ବିନାଇନ ପାରୋକସିସମାଲ ପୋଜିସନାଲ ଭର୍ଟାଇଗୋ

ରୋଗ From Wikipedia, the free encyclopedia

ବିନାଇନ ପାରୋକସିସମାଲ ପୋଜିସନାଲ ଭର୍ଟାଇଗୋ
Remove ads

ବିନାଇନ ପାରୋକସିସମାଲ ପୋଜିସନାଲ ଭର୍ଟାଇଗୋ (ଇଂରାଜୀରେ Benign paroxysmal positional vertigo ବା ବିପିପିଭି/ BPPV) ରୋଗରେ ଅନ୍ତଃକର୍ଣ୍ଣରେ ସମସ୍ୟା ଥାଏ ।[] ନିଜେ ଘୁରିବା ବେଳେ ମୁଣ୍ଡର ସ୍ଥାନ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସ୍ୱଳ୍ପ ସମୟ ନିମନ୍ତେ ମୁଣ୍ଡ ବୁଲାଏ ।[] ବିଛଣାରେ ପାର୍ଶ୍ୱ ପରିବର୍ତ୍ତନ ସମୟରେ ବା ସ୍ଥାନ ପରିବର୍ତ୍ତନ ସମୟରେ ଏହି ସମସ୍ୟା ଜାତ ହୁଏ । ପ୍ରତି ମୁଣ୍ଡବୁଲା ଏକ ସେକେଣ୍ଡରୁ କମ ସମୟ ଧରି ହୁଏ ।[] ଏହା ସ‌ହିତ ସାଧାରଣତଃ ଓକାଳ (Nausea) ଲାଗେ ।ମୁଣ୍ଡବୁଲା ବା ଭର୍ଟାଇଗୋର ଏହି ରୋଗ ଏକ କାରଣ । [][]

Quick facts ବିନାଇନ ପାରୋକସିସମାଲ ପୋଜିସନାଲ ଭର୍ଟାଇଗୋ, ବିଭାଗ ...

ବିପିପିଭି ରୋଗ ମୁଣ୍ଡ ଆଘାତ ଯୋଗୁ ବା ବୟସାଧିକ୍ୟ ଯୋଗୁ ହୁଏ । ଅଧିକାଂଶ ସମୟରେ ନିର୍ଦ୍ଦିଷ୍ଟ କାରଣ ମିଳେନି । ଅନ୍ତକର୍ଣ୍ଣ ଭିତରେ ଗୋଟିଏ କ୍ଷୁଦ୍ର କ୍ୟାଲସିଅମଯୁକ୍ତ ଅଟୋଲିଥର ଚଳନ ଯୋଗୁ ଏହା ହୁଏ । ଲାବିରିନ୍ଥାଇଟିସ (labyrinthitis) ଓ ମିନିଅର ଡିଜିଜ (Ménière's disease) ଭଳି ଏହା ଏକ ସନ୍ତୁଳନ ବେମାରୀ (balance disorder) ।[] ଡିକ୍ସ-ହଲପାଇକାର ମାନୋଭର (Dix-Hallpike maneuver) ଫଳରେ ନିସ୍ଟାଗମସ (nystagmus) ହେଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ଓ ଅନ୍ୟାନ୍ୟ କାରଣମାନ ନ ଥିବା ଅନୁଶୀଳନ କରାଯାଏ । ସ୍ୱାଭାବିକ କେଶ୍‌ରେ ମେଡିକାଲ ଇମେଜିଙ୍ଗ ଆବଶ୍ୟକ ହୁଏନି । []


Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads