ମେଥାଡନ
From Wikipedia, the free encyclopedia
Remove ads
ମେଥାଡନ, ବିକ୍ରୟ ନାମ ଡୋଲୋଫିନ, ଏକ ଅଫିମ ଜାତୀୟ ଔଷଧ ଯାହା ଯନ୍ତ୍ରଣା ଚିକିତ୍ସା, ସଂରକ୍ଷଣ ଥେରାପି ଓ ଅଫିମ ନିର୍ଭରଶୀଳ ଲୋକଙ୍କ ନିଶାବିହୀନ ନିମନ୍ତେ ବ୍ୟବହାର କରାଯାଏ । [୩] ଏକ ମାସ ମଧ୍ୟରେ ନିଶାବିହୀନ ହୋଇପାରିବ ବା ୬ ମାସ ମଧ୍ୟ ଲାଗିପାରିବ । ଗୋଟିଏ ଡୋଜ ଶୀଘ୍ର କାମ କଲେ ମଧ୍ୟ ସର୍ବାଧିକ ପ୍ରଭାବ ନିମନ୍ତେ ୫ ଦିନ ଲାଗିପାରେ । ଏହାର ପ୍ରଭାବ ୬ଘଣ୍ଟା ପର୍ଯ୍ୟନ୍ତ ରହେ ଓ ଦୀର୍ଘକାଳୀନ ବ୍ୟବହାରରେ ଦେଢ଼ ଦିନ ରହିପାରେ । ମେଥାଡନ ପାଟିରେ ଦିଆଯାଏ ବା ମାଂସପେଶୀ ଇଞ୍ଜେକସନ ବା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । [୩]
ଏହି ଔଷଦର ଅଫିମ ଅନୁଜାତୀୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ଶିରଭ୍ରମ, ନିଦୁଆ ଓ ଝାଳ ବୋହିବା ଆଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଓପିଅଏଡ଼ ଆବ୍ୟୁଜ ବା ଶ୍ୱାସକ୍ରିୟା ପ୍ରଚେଷ୍ଟ କମ ହୁଏ । ପ୍ରଲମ୍ବିତ କ୍ୟୁଟି ସହିତ ଅନିୟମିତ ହୃତ୍ପିଣ୍ଡ ହାର ମଧ୍ୟ ଦେଖାଯାଏ ।[୩] ସନ ୨୦୧୧ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅଫିମ ସଂକ୍ରାନ୍ତିୟ ବିଷାକ୍ତତାର ୨୬ % ବା ୪୪୧୮ ଲୋକ ମେଥାଡିନ ଯୋଗୁ ବିଷାକ୍ତ ହୋଇଥିଲେ ।[୪] ଅଧିକ ଡୋଜ ଦେଲେ ଅଧିକ ସଙ୍କଟ ରହେ ।[୫] ରାସାୟନିକ ପଦ୍ଧତିରେ ମେଥାଡନ ପ୍ରସ୍ତୁତ କରାଯାଏ ଓ ଏହା ଓପିଅଏଡ ରିସେପ୍ଟର ଉପରେ କାମକରେ । [୩]
ସନ ୧୯୩୭ରୁ ୧୯୩୯ ଭିତରେ ଜର୍ମାନୀରେ ଗୁସ୍ଟାଭ ଏରହାର୍ଟ (Gustav Ehrhart) ଓ ମାକ୍ସ ବକମୁଲ (Max Bockmühl) ଏହି ମେଥାଡନ ପ୍ରସ୍ତୁତ କରିଥିଲେ । [୬][୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସନ ୧୯୪୭ରେ ବ୍ୟବହାର ନିମନ୍ତେ ଅନୁମୋଦିତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ପୃଥିବୀରେ ସନ ୨୦୧୩ରେ ୪୧,୪୦୦ କେଜି ମେଥାଡନ ଉତ୍ପାଦିତ ହୋଇଥିଲା ।[୯] ଅନ୍ୟ ସମସ୍ତ ନିଶାଦ୍ରବ୍ୟ ଭଳି ଏହା ନିୟନ୍ତ୍ରଣ କରାଯାଏ ।[୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଅତି ଦାମିକା ନୁହେଁ । [୧୧]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads
