ଗୁଜରାଟୀ (/ˌɡʊəˈrɑːti/;[3] ଗୁଜରାଟୀ: ગુજરાતી, pronounced [ɡudʒˈɾɑːtiː], ଆଗରୁ English: Guzerati[4]) ଏକ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତୀୟ ରାଜ୍ୟ ଗୁଜରାଟର ଅଧିବାସୀ ଏବଂ ପ୍ରଧାନତଃ ଗୁଜରାଟୀ ଭାଷାଭାଷୀଙ୍କଦ୍ୱାରା କଥିତ । ଗୁଜରାଟୀ ବୃହତ୍ତର ଇଣ୍ଡୋ-ଇଉରୋପୀୟ ଭାଷା ପରିଗୋଷ୍ଠୀର ଅଂଶ । ଗୁଜରାଟୀ ପୁରୁଣା ଗୁଜରାଟୀରୁ ସୃଷ୍ଟିହୋଇଛି (ପ୍ରାୟ ୧୧୦୦-୧୫୦୦ ଖ୍ରୀ) । ଭାରତରେ ଏହା ଗୁଜରାଟର ସରକାରୀ ଭାଷା ଓ ଡାମନ ଓ ଡିଉଦାଦ୍ରା ଓ ନଗର ହବେଳୀର କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ଭାଷା । ୨୦୧୧ ଜନଗଣନା ଅନୁସାରେ ଗୁଜରାଟୀ ଭାରତରେ ମୋଟ ଜନସଂଖ୍ୟାର ୬ଷ୍ଠ ସର୍ବାଧିକ କଥିତ ଭାଷା ଓ ଏହା ୫୫.୫ ମିଲିଅନ (୫.୫ କୋଟି) ଭାଷାଭାଷୀଙ୍କଦ୍ୱାରା କଥିତ ଯାହା ଭାରତର ମୋଟ ଜନସଂଖ୍ୟାର ପ୍ରାୟ ୪.୫% ।[5] ୨୦୦୭ ମସିହାର ଗଣନା ଅନୁସାରେ ଏହା ସ୍ଥାନୀୟ ଭାଷାଭାଷୀଙ୍କ ସଂଖ୍ୟା ଭିତ୍ତିରେ ବିଶ୍ୱର ୨୬ ତମ ସର୍ବାଧିକ କଥିତ ଭାଷା ।

Quick Facts ଗୁଜରାଟୀ, ଉଚ୍ଚାରଣ ...
ଗୁଜରାଟୀ
ગુજરાતી
Gujarātī
Thumb
ଗୁଜରାଟୀ ଲିପିରେ ଲିଖିତ "ଗୁଜରାଟୀ"
ଉଚ୍ଚାରଣ[ɡudʒəˈɾɑːti]
Native toଭାରତ
ଅଞ୍ଚଳଗୁଜରାଟ
ଜାତିସତ୍ତାଗୁଜରାଟୀ
Indo-European
  • ଇଣ୍ଡୋ-ଇରାନୀୟ
    • ଇଣ୍ଡୋ-ଆର୍ଯ୍ୟ
      • ପଶ୍ଚିମ[1]
        • ଗୁଜରାଟୀ ଭାଷାସମୂହ
          • ଗୁଜରାଟୀ
ପୂରାରୂପ
ପୁରୁଣା ଗୁଜରାଟୀ
  • ମଧ୍ୟ ଗୁଜରାଟୀ
ଗୁଜରାଟୀ ଲିପି (ବ୍ରାହ୍ମୀ)
ଗୁଜରାଟୀ ବ୍ରେଲ
ଆରବୀ ଲିପି
ଦେବନାଗରୀ (ଐତିହାସିକ)
ଆଧିକାରିକ ସ୍ଥିତି
କେଉଁଠି ରାଜଭାଷା:
ଗୁଜରାଟ (ଭାରତ)[2]
ଡାମନ ଓ ଡିଉ
ଦାଦ୍ରା ଓ ନଗର ହବେଳୀ (ଭାରତ)
ଭାଷା କୋଡ୍
ISO ୬୩୯-୧gu
ISO ୬୩୯-୨guj
ISO ୬୩୯-୩guj
ଗ୍ଲୋଟୋଲୋଗguja1252
Linguasphere59-AAF-h
Thumb
ଭାରତରେ ଗୁଜରାଟୀଭାଷୀ ଲୋକଙ୍କ ବିସ୍ତୃତି
Close

ଗୁଜରାଟୀ ଭାଷାଟି ୭୦୦ ବର୍ଷରୁ ଅଧିକ ପୁରୁଣା ଏବଂ ବିଶ୍ୱବ୍ୟାପୀ ୫୫ ମିଲିଅନରୁ ଅଧିକ ଲୋକଙ୍କଦ୍ୱାରା କଥିତ ।[6] ଗୁଜରାଟ ବାହାରେ ଗୁଜରାଟୀ ଲୋକ ବିଶେଷ କରି ମୁମ୍ବାଇ ଏବଂ ପାକିସ୍ତାନରେ (ପ୍ରଧାନତଃ କରାଚୀରେ)[7] ଗୁଜରାଟୀ କଥିତ । ଗୁଜରାଟୀ ଭାଷାଭାଷୀମାନଙ୍କଦ୍ୱାରା ଦକ୍ଷିଣ ଏସିଆ ବାହାରେ ଅନେକ ଦେଶରେ ଗୁଜରାଟୀ ବ୍ୟାପକଭାବେ କଥିତ । ଉତ୍ତର ଆମେରିକାର କାନାଡ଼ା ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା କ୍ରମବର୍ଦ୍ଧମାନ ଏବଂ ସର୍ବାଧିକ ବହୁଳ ବ୍ୟବହୃତ ଭାରତୀୟ ଭାଷାଗୁଡ଼ିକ ମଧ୍ୟରୁ ଏକ ।[8][9] ଇଉରୋପରେ ବ୍ରିଟିଶ ଦକ୍ଷିଣ ଏସୀୟ ଭାଷା ସମ୍ପ୍ରଦାୟ ମଧ୍ୟରୁ ଗୁଜରାଟୀମାନଙ୍କ ସଂଖ୍ୟା ଦ୍ୱିତୀୟ ଏବଂ ଗୁଜରାଟ ଯୁକ୍ତରାଜ୍ୟର ରାଜଧାନୀ ଲଣ୍ଡନର ଚତୁର୍ଥ ସର୍ବାଧିକ କଥିତ ଭାଷା ।[10] ଗୁଜରାଟୀ ଦକ୍ଷିଣ-ପୂର୍ବ ଆଫ୍ରିକୀୟ ଦେଶଗୁଡ଼ିକରେ ବିଶେଷ କରି କେନିଆ, ଉଗାଣ୍ଡା, ତାଞ୍ଜାନିଆ, ଜାମ୍ବିଆ ଏବଂ ଦକ୍ଷିଣ ଆଫ୍ରିକାରେ କଥିତ ।[11][12][13] ଏହାଛଡ଼ା ଏହା ଚୀନ (ବିଶେଷ କରେ ହଂକଂ), ଇଣ୍ଡୋନେସିଆ, ସିଙ୍ଗାପୁର, ଅଷ୍ଟ୍ରେଲିଆ ଏବଂ ବାହରିନ ଏବଂ ମଧ୍ୟ ପ୍ରାଚ୍ୟର ଦେଶଗୁଡ଼ିକରେ ମଧ୍ୟ କମ ପରିମାଣରେ କଥିତ ।[11][14][15]

ଗୁଜରାଟୀ ମହାତ୍ମା ଗାନ୍ଧୀମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ମାତୃଭାଷା ଥିଲା ।[16][17]

ଇତିହାସ

ପୁରୁଣା ଗୁଜରାଟୀ

  • ଖ୍ରୀ.ପୂ ୧୧୦୦-୧୫୦୦

ମଧ୍ୟକାଳ ଗୁଜରାଟୀ

  • ଖ୍ରୀ.ପୂ ୧୫୦୦-୧୮୦୦

ଆଧୁନିକ ଗୁଜରାଟୀ

  • ଖ୍ରୀ.ପୂ ୧୮୦୦- ଏ ପର୍ଯ୍ୟନ୍ତ

ଆଧାର

ବାହାର ତଥ୍ୟ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.