ଉଦ୍ବେଗ
From Wikipedia, the free encyclopedia
Remove ads
ଉଦ୍ବେଗ (English: anxiety) ହେଉଛି ଏକ ମନର ଭାବ ଯାହାକି ମନରେ ଆଭ୍ୟନ୍ତରୀଣ ଅଶାନ୍ତି ସୃଷ୍ଟି କରିଥାଏ, ବହୁ ସମୟରେ ଏଥିସହ ଘାବରେଇ ଯିବା ଭଳି ବ୍ୟବହାର ମଧ୍ୟ ଯଥା ଆଗ ପଛ ହେବା, ଦୈହିକ ଅଭିଯୋଗ ଓ ସବୁବେଳେ ଚିନ୍ତାକରିବା ସ୍ଥତିରେ ରହିବ ଆଦି ହୋଇପାରେ ।[୧] ଆଗକୁ ଘଟିବାକୁ ଥିବା ଘଟଣାଗୁଡିକ ବିଷୟରେ ଚିନ୍ତା କରିବାର ଏହା ଏକ ଖରାପ ଭାବନା, ଯଥା କେଉଁ ନିଜର ବ୍ୟକ୍ତିଙ୍କର ମୃତ୍ୟୁ ଇତ୍ୟାଦି । [୨] ଉଦ୍ବେଗ ଓ ଡର ସମାନ ଭାବନା ନୁହନ୍ତି । ଡର ହେଉଛି ସଙ୍ଗେ ସଙ୍ଗେ ଘଟିଥିବା ଘଟଣାର ଏକ ପ୍ରତିକ୍ରିୟା[୩], କିନ୍ତୁ ଉଦ୍ବେଗ ହେଉଛି ଭବିଷ୍ୟତରେ ଘଟିବାକୁ ଥିବା ଆଶଙ୍କିତ ଘଟଣା । ଉଦ୍ବେଗ ଏକ ସମ୍ପୂର୍ଣ୍ଣ ପ୍ରାକୃତିକ ଭାବନା ଅଟେ, କିନ୍ତୁ ଯଦି ଏହା ବାରମ୍ବାର ହେଉଛି ତେବେ ଏହା ଉଦ୍ବେଗ ଅବ୍ୟବସ୍ଥା ରୂପ ନେଇପାରେ ।
Remove ads
ଲକ୍ଷଣ
ଉଦ୍ବେଗକୁ ଦୈନନ୍ଦିନ ଜୀବନରେ ଟିକେ ଅଧିକ ସମୟଧରି ଘଟୁଥିବା ଘଟଣାଗୁଡିକରୁ ଅନୁଭବ କରାଯାଇ ପାରିବ ଯାହାକି ଜୀବନର ଗୁଣକୁ କମାଇଦେଇଥାଏ, ଯାହାକୁ କି କ୍ରନିକ ଉଦ୍ବେଗ କୁହାଯାଇଥଏ, ଅନ୍ୟ ପକ୍ଷରେ ଏହା ମଧ୍ୟ ଛୋଟ ଛୋଟ ତୀବ୍ର ଚାପଯୁକ୍ତ ହୋଇପାରେ ଯାହା ପ୍ୟାନିକ ଆଟାକର ରୂପ ନେଇପାରେ ଏହାକୁ ଆକ୍ୟୁଟ ଉଦ୍ବେଗ କୁହାଯାଇଥାଏ ।[୪] ବ୍ୟକ୍ତିରୁ ବ୍ୟକ୍ତି ଉଦ୍ବେଗ ଜନିତ ଲକ୍ଷଣ ଭିନ୍ନ ଭିନ୍ନ ଧରଣର ହୋଇଥାଏ, ଏହା କେତେଥର, ତୀବ୍ରତା ଆଦି ଉପରେ ନିର୍ଭର କରେ । ପ୍ରାୟ ସଭିଏଁ ନିଜ ଜୀବନରେ କୌଣସି ନା କୌଣସି ସମୟରେ ଉଦ୍ବେଗ କରିଥାନ୍ତି, ହେଲେ ଲମ୍ବା ଚାଲିଲାଭଳି ସମସ୍ୟା ସମସ୍ତେ କରନ୍ତି ନାହିଁ ।
ଉଦ୍ବେଗ ବେଳେ ବେଳେ ଅବସାଦର ରୂପ ନେଇ ଆତ୍ମହତ୍ୟାର ମଧ୍ୟ ପରିଣତ ହୋଇପାରେ । ତେଣୁ ଆତ୍ମହତ୍ୟା ନିରୋଧୀ ହେଲ୍ପଲାଇନ ନମ୍ବର ୨୪-ଘଣ୍ଟା ଖୋଲା ଥାଏ ।[୫]
ଉଦ୍ବେଗ ଯୋଗୁଁ ଉଭୟ ମାନସିକ ଓ ଶାରୀରିକ ଲକ୍ଷଣ ଦେଖାଯାଇପାରେ । କେତେକ ଶାରୀରିକ ଲକ୍ଷଣଗୁଡ଼ିକ ହେଲା:
- ସ୍ନାୟବିକ ଯଥା, ମୁଣ୍ଡ ବିନ୍ଧା, ଛୁଞ୍ଚି ଫୋଡିହେଲାଭଳି ଲାଗିବା କିମ୍ବା ମୁଣ୍ଡ ବୁଲା
- ପଚନାକାରୀ ଯଥା ତଳିପେଟ ଯନ୍ତ୍ରଣା, ବାନ୍ତି ହେବା ବା ହେଲାଭଳି ଲାଗିବା, ତରଳ ଝାଡ଼ା, ବଦହଜମୀ କିମ୍ବା ଶୁଖିଲା ପାଟି
- ନିଶ୍ୱାସ ପ୍ରଶ୍ୱାସ ଯଥା କମ ନିଶ୍ୱାସ ପ୍ରଶ୍ୱାସ କରିବା
- ହୃତପିଣ୍ଡ ଜନିତ ଯଥା ତୀବ୍ର ହ୍ରୁଦସ୍ପନ୍ଦନ କିମ୍ବା ଛାତିରେ ଯନ୍ତ୍ରଣା
- ମାଂସପେଶୀ ଜନିତ ଯଥା ଥକି ଯିବା, ସ୍ୱତଃ ମାଂସ କମ୍ପନ କିମ୍ବା ଟିଟାନି
- ଚର୍ମ ଜନିତ ଯଥା: ଅଚାନକ ଝାଳ ବୋହିବା ଏବଂ କୁଣ୍ଡେଇ ହବା
- ବାରମ୍ବାର ମୂତ୍ର ବିସର୍ଜନ କରିବା କିମ୍ବା ନପୁଂସକତା
Remove ads
ପ୍ରକାର

ଅସ୍ଥିତ୍ୱ
ଏହି ପ୍ରକାର ଉଦ୍ବେଗରେ ଜଣେ ବ୍ୟକ୍ତି ଏହାର ଏହି ଦୁନିଆର ଚାଲିଯିବାର ଆଶଙ୍କା ପ୍ରକାଶ କରିଥାଏ । [୬]
ଭିକ୍ଟର ଫ୍ରାଙ୍କଏଲ ତାଙ୍କର ବହିରେ ଲେଖିଥିଲେ ଯେତେବେଳେ ମଣିଷ ନିଜର ମୃତ୍ୟୁର ବହୁତ ପାଖରୁ ଦେଖେ ସେତେବେଳେ ସେ ମୃତ୍ୟୁରୁ ବଞ୍ଚିବା ପାଇଁ, ଜୀବିତ ରହିବାର ଅର୍ଥ ଖୋଜିଥାଏ ।[୭]
ପରୀକ୍ଷଣ ଏବଂ ପ୍ରଦର୍ଶନ
ୟର୍କ୍ସ-ଦଦଶନ ନିୟମ ହିସାବରେ ଏକ ନିର୍ଦ୍ଧିଷ୍ଟ ମାତ୍ରାରେ ଉଦ୍ବେଗଦ୍ୱାରା ଜଣେ ଭଲ ଭାବରେ ପରୀକ୍ଷା, ପ୍ରଦର୍ଶନ, ପ୍ରତିଯୋଗିତାମୂଳକ ଘଟଣା ସବୁ କରିପାରିବ । କିନ୍ତୁ ଏହି ମାତ୍ରା ଯଦି ସେହି ନିର୍ଦ୍ଧିଷ୍ଟ ଆବଶ୍ୟକତା ମୂଲ୍ୟରୁ ଅଧିକ ହୋଇଯାଏ ତେବେ ପ୍ରଦର୍ଶନରେ ଅବନ୍ତୀ ଦେଖିବାକୁ ମିଳିଥାଏ ।[୮]
ପରୀକ୍ଷଣ ଉଦ୍ବେଗ ହେଉଛି ସେହି ଅସହଜ, କଷ୍ଟ , ଘାବରେଇଲା ଭାବନା ଯାହା କୌଣସି ଏକ ବଡ଼ ପରୀକ୍ଷା ଦେବା ପୂର୍ବରୁ ଜଣେ ବ୍ୟକ୍ତି ଅନୁଭବ କରିଥାଏ ।[୯] [୧୦] [୧୧][୧୨] [୧୩]
ଅଜଣା, ସାମାଜିକ ଏବଂ ଅନ୍ତ-ବର୍ଗିକ ଉଦ୍ୱେଗ
ମନୁଷ୍ୟ ହେଉଛି ଏକ ସାମାଜିକ ପ୍ରାଣୀ ତେଣୁ ଅନ୍ୟ କେହି ଯଦି ଜଣେ ମନୁଷ୍ୟର ନିଷ୍ପତିକୁ ମନା କରିଦିଏ ଏହି ଭଳି କ୍ଷେତ୍ରରେ ଉଦ୍ବେଗ ଘଟିପାରେ । [୧୪]
ନିଷ୍ପତି କିମ୍ବା ବିକଳ୍ପ
ନିଷ୍ପତି ନେବା ସମୟରେ ଅନିଶ୍ଚିତତା ଯୋଗୁଁ ଉଦ୍ବେଗ ହୋଇ ଜଣଙ୍କର ଭାବନା ସହିତ ଖେଳି ନିଷ୍ପତି ନେବା ପ୍ରକ୍ରିୟାରେ ବାଧକ ସାଜିପାରେ । [୧୫]
ଉଦବେଗ ଜନିତ ଅବ୍ୟବସ୍ଥା
ପ୍ରାୟ ୧୨% ଲୋକ ପ୍ରତି ବର୍ଷରେ ଉଦ୍ବେଗ ଅବ୍ୟବସ୍ଥାର ଶିକାର ହୋଇଥାନ୍ତି । [୧୬] ୨୫ ବର୍ଷରୁ କମ ବୟସର ମହିଳାମାନଙ୍କ କ୍ଷେତ୍ରରେ ପୁରୁଷମାନଙ୍କର ଅପେକ୍ଷା ଏହା ଦୁଇଗୁଣ ଅଧିକ ହୋଇଥାଏ ।[୧୭]
Remove ads
ଆଧାର
ବାହ୍ୟ ଆଧାର
Wikiwand - on
Seamless Wikipedia browsing. On steroids.
Remove ads