ମାନବ କମ୍ପ୍ୟୁଟର୍ From Wikipedia, the free encyclopedia
ଶକୁନ୍ତଳା ଦେବୀ (ନଭେମ୍ବର ୪, ୧୯୨୯ - ୨୧ ଏପ୍ରିଲ, ୨୦୧୩) ଜଣେ ଭାରତୀୟ ଗଣିତଜ୍ଞ ଓ ବିସ୍ମୟକାରୀ ମାନସିକ ସଂଖ୍ୟା ଗଣକ ଥିଲେ, ଯିଏ ମାନବ କମ୍ପ୍ୟୁଟର ନାମରେ ମଧ୍ୟ ପ୍ରସିଦ୍ଧ ଥିଲେ । ତାଙ୍କର ଜନ୍ମ ବେଙ୍ଗାଲୁରୁଠାରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ହୋଇଥିଲା ।
ଶକୁନ୍ତଳା ଦେବୀ | |
---|---|
ଜନ୍ମ | ବେଙ୍ଗାଲୁରୁ, କର୍ଣ୍ଣାଟକ, ଭାରତ | ୪ ନଭେମ୍ବର ୧୯୨୯
ମୃତ୍ୟୁ | ୨୧ ଅପ୍ରେଲ ୨୦୧୩ ୮୪) ବେଙ୍ଗାଲୁରୁ, କର୍ଣ୍ଣାଟକ, ଭାରତ | (ବୟସ
ମୃତ୍ୟୁର କାରଣ | ହୃଦାଘାତ |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ମାନବ କମ୍ପ୍ୟୁଟର |
ବୃତ୍ତି(ସମୂହ) | ଗଣିତଜ୍ଞ, ଜ୍ୟୋତିଷ |
ବାଙ୍ଗାଲୋରର ଏକ ନୈଷ୍ଠିକ କନ୍ନଡ ବ୍ରାହ୍ମଣ ପରିବାରରେ ନଭେମ୍ବର ୪, ୧୯୨୯ ମସିହାରେ ଶକୁନ୍ତଳା ଦେବୀଙ୍କ ଜନ୍ମ ।[1] ତାଙ୍କ ପିତା ଜଣେ ମନ୍ଦିର ପୁଜାରୀ ହେବା ପାଇଁ ରାଜି ନ ହୋଇ ଗୋଟିଏ ସର୍କସ ଦଳରେ ଯୋଗ ଦେଇଥିଲେ ।[2] ଶକୁନ୍ତଳାଙ୍କୁ ଯେତେବେଳେ ମାତ୍ର ତିନି ବର୍ଷ ବୟସ, ଏକ ତାସ୍ ମ୍ୟାଜିକ ଶିଖାଇବାକୁ ଯାଇ ତାଙ୍କ ପିତା ଝିଅର ସଂଖ୍ୟାଗୁଡିକୁ ମନେରଖିବାର ଅଦ୍ଭୁତ କ୍ଷମତା ଲକ୍ଷ୍ୟ କରିପାରିଲେ । ପିତା ସର୍କସ ଛାଡି ଶକୁନ୍ତଳାଙ୍କୁ ନେଇ ତାଙ୍କର ଅଦ୍ଭୁତ ଗଣନା ଶକ୍ତି ପ୍ରଦର୍ଶନ କରିବା ନିମିତ୍ତ ରାସ୍ତାଘାଟରେ ଗଣିତ ଖେଳ ଦେଖାଇବା ଆରମ୍ଭ କଲେ । ଶକୁନ୍ତଳା ସେତେବେଳେ କୌଣସି ପ୍ରକାର ଔପଚାରିକ ଶିକ୍ଷା ଲାଭ କରି ନ ଥିଲେ । ଛଅବର୍ଷ ବେଳକୁ ସେ ମାନସିକ ଗଣନା ତଥା ମନେ ରଖିବାର ଅଦ୍ଭୁତ ଦକ୍ଷତା ମହୀଶୂର ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ କରିଥିଲେ ।
୧୯୪୪ରେ ଶକୁନ୍ତଳା ବାପାଙ୍କ ସହ ଲଣ୍ଡନ ଯାତ୍ରା କଲେ ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.