ଓଭାରି କର୍କଟ

From Wikipedia, the free encyclopedia

ଓଭାରି କର୍କଟ
Remove ads

ଓଭାରି କର୍କଟ (ଇଂରାଜୀରେ Ovarian cancer) ଏକ ପ୍ରକାର କର୍କଟ ରୋଗ ଯାହା ମହିଳାମାନଙ୍କର ଓଭାରି ବା ଡିମ୍ବାଶୟରୁ ଜାତ ହୁଏ ।[] ଏହା ଫଳରେ ଅସାଧାରଣ ଜୀବକୋଷ ଜାତ ହୁଅନ୍ତି ଯାହାର କ୍ଷମତା ଥାଏ ଦେହର ଅନ୍ୟ ଅଂଶକୁ ବ୍ୟାପିବା ବା ମେଟାସ୍ଟାସିସ କରିବା ।[] ରୋଗ ଆରମ୍ଭରେ ଅନିର୍ଦ୍ଦିଷ୍ଟ ଲକ୍ଷଣ କିଛି ପ୍ରକାଶ ପାଏ ଓ ସମୟକ୍ରମେ କର୍କଟ ବଢ଼ିଚାଲେ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ପେଟ ଫୁଲିଯାଏ, ପେଲଭିସ ଯନ୍ତ୍ରଣା ହୁଏ ।[] ଏହା ସାଧାରଣଥ ପେରିଟୋନିଅମ, ଲସିକା ଗ୍ରନ୍ଥି, ଫୁସ୍‌ଫୁସ୍ଯକୃତକୁ ବ୍ୟାପିଯାଏ ବା ମେଟାସ୍ଟାସିସ ହୁଏ ।[]

Quick facts ଓଭାରି କର୍କଟ (ମାନବ), ବିଭାଗ ...

ଅଧିକ ଡିମ୍ବାଣୁ (ଇଂରାଜୀରେ ovum) ଜାତ କରୁଥିବା ମହିଳାଙ୍କର ଓଭାରି କର୍କଟ ସମ୍ଭାବନା ଅଧିକ ଥାଏ । ଏଣୁ ନିଃସନ୍ତାନ, ଅଳ୍ପ ବୟସରେ ଡିମ୍ବକ୍ଷରଣ କିମ୍ବା ଅଧିକ ବୟସରେ ଋତୁବନ୍ଦ ହେଉଥିବା ମହିଳାଙ୍କର ଏହି ସଙ୍କଟ ଅଧିକ ରହେ ।[] ମୋଟାପଣ, ଋତୁବନ୍ଦ ପରେ ହରମୋନ ଥେରାପି ଓ ଫର୍ଟିଲିଟି ଔଷଧ ଖାଉଥିବା ମହିଳାଙ୍କର ସଙ୍କଟ ଅଧିକ ଥାଏ ।[][] ସଙ୍କଟ କମ କରୁଥିବା ଉପାଦାନ ମଧ୍ୟରେ ହରମୋନ‌ଦ୍ୱାରା ଜନ୍ମ ନିରୋଧ, ଫାଲୋପିଆନ ଟ୍ୟୁବ ଗଣ୍ଠି ପକେଇବାସ୍ତନ୍ୟପାନ କରିବା ଅନ୍ୟତମ ।[] ପ୍ରାୟ ୧୦ % କେଶ୍‌ରେ ବଂଶାନୁକ୍ରମିକ ସଙ୍କଟ ଥାଏ, ଜିନ ମ୍ୟୁଟେସନ (BRCA1 or BRCA2) ହୋଇଥିଲେ ୫୦ % ସଙ୍କଟ ଅଧିକ ରହେ । ସର୍ବାଧିକ କର୍କଟ ହେଉଥିବା ରୋଗର ନାମ ଓଭାରିଆନ କାର୍ସିନୋମା । ଏହାର ପାଞ୍ଚ ପ୍ରକାର ପ୍ରଜାତି ଅଛି ଯାହା ମଧ୍ୟରୁ ସେରସ ସବୁଠାରୁ ଅଧିକ ହୁଏ । ଓଭାରିର ବାହ୍ୟ ଆବରଣରୁ ଏହା ଆରମ୍ଭ ହେଉଥିବା ବିଶ୍ୱାସ କରାଯାଏ,[] ଯଦିଓ ଫାଲୋପିଆନ ଟ୍ୟୁବ୍‌ରୁ ମଧ୍ୟ କେତେକ ବାହାରେ ।[] ଅଳ୍ପ ହେଉଥିବା ଟାଇପ ମଧ୍ୟରେ ଜର୍ମ ସେଲ ଟ୍ୟୁମରସେକ୍ସ କର୍ଡ ସ୍ଟ୍ରୋମାଲ ଟ୍ୟୁମର ନାମ ଉଲ୍ଲେଖ‌ଯୋଗ୍ୟ ।[] ବାୟୋପ୍ସି ନେଇ ରୋଗ ନିର୍ଣ୍ଣୟ କରାଯାଏ, ସାଧାରଣତଃ ଅପରେଶନ କରି ବାହାର କରିଦେବା ପରେ ।[]

ସାଧାରଣ ସଙ୍କଟ ଥିବା ମହିଳାଙ୍କର ସ୍କ୍ରିନିଙ୍ଗ ଅନାବଶ୍ୟକ, କାରଣ ଏହାଦ୍ୱାରା ଅନେକ ମିଥ୍ୟା ଯୁକ୍ତାତ୍ମକ ଫଳ ମିଳେ, ଏହା ଯୋଗୁ ଅନାବଶ୍ୟକ ଅପରେଶନ କରାଯାଏ ଓ ସବୁଠାରୁ ବଡ଼ କଥା ହେଲା ଏହାଦ୍ୱାରା ମୃତ୍ୟୁ ହାରରେ ଫରକ ଆସେନି ।[] ଉଚ୍ଚ ସଙ୍କଟାପନ୍ନ ମହିଳାଙ୍କର ପ୍ରତିଷେଧ ହିସାବରେ ଦୁଇଟିଯାକ ଓଭାରି କାଢ଼ିଦିଆଯାଏ ।[] ଯଦି ଶୀଘ୍ର ରୋଗ ଧରାପଡ଼େ ଓ ଚିକିତ୍ସା କରାଯାଏ, ତାହାହେଲେ ଆରୋଗ୍ୟ ହୋଇଯାଏ । ଅପରେଶନ, ରାଡିଏସନ କିମ୍ବା କେମୋଥେରାପିର ମଶ୍ରିତ କରାଯାଏ ।[] ଏହାର ଫଳାଫଳ ନିର୍ଭର କରେ କେତେ ପର୍ଯ୍ୟନ୍ତ ରୋଗ ଆଗେଇଛି ଓ କେଉଁ ଉପ-ପ୍ରକାରର ରୋଗ । [] ପାଞ୍ଚ ବର୍ଷିଅ ଆୟୁଷ ହାର ଆମେରିକାରେ ୪୫ % ।[] ବିକାଶଶୀଳ ଦେଶମାନଙ୍କରେ ଏହି ହାର ନିରାଶାଜନ‌କ ।[]

ପୃଥିବୀରେ ୨୦୧୨ ମସିହାରେ ଓଭାରି କର୍କଟ ରୋଗ ୨୩୯.୦୦୦ ମହିଳାଙ୍କୁ ହୋଇଥିଲା ଓ ୧୫୨.୦୦୦ ମୃତ୍ୟୁ ହୋଇଥିଲା । ଏହା ମହିଳାମାନଙ୍କ ମଧ୍ୟରେ ସପ୍ତମ ସାଧାରଣ କର୍କଟ ଓ ମହିଳା ମୃତ୍ୟୁ କାରଣରେ ଅଷ୍ଟମ ସ୍ଥାନ ଅଧିକାର କରିଛି । ଆଫ୍ରିକା ଓ ଏସିଆ ଅପେକ୍ଷା ଉତ୍ତର ଆମେରିକା ଓ ୟୁରୋପରେ ଏହି ରୋଗ ବେଶୀ ହୁଏ ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads