କୋଡିନ
From Wikipedia, the free encyclopedia
Remove ads
କୋଡିନ, ରାସାୟନିକ ନାମ ୩-ମିଥାଇଲମର୍ଫିନ, ଏକ ଅଫିମ ସମ୍ପର୍କୀୟ ଔଷଧ ଯାହା ଯନ୍ତ୍ରଣା ନିବାରକ, କାଶ ଔଷଧ ଓ ତରଳ ଝାଡ଼ା ଚିକିତ୍ସାରେ ବ୍ୟବହୃତ ହୁଏ ।[୨][୩] ମଧ୍ୟମ ଓ ସାମାନ୍ୟ ଧରଣର ଯନ୍ତ୍ରଣା ନିମନ୍ତେ ଏହା ଦିଆଯାଏ । ପାରାସେଟାମୋଲ ବା ଆସ୍ପିରିନ ସହିତ ମିଶେଇଲେ ଏହା ଅଧିକ ଉପକାର କରେ ।[୨] କାଶ ଉପଶମ ନିମନ୍ତେ ଦିଆଯାଥିଲେ ମଧ୍ୟ ଅନିଶ୍ଚତ ଫଳ ମିଳେ । [୪][୫] ୧୨ ବର୍ଷ ବୟସରୁ କମ ପିଲାଙ୍କୁ ୟୁରୋଗରେ ଏହି ଔଷଧ ଦିଆଯାଏ ନାହିଁ । ଏହା ପାଟିରେ ଦିଆଯାଏ । ଏହା ଖାଇବାର ୧/୨ ଘଣ୍ଟା ପରେ କାର୍ଯ୍ୟକାରୀ ହୁଏ ଓ ସର୍ଭାଧିକ ପ୍ରଭାବ ୨ ଘଣ୍ଟା ପରେ ଦେଖାଏ । ଛଅ ଘଣ୍ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ରହେ । [୨]
ବାନ୍ତି, କୋଷ୍ଠକାଠିନ୍ୟ, ଗଲୁ, ଓ ମୁଣ୍ଡ ହାଲୁକା ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ଏହି ଔଷଧ ବ୍ୟବହର କଲେ ହୋଇପାରେ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଶ୍ୱାସକ୍ରିୟ କମିଯିବା ଓ ନିଶାଗ୍ରସ୍ତ ହେବା ଦେଖାଯାଏ । ଗର୍ଭାବସ୍ଥାରେ ଏହା ଦେବା ନିରାପଦ ବୋଲି ଜଣାଯାଇ ନାହିଁ । ସ୍ତନ୍ୟପାନ କରେଇଲେ ଶିଶୁକୁ ଅଫିମ ବିଷାକ୍ତତା ହୋଇପାରେ । କୋଡିନ ଯକୃତରେ ମର୍ଫିନରେ ପରିଣତ ହୋଇ କାମ କରେ । ଏହି ପ୍ରକ୍ରିୟା କେତେ ସମୟରେ ସଂଘଠିତ ହେବ ତାହା ଲୋକର ଜେନେଟିକ ଉପରେ ନିର୍ଭର କରେ ।[୨]
ସନ ୧୮୩୨ରେ କୋଡିନ ଆବିଷ୍କୃତ ହୋଇଥିଲା ।[୬] ସନ ୨୦୧୩ରେ ୩୬୧,୦୦୦ କିଗ୍ରା କୋଡିନ ପ୍ରସ୍ତୁତ ହୋଇଥିଲା ଓ ୨୪୯,୦୦୦ କିଗ୍ରା ବ୍ୟବହାର କରାଯାଇଥିଲା । ଅଫିମ ସମ୍ବନ୍ଧୀୟ ଜିନିଷ ମଧ୍ୟରୁ ଏହା ସବୁଠାରୁ ଅଧିକ ବ୍ୟବହାର କରାଯାଏ । [୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ଏହାର ହୋଲସେଲ ମୂଲ୍ୟ ସନ ୨୦୧୪ରେ ୦.୦୪ରୁ ୦.୨୯ ଆମେରିକୀୟ ଡଲାର ।[୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୂଲ୍ୟ ପ୍ରାୟ ଏକ ଡଲାର । [୨] କୋଡିନ ପ୍ରାକୃତିକ ଅବସ୍ଥାରେ ଓ ଅଫିମର % ହିସାବରେ ଥାଏ ।[୬]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads
