ରାବଡୋମାୟୋଲାଇସିସ

From Wikipedia, the free encyclopedia

ରାବଡୋମାୟୋଲାଇସିସ
Remove ads

ରାବଡୋମାୟୋଲାଇସିସ (ଇଂରାଜୀ ଭାଷାରେ Rhabdomyolysis) ଏକ ରୋଗ ଯେଉଁଥିରେ ଆଘାତପ୍ରାପ୍ତ ସ୍କେଲିଟାଲ ପେଶୀ ଅତି ଶୀଘ୍ର ନଷ୍ଟ ହୋଇଯାଏ ।[] ଏହାର ଲକ୍ଷଣ ମଧ୍ୟରେ ପେଶୀ ଯନ୍ତ୍ରଣା (muscle pains), ଦୁର୍ବଳତା, ବାନ୍ତି (vomiting) ଓ ମାନସିକ ଦ୍ୱନ୍ଦ ଦେଖାଯାଏ (confusion) ।[][] ଚା' ରଙ୍ଗର ପରିସ୍ରା ହୁଏ ବା ଅନିୟମିତ ହୃତ୍ ସ୍ପନ୍ଦନ ହୁଏ । ବୃକ୍‌କ ଉପରେ ପେଶୀ ଭଙ୍ଗା ପଦାର୍ଥ ଯେପରିକି ପ୍ରୋଟିନ ମାୟୋଗ୍ଲୋବିନ (myoglobin) ବିପଦ ସୃଷ୍ଟି କରିବା ଫଳରେ ତୀବ୍ର ବୃକ୍‌କ ଫେଲ (kidney failure) ହୋଇଯାଏ ।[]

Quick facts ରାବଡୋମାୟୋଲାଇସିସ, ଉଚ୍ଚାରଣ ...

ଅଧିକାଂଶ ସମୟରେ କ୍ରସ ସିଣ୍ଡ୍ରୋମ (crush injury), ଅତ୍ୟଧିକ ବ୍ୟାୟାମ,ଔଷଧ ସେବନ (medications) ବା ଔଷଧ ଦୂରୁପ‌ଯୋଗ/ଡ୍ରଗ ଆବ୍ୟୁସ (drug abuse) ଫଳରେ ପେଶୀ ନଷ୍ଟ ହୋଇଯାଏ । ସଂକ୍ରମଣ, ବିଦ୍ୟୁତ ଆଘାତ (electrical injury), ହୃଦ୍‌ପାତସର୍ପ ଦଂଶ ଇତ୍ୟାଦି ଅନ୍ୟାନ୍ୟ କାରଣ ଯୋଗୁ ମଧ୍ୟ ଏହି ରୋଗ ହୁଏ । କେତେକ ଲୋକଙ୍କର ବଂଶାନୁକ୍ରମିକ ପେଶୀ ବେମାରୀ (inherited) ଯୋଗୁ ରାବଡୋମାୟୋଲାଇସିସ ରୋଗ ହୁଏ । ରୋଗୀର ପରିସ୍ରା ୟୁରିନ ସ୍ଟ୍ରିପ ଟେଷ୍ଟଦ୍ୱାରା (urine test strip) ପରୀକ୍ଷା କଲେ ସେଥିରେ ରକ୍ତ ଥିବା ପଜିଟିଭ ଦେଖାଯାଏ, କିନ୍ତୁ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ଲୋହିତ ରକ୍ତ କଣିକା ମିଳେନାହିଁ ।[] ରକ୍ତ ପରୀକ୍ଷାରେ କ୍ରିଏଟିଭ କାଇନେଜ (creatine kinase) ୧୦୦୦ ୟୁ/ଲିରୁ ଅଧିକ ଥାଏ ଓ ଅତି ସାଂଘାତିକ କେଶ୍‌ରେ ୫୦୦୦ ୟୁ/ଲି ଥାଏ ।[]

ଏହି ରୋଗରେ ବ‌ହୁତ ପରିମାଣର ଶିରାଭ୍ୟନ୍ତର ତରଳ ପଦାର୍ଥ ଦେବା ହିଁ ମୂଖ୍ୟ ଚିକିତ୍ସା ।[] ଅନ୍ୟ ଚିକିତ୍ସା ମଧ୍ୟରେ କେଶ ସାଂଘାତିକ ଥିଲେ ଡାଏଲିସିସ (en:dialysis) ବା ହେମୋଫିଲଟ୍ରେସନ (‌en:hemofiltration) କରାଯାଏ ।[][] ପରିସ୍ରା ସଠିକ ହୋଇଗଲେ ସୋଡ଼ିଅମ ବାଇକାର୍ବୋନେଟ (sodium bicarbonate) ଓ ମାନିଟୋଲ (mannitol) ସାଧାରଣତଃ ଦିଆଯାଏ କିନ୍ତୁ ଏହାର ଉପ‌ଯୋଗୀତା ବିଷୟରେ କୌଣସି ଠୋସ୍ ପ୍ରମାଣ ମିଳିନାହିଁ ।[][] ଶିଘ୍ର ଚିକିତ୍ସା ଆରମ୍ଭ କଲେ ଫଳ ଭଲ ହୁଏ ।[] ରୋଗ ଜଟିଳ ହେଲେ ହାଇପରକାଲେମିଆ (high blood potassium), ହାଇପୋକ୍ୟାଲସେମିଆ (low blood calcium), ଡିସସେମିନେଟେଡ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ (disseminated intravascular coagulation), ଓ କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ (compartment syndrome) ଇତ୍ୟାଦି ବେମାରୀ ଦେଖାଯାଏ ।[]

ପ୍ରତି ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୨୬,୦୦୦ ଲୋକଙ୍କୁ ରାବଡୋମାୟୋଲାଇସିସ ରୋଗ ହୁଏ ।[] ଏହି ରୋଗ ବିଷୟରେ ଇତିହାସରେ ଲେଖା ଥିଲେ ମଧ୍ୟ ଆଧୁନିକ ବର୍ଣ୍ଣନା ପ୍ରଥମର ସନ ୧୯୦୮ର ଭୂମିକମ୍ପ ପରେ ଲେଖାଯାଇଥିଲା । ସନ ୧୯୪୧ର ବ୍ଲିଜ ପରେ ଏହି ରୋଗର କାର୍ଯ୍ୟବିଧି ସମ୍ପର୍କରେ ଆବିଷ୍କୃତ ହୋଇଥିଲା । ଭୂମିକମ୍ପ ପରେ ଏହି ରୋଗ ସଙ୍କଟ ଏକ ଉଲ୍ଲେଖନୀୟ ସମସ୍ୟା ସୃଷ୍ଟି କରେ, ଏଣୁ ଏ ଆପଦ ସମୟରେ ରିଲିଫ ସ‌ହିତ ଏହି ରୋଗ ବିଷୟରେ ସବିଶେଷ ଜ୍ଞାନ ଥିବା ଚିକିତ୍ସକଙ୍କୁ ଉପ‌ଯୁକ୍ତ ଉପକରଣ ସ‌ହିତ ଚିକିତ୍ସା କରିବା ନିମନ୍ତେ ପଠାଇବା ଆବଶ୍ୟକ ହୁଏ ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads