କ୍ଲୋମିଫିନ

From Wikipedia, the free encyclopedia

କ୍ଲୋମିଫିନ
Remove ads

କ୍ଲୋମିଫିନ (ଇଂରାଜୀ ଭାଷାରେ Clomifene, ଅନ୍ୟ ପ୍ରକାର ଲେଖାଯାଏ clomiphene) ଏକ ଔଷଧ ଯାହା ଡିମ୍ବକ୍ଷରଣ ନହେବା (do not ovulate) ଯୋଗୁ ବନ୍ଧ୍ୟା (infertility) ହୋଇଥିବା ମହିଳାଙ୍କର ଚିକିତ୍ସାରେ ଦିଆଯାଏ । ବିଶେଷତଃ ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମ (polycystic ovary syndrome ଥିଲେ ଏହି ଔଷଧ ଦିଆଯାଏ । ଏହା ଯୋଗୁ ଯାଆଁଳା (twins) ପିଲା ହେବା ସଂଭାବନା ଅଧିକ ଥାଏ । ଦିନ‌କୁ ଥରେ ଏହି ଔଷଧ ପାଟିରେ ଦିଆଯାଏ । []

Quick Facts Clinical data, Trade names ...

କ୍ଲୋମିଫିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଲଭିସ ବା ଶ୍ରୋଣୀ ଯନ୍ତ୍ରଣା (pelvic pain) ଓ ହଟ ଫ୍ଲସ (hot flushes) ହୋଇପାରେ ।[] ଆଉ ମଧ୍ୟ ଦୃଷ୍ଟି ପରିବର୍ତ୍ତନ, ବାନ୍ତି, ନିଦ୍ରା ସମସ୍ୟା, ଓଭାରି କର୍କଟବାତ (seizures) ମଧ୍ୟ ହୋଇପାରେ ।[][] ଯକୃତ ରୋଗ liver diseaseଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ ।[] ସିଲେକ୍ଟିଭ ଏସ୍ଟ୍ରୋଜେନ ରିସେପ୍ଟର ମୋଡ୍ୟୁଲେଟର (selective estrogen receptor modulator) ବା (ଏସଇଆରଏମ/SERM) ଶ୍ରେଣୀର କ୍ଲୋମିଫିନ ଏକ ଔଷଧ ।[] ଏହି ଔଷଧଦ୍ୱାରା ହାଇପୋଥାଲାମସରୁ (hypothalamus) ଗୋନାଡୋଟ୍ରଫିନ (gonadotrophin) କ୍ଷରଣ ହୁଏ ଓ ଏହାଦ୍ୱାରା ଔଷଧ କାର୍ଯ୍ୟକ୍ଷମ ହୁଏ ।[]

ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୬୭ରେ କ୍ଲୋମିଫିନ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ କୋର୍ଷର ହୋଲସେଲ ମୂଲ୍ୟ ପ୍ରାୟ ୨.୦୦ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ହୋଲସେଲ ମୂଲ୍ୟ ୪.୮୦ ଆମେରିକୀୟ ଡଲାର ।[] ସ‌ହାୟକ ପ୍ରଜନନ ପ୍ର‌ଯୁକ୍ତି (assisted reproductive technology) କାଳରେ ଏହାର ପ୍ରୟୋଗ ଆରମ୍ଭ ହୋଇଥିଲା ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads