କଲଚିସିନ
କଲଚିସିନ ଏକ ଔଷଧ ଯାହା ଗାଉଟ ଏବଂ ବେସେଟ ଡିଜିଜ ରୋଗମାନଙ୍କ ଚିକିତ୍ସାରେ ପାଇଁ ବ୍ୟବହୃତ ହୁଏ । From Wikipedia, the free encyclopedia
Remove ads
କଲଚିସିନ ଏକ ଔଷଧ ଯାହା ଗାଉଟ ଏବଂ ବେସେଟ ଡିଜିଜ ରୋଗମାନଙ୍କ ଚିକିତ୍ସାରେ ପାଇଁ ବ୍ୟବହୃତ ହୁଏ । [୧] [୨] [୩] ଗାଉଟ ରୋଗରେ ଏହାନନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟରୀ ଔଷଧ କିମ୍ବା ସ୍ଟିରଏଡ ଅପେକ୍ଷା କମ୍ ପସନ୍ଦ କରାଯାଏ | [୪] ଅନ୍ୟାନ୍ୟ ବ୍ୟବହାରରେ ପେରିକାର୍ଡାଇଟିସ୍ ଏବଂ ପାରିବାରିକ ଭୂମଧ୍ୟସାଗରୀୟ ଜ୍ୱର ରୋଗର ପ୍ରତିଷେଧ ଭାବରେ ବ୍ୟବହାର କରାଯାଏ ।[୪] [୫] ଏହା ପାଟିଦ୍ୱାରା ନିଆଯାଏ | [୪]
ଅଧିକ ମାତ୍ରାରେ ଏହି ଔଷଧ ଦେଲେ ସାଧାରଣତଃ ପାର୍ଶ୍ୱ ପ୍ରତିକ୍ରିୟାରେ ପାକଅନ୍ତନଳୀ ସମସ୍ୟା ହୁଏ ।[୬] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ କଣିକା ପରିମାଣ କମିଯାଏ ଏବଂ ରାବଡୋମାୟୋଲାଇସିସ୍ ହୋଇପାରେ | [୪] ଗର୍ଭଧାରଣ ସମୟରେ ବ୍ୟବହାରର ନିରାପତ୍ତା ଅସ୍ପଷ୍ଟ ଥିବାବେଳେ ସ୍ତନ୍ୟପାନ ସମୟରେ ବ୍ୟବହାର ନିରାପଦ ଦେଖାଯାଏ | [୪] [୭] ଅତ୍ୟଧିକ ମାତ୍ରାରେ ମୃତ୍ୟୁ ହୋଇପାରେ। [୪] ଏକାଧିକ ପ୍ରଣାଳୀରେ ପ୍ରଦାହ ହ୍ରାସ କରି କଲଚିସିନ କାମ କରେ | [୮]
କଲଚିସିନ୍ ଖ୍ରୀଷ୍ଟପୂର୍ବ ୧୫୦୦ ମସିହାରୁ ଅଟମ କ୍ରୋକସ ଆକାରରେ ଗଣ୍ଠି ଫୁଲା ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିଲା | [୯] ୧୯୬୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା । [୧୦] ଏହା ଯୁକ୍ତରାଜ୍ୟରେ ଜେନେରିକ ଔଷଧ ଭାବରେ ଉପଲବ୍ଧ ଓ ୨୦୧୯ ମସିହାରେ[୧୧] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୨୫୨.୨୦ ଆମେରିକୀୟ ଡଲାର ଥିଲା । [୧୨] ୨୦୧୭ ମସିହାରେ, ଏହା ଯୁକ୍ତରାଷ୍ଟ୍ରରେ ୨୦୧ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। [୧୩] [୧୪]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads