ୟକ ହେଇଥାଏ । ପ୍ରସବପରେ ବହୁ ପ୍ରସୂତିଙ୍କର ଡାଇବେଟିସ ଭଲ ହୋଇଯାଇଥାଏ । [୧୯][୨୦]
More information ଲକ୍ଷଣ, ଟାଇପ ୧ ମଧୁମେହ ...

ଚିକିତ୍ସା

ବହୁ କ୍ଷେତ୍ରରେ ଡାଇବେଟିସ ସାରା ଜୀବନ ରହିଥାଏ । ତେଣୁ ଜୀବନଶୈଳୀ ପରିବର୍ତ୍ତନ ଡାଇବେଟିସର ମୂଳ ଚିକିତ୍ସା।ଜୀବନଶୈଳୀରେ ଖାଦ୍ୟ, ଯୋଗ, ବ୍ୟାୟମ, ମାନସିକ ସନ୍ତୁଳନ ରକ୍ଷା, ହିଂସା, ଲୋଭ, ଆସକ୍ତି ସମ୍ବନ୍ଧୀୟ ନିଜ ମନର ବୁଝାମଣା, ଉତ୍ତମ ପାରିବାରିକ ସମ୍ବନ୍ଧ, ଭଲ ବହି ପଢ଼ିବା, ଆର୍ଥିକ ସଂଗତି, ନିଶାଦ୍ରବ୍ୟ ବର୍ଜନ ଓ ଆଠ ଘଣ୍ଟା ନିଦ୍ରା ଗୁରୂତ୍ୱପୂର୍ଣ୍ଣ । ଏଥିରେ ଯଦି ଡାଇବେଟିସ ମାତ୍ରା ଅନୁସାରେ ନିୟନ୍ତ୍ରିତ ନ ହୁଏ ତେବେ ଔଷଧ ସେବନ ଓ ଇନସୁଲିନ୍ ଇଞ୍ଜେକସନ ଚିକିତ୍ସା କରାଯାଇଥାଏ ।

ଆୟୁର୍ବେଦିକ ଚିକିତ୍ସା

ଆୟୁର୍ବେଦ ଅନୁସାରେ, ମଧୁମେହ ବାତ, ପିତ୍ତକଫର ସନ୍ତୁଳନ ଅଭାବରୁ ହୋଇଥାଏ । ଏହି ରୋଗର ଆୟୁର୍ବେଦିକ ଚିକିତ୍ସାରେ ଔଷଧ ସ‌ହ ଜୀବନଶୈଳୀରେ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଥାଏ । ମଧୁମେହର ପ୍ରଭାବ କମ୍ କରିବା ପାଇଁ ଦୈନିକ ପରିଶ୍ରମ ଓ ବ୍ୟାୟାମ ସ‌ହିତ ଧୂମ‌ପାନ ଏବଂ ମଦ୍ୟପାନରୁ ବିରତ ରହିବା ଆବଶ୍ୟକ । ଏହି ରୋଗର ଆୟୁର୍ବେଦିକ ଚିକିତ୍ସାରେ ଚକ୍ଷୁପାଦର ଯତ୍ନ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ଖାଦ୍ୟରେ ଭାତ, ଆଳୁ, ଚିନି ଛାଡ଼ିଦେବାକୁ କୁହାଯାଏ ଏବଂ କଲରା, ନିମ୍ବ, ବେଲ, ଜାମୁକୋଳି ଏତ୍ୟାଦି ପିତା ଓ କଷା ଖାଦ୍ୟ ନିୟମିତ ଖାଇବାକୁ କୁହାଯାଏ । ଆୟୁର୍ବେଦରେ ମଧୁମେହ ପାଇଁ ମେଥି, ହଳଦୀ ଆଦି ଚୁନା କରି ଖାଇବା, ଦାରୁ ହରିଦ୍ରା ଚୁନା, ତୁଳସୀ ପତ୍ର ପାଣି ଆଦି ପିଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଚିକିତ୍ସାରେ ଔଷଧରେ ବସନ୍ତକୁସୁପାକର ରସ, ଶିଳାଜିତ୍, ଚନ୍ଦ୍ରକଳା ବଟି, ମଧୁନାଶିନୀ ଆଦି ଖାଇବାକୁ ଦିଆଯାଏ । ଯୋଗ, ଯଥା: ସୂର୍ଯ୍ୟ ନମସ୍କାର, ମତ୍ସ୍ୟନ୍ଦ୍ରାସନ, ହଳାସନ, ମଣ୍ଡୁକାସନ, ଭୁଜଗାସନ ଆଦି ମଧୁମେହ ପାଇଁ ବ‌ହୁତ ଉପକାରୀ । ତମ୍ବା ପାତ୍ରରେ ଏକ କପ୍ ପାଣି ରାତିରେ ରଖି ସକାଳୁ ପିଇଲେ ମଧ୍ୟ ଲାଭ ମିଳିଥାଏ । ତେବେ ଏ ସବୁ ଚିକିତ୍ସା ଆୟୁର୍ବେଦିକ ଡାକ୍ତରଙ୍କ ତ‌ତ୍ତ୍ୱାବଧାନରେ କରିବା ଉଚିତ୍ ।[୨୨]

ଏ ପ୍ରକାର ଚିକିତ୍ସା କଲାବେଳେ ପ୍ରତି ସପ୍ତାହରେ ରକ୍ତ ଶର୍କରା ଓ ପ୍ରତି ତିନି ମାସରେ ଥରେ ରକ୍ତର ଏଚ୍‌ବିଏ ୱାନ୍ ସି ପରୀକ୍ଷା କରିବା ଉଚିତ୍ । ରକ୍ତ ଶର୍କରା ଖାଲି ପେଟରେ ୧୨୦ ମିଗ୍ରା ଓ ଖାଇବା ପରେ ୧୪୦ ମିଗ୍ରା ମଧ୍ୟରେ ରହିବା ଦରକାର । ପ୍ରତି ତିନି ମାସରେ ଥରେ ଏୱାନ୍‌ସି ପରୀକ୍ଷା କଲେ, ଏହା ୬.୩ ତଳେ ରହିବା ଦରକାର ।[୨୨]

ଆୟୁର୍ବେଦିକ ଚିକିତ୍ସା ବେଳେ ଯଦି ମଧୁମେହ ରୋଗ ଜଟିଳ ହୁଏ, ତେବେ ବୃକ‌କ୍, ହୃତ୍‌ପିଣ୍ଡ, ଆଖି, ସ୍ନାୟୁ ଆଦି ଆକ୍ରାନ୍ତ ହୋଇଥାଏ । ଏପରି ହେଲେ ଆୟୁର୍ବେଦିକ ଚିକିତ୍ସା ବନ୍ଦ କରି ମଧୁମେହ ବିଶେଷଜ୍ଞ ଓ ଏଲୋପାଥିକ୍ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ବାରମ୍ବାର ରକ୍ତ ଶର୍କରା ପରୀକ୍ଷା ତ‌ଥା ଜଟିଳତା ଚିହ୍ନଟ କରିବା ପାଇଁ ରକ୍ତ ପରୀକ୍ଷା କରିବା ମଧୁମେହ ରୋଗୀଙ୍କ ପକ୍ଷେ ନିହାତି ଦରକାର ।[୨୨]

Remove ads

ଡାଇବେଟିସର କେତେକ ସ୍ୱତନ୍ତ୍ର ପରୀକ୍ଷା

ଏଚ୍ ବି ଏ ୱ୍ଆନ୍ ସି

ଦୁଇ ତିନି ମାସ ଧରି ରକ୍ତ ଶର୍କରା ନିୟନ୍ତ୍ରିତ ଅଛି କି ନାହିଁ ଜାଣିବା ପାଇଁ ଏହି ପରୀକ୍ଷା କରାଯାଇଥାଏ । ଯେଉଁମାନେ ଦୀର୍ଘ ଦିନ ଧରି ଡାଇବେଟିସ ଚିକିତ୍ସାରେ ଅଛନ୍ତି, ସେମାନେ ବାରମ୍ବାର ରକ୍ତ ଶର୍କରା ପରୀକ୍ଷା ନ କରି ପ୍ରତିବର୍ଷ ଦୁଇଥର କରି ପାରନ୍ତି । ଏହାର ମାତ୍ରା ସର୍ବଦା ଶତକଡା ସାତ ତଳେ ରହିବା ଦରକାର । ଶତକଡା ସାତ ଛ ହେଲା ଆଦର୍ଶ ଡାଇବେଟିସ କଣ୍ଟ୍ରୋଲ । ବର୍ଷ ସାରା ଏହି ସଂଖ୍ୟା ସାତ ଛ ରହିଲେ ଡାଇବେଟିସ ରୋଗ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଛି ଏବଂ ସୁସ୍ଥଲୋକ ସହିତ ସମାନ । [୨୩]

ଉଚ୍ଚ ରକ୍ତଚାପ ପରୀକ୍ଷା

ସବୁ ଡାଇବେଟିସ ରୋଗୀଙ୍କର ରକ୍ତଚାପ ୧୧୫-୩୦/୭୫-୮୫ ମିଲିମିଟର ପାରଦ ମଧ୍ୟରେ ରହିଲେ ହୃଦ ରୋଗ, କିଡନୀ ରୋଗ, ଚକ୍ଷୁ ରୋଗ ହୋଇନ ଥାଏ । ସେଥିପାଇଁ ଆବଶ୍ୟକ ହେଲେ ସ୍ୱତନ୍ତ୍ର ଔଷଧ ଖାଇ ନିୟନ୍ତ୍ରଣ କରିବା ଉଚିତ । ବର୍ଷରେ ଚାରିଥର ଉଚ୍ଚ ରକ୍ତଚାପ ପରୀକ୍ଷାକରି ନିୟନ୍ତ୍ରଣରେ ରହିବା ଭଲ ।

ରକ୍ତର ଚର୍ବି ଅଂଶ

ରକ୍ତର ଚର୍ବି ଅଂଶକୁ ଡାକ୍ତରୀ ଭାଷାରେ ସିରମ୍ ଲିପିଡ୍ କୁହାଯାଏ । ସେଥିରେ ଭଲ କଲେଷ୍ଟରଲ, ଖରାପ କଲେଷ୍ଟରଲ, ଟ୍ରାଇ ଗ୍ଲିସେରାଇଡ ମପାଯାଏ । ଏହାର ମାପ ବଢିଯାଇଥିଲେ ଷ୍ଟାଟିନ୍ ଔଷଧ ଖାଇବା ଦରକାର ହୁଏ । ଏହାକୁ ଠିକ ସୀମାରେ ରଖିଲେ ହାର୍ଟ୍ ଆଟାକ୍,ବ୍ରେନ ଆଟାକ୍ ବହୁତ କମିଯାଏ । [୨୪]

ଓଜନ ପରୀକ୍ଷା ଓ ପେଟ ମାପ

ବୟସ,ଉଚ୍ଚତା ଅନୁସାରେ ଓଜନ ଠିକ ରଖିବା ଉଚିତ । ନାହି ଉପରେ ପେଟର ମାପ କେବେ ନବେ ସେଣ୍ଟିମିଟରରୁ ଅଧିକ ନ କଲେ ଭଲ ।

Remove ads

ଆଧାର

ବାହାର ତଥ୍ୟ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads