ସେପ୍ସିସ
ଏକ ସଂକ୍ରମଣ ଜନିତ ଶରୀରବ୍ୟାପୀ ପ୍ରଦାହ From Wikipedia, the free encyclopedia
Remove ads
ରକ୍ତ ପୂତିତା ବା ସେପ୍ସିସ, ଏକ ସଂକ୍ରମଣ ଜନିତ ଶରୀରବ୍ୟାପୀ ପ୍ରଦାହ । [୧] ସାଧାରଣ ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜ୍ୱର, ଦୃତ ହୃତ୍ସ୍ପନ୍ଦନ ହାର, ଦୃତ ଶ୍ୱାସକ୍ରିୟା ହାର ଓ ଦ୍ୱିଧାଗ୍ରସ୍ତ ଉଲ୍ଲେଖନୀୟ । [୨] ଏହା ସହିତ ନିର୍ଦ୍ଦିଷ୍ଟ ସଂକ୍ରମଣର ଲକ୍ଷଣ ଥାଏ ଯେପରିକି ନିମୋନିଆ ସହିତ କାଶ କିମ୍ବା ବୃକ୍କ ସଂକ୍ରମଣ ସହିତ କଷ୍ଟଦାୟକ ମୂତ୍ରତ୍ୟାଗ । ଅଳ୍ପ ବୟସର ଯୁବକ, ବୃଦ୍ଧ ଓ ଦୂର୍ବଳ ଇମ୍ମ୍ୟୁନିଟିଗ୍ରସ୍ତ ଲୋକଙ୍କର କୌଣସି ନିର୍ଦ୍ଦିଷ୍ଟ ସଂକ୍ରମଣ ଲକ୍ଷଣ ଦେଖାଯାଇ ନ ପାରେ ତଥା ଦେହ ଉତ୍ତାପ ବେଶୀ ବଦଳରେ କମ୍ ରହେ । [୩] ସାଂଘାତିକ ସେପ୍ସିସ କୁହାଯାଏ ଯେତେବେଳେ ତାହାଦ୍ୱାରା ଦୂର୍ବଳ ଅଙ୍ଗ କାର୍ଯ୍ୟକାରୀତା ଥାଏ ଓ ସ୍ୱଳ୍ପ ରକ୍ତ ପ୍ରବାହ ହୁଏ । ନିମ୍ନ ରକ୍ତଚାପ, ରକ୍ତ ଲାକ୍ଟେଟ୍ ଆଧିକ୍ୟ କିମ୍ବା ସ୍ୱଳ୍ପ ମୂତ୍ରତ୍ୟାଗ ଇତ୍ୟାଦି ଲକ୍ଷଣମାନ ସ୍ୱଳ୍ପ ରକ୍ତ ପ୍ରବାହର ପ୍ରମାଣ ଦିଏ । ଯୁକ୍ତିସମ୍ମତ ଶୀରାମାଧମ ତରଳ ପଦାର୍ଥ ଦେବା ପରେ କୌଣସି ଉନ୍ନତି ନ ହେଲେ ସେପ୍ଟିକ୍ ସକ୍ କୁହାଯାଏ ।[୧]
ସଂକ୍ରମଣଦ୍ୱାରା ଇମ୍ମ୍ୟୁନ୍ ପ୍ରତିକ୍ରିୟା ପ୍ରଭାବିତ ହୋଇ ସେପ୍ସିସ କରାଏ । [୩][୪] ଅଧିକାଂଶ ସମୟରେ ଜୀବାଣୁ ଏହାର କାରଣ ହେଲେ ମଧ୍ୟ କବକ ବା ଫିମ୍ପି, ଭୁତାଣୁ ଓ ପରଜୀବୀମାନେ ମଧ୍ୟ ଏହାର କାରଣ ହୋଇ ପାରନ୍ତି । [୩] ଫୁସ୍ଫୁସ୍, ମସ୍ତିଷ୍କ, ମୁତ୍ର ପ୍ରଣାଳୀ, ଚର୍ମ ଓ ଉଦର ଏହି ରୋଗର ପ୍ରାଥମିକ ସଂକ୍ରମଣ ସ୍ଥାନ । ଅଳ୍ପ ବୟସ ବା ବୃଦ୍ଧ, ମଧୁମେହ କିମ୍ବା କର୍କଟ ଯୋଗୁ ଦୂର୍ବଳ ଇମ୍ମ୍ୟୁନ ପ୍ରଣାଳୀ ହୋଇଥିଲେ ଓ ବଡ଼ ଆଘାତ କିମ୍ବା ଦଗ୍ଧ ଯୋଗୁ ଏହି ରୋଗ ସଙ୍କଟ ଅଧିକ ହୁଏ । [୨] ଶାରୀରିକ ପ୍ରଦାହ ପ୍ରତିକ୍ରିୟା ସିଣ୍ଡ୍ରୋମ୍(SIRS) କୃତ ମାନଦଣ୍ଡରୁ ଅତି କମ୍ରେ ଦୁଇଟି ହେଲେ ଏହି ରୋଗ ସଂକ୍ରମଣ ଜନିତ ବୋଲି ନିର୍ଣ୍ଣୟ କରାଯାଇପାରେ । ଆଣ୍ଟବାୟୋଟିକ ଦେବା ପୂର୍ବରୁ ରକ୍ତ କଲ୍ଚର୍ କରିବାକୁ ସୁପାରିସ୍ କରାଯାଏ; କିନ୍ତୁ ରୋଗ ନିର୍ଣ୍ଣୟ ପାଇଁ ରକ୍ତ ସଂକ୍ରମଣ ଅନାବଶ୍ୟକ । [୩] ସଂକ୍ରମଣ ଅବସ୍ଥାନ ଚିହ୍ନଟ ନିମନ୍ତେ ମେଡିକାଲ ଇମେଜିଙ୍ଗ କରିବା ଆବଶ୍ୟକ । [୧] ସଦୃଶ ଲକ୍ଷଣ ଓ ଚିହ୍ନ ଅନ୍ୟ ରୋଗ ଯଥା ଆନାଫାଇଲାକ୍ସିସ୍, ଆଡ୍ରେନାଲ ଅଭାବ, ସ୍ୱଳ୍ପ ରକ୍ତ ଭଲ୍ୟୁମ୍, ହୃଦ୍ପାତ, ପଲ୍ମୋନାରି ଏମ୍ବୋଲିଜ୍ମରେ ଦେଖାଯାଏ । [୩]
ସେପ୍ସିସ୍ ରୋଗ ସାଧାରଣତଃ ଶୀରାମାଧ୍ୟମ ତରଳ ପଦାର୍ଥ ଓ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଏ । ଅନେକ ସମୟରେ ରୋଗୀଙ୍କୁ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ରଖାଯାଏ । ରକ୍ତଚାପ ଅନୁରକ୍ଷଣ କରିବା ପାଇଁ ତରଳ ପଦାର୍ଥ ପ୍ରତିସ୍ଥାପନ ଯଥେଷ୍ଟ ନ ହେଲେ ଚାପ ବୃଦ୍ଧିକାରୀ ଔଷଧ ଦିଆଯାଏ । ଫୁସ୍ଫୁସ୍ ଓ ବୃକ୍କ ଅଙ୍ଗମାନଙ୍କ କାର୍ଯ୍ୟକୁ ସାହାଯ୍ୟ କରିବା ନିମନ୍ତେ ଯଥାକ୍ରମେ ମେକାନିକାଲ ଭେଣ୍ଟିଲେସନ ଓ ଡାଏଲିସିସ ଆବଶ୍ୟକ ହୋଇପାରେ । [୨] ଚିକିତ୍ସା ଗାଇଡ଼ କରିବା ନିମନ୍ତେ କେନ୍ଦ୍ରୀୟ ଶୀରା କାଥେଟର (central venous catheter) ଓ ଧମନୀ କାଥେଟର (arterial catheter) ଦିଆଯାଇ ପାରେ । ଅନ୍ୟ ପରିମାପ ଯେପରିକି କାର୍ଡ଼ିଆକ୍ ଆଉଟ୍ପୁଟ୍ ଓ ସୁପିରିଅର ଭେନା କାଭା ଅମ୍ଳଜାନ ସାଚୁରେସନ୍ ବ୍ୟବହାର କରାଯାଇପାରେ । ସେପ୍ସିସ୍ ରୋଗୀ ଡିପ ଭେନ ଥ୍ରୋମ୍ବୋସିସ୍, ସ୍ଟ୍ରେସ୍ ଘାଆ, ଚାପ ଘାଆ ଭଳି ଅବସ୍ଥାମାନଙ୍କର ପ୍ରତିଷେଧକ ବ୍ୟବସ୍ଥା ଆବଶ୍ୟକ କରିପାରେ ଯଦି ଅନ୍ୟ କୌଣସି ଅବସ୍ଥା ତାହା ରୋକୁ ନ ଥାଏ । ଅନେକ ରୋଗୀ ଇନସୁଲିନ (ଔଷଧ) ନେଇ ରକ୍ତ ଶର୍କରା ନିୟନ୍ତ୍ରଣ କଲେ ଉପକୃତ ହୁଅନ୍ତି । [୧] କର୍ଟିକୋସ୍ଟିରଏଡ୍ ବ୍ୟବହାରରେ ମତୈକ ନାହିଁ । [୫] ସାଂଘାତିକ ସେପ୍ସିସ୍ ନିମନ୍ତେ ଦିଆଯାଉଥିବା ଆକ୍ଟିଭେଟେଡ୍ ଡ୍ରୋଟ୍ରେକୋଗିନ୍ (Activated drotrecogin alfa) କିଛି ଉପକାରୀ ନ ଥିବା ଜଣାଯାଏ ଓ ଏହା ୨୦୧୧ ମସିହାରୁ ବଜାରରୁ କାଢ଼ି ନିଆଯାଇଛି । [୬]
ଆଂଶିକ ଭାବେ ରୋଗର ଗମ୍ଭୀରତା ଉପରେ ଫଳାଫଳ ମୃତ୍ୟୁହାର ୩୦ % ହୋଇପାରେ, ସାଙ୍ଘାତିକ ଥିଲେ ୫୦ % ଓ ସେପ୍ଟିକ୍ ସକ୍ ଥିଲେ ୮୦ % ହୁଏ । [୭] ବିକାଶଶୀଳ ଦେଶମାନଙ୍କରୁ ତଥ୍ୟ ହାସଲ ନ ହେବା କାରଣରୁ ପୃଥିବୀର ସମୁଦାୟ ରୋଗୀ ସଂଖ୍ୟା ଜଣାଯାଇପାରୁ ନାହିଁ । [୭] ହିସାବରୁ ଜଣାଯାଏ ନିୟୁତ ନିୟୁତ ଲୋକ ପ୍ରତିବର୍ଷ ଏହି ରୋଗ ଭୋଗନ୍ତି । [୧] ବିକାଶଶୀଳ ଦେଶମାନଙ୍କରେ ପ୍ରତି ବର୍ଷ ଏକ ହଜାରରେ ପ୍ରାୟ 0.୨ରୁ ୩ ଲୋକ ଏହି ରୋଗ ଭୋଗନ୍ତି ଓ ଆମେରିକାରେ ପ୍ରାୟ ଏକ ନିୟୁତ ଲୋକ ଭୋଗନ୍ତି । [୭][୮] ଏହି ରୋଗାକ୍ରାନ୍ତ ଲୋକଙ୍କ ହାର ବଢ଼ୁଛି । [୧] ମହିଳାମାନଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ରୋଗ ହୁଏ । [୩] ସେପ୍ଟିସେମିଆ, ଅଣୁଜୀବଦ୍ୱାରା ରକ୍ତ ବିଷାକ୍ତ ହେବା ଇତ୍ୟାଦି ଧାରଣା ଆଉ ନାହିଁ ଓ ବଦଳି ଯାଇଛି । [୯][୧୦]ଏହି ରୋଗର ବର୍ଣ୍ଣନା ହିପୋକ୍ରେଟଙ୍କ କାଳରୁ ଲେଖା ଅଛି । [୧୦]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads