କାଶ

From Wikipedia, the free encyclopedia

କାଶ
Remove ads

କାଶ: (ଉଚ୍ଚାରଣ  ଲାଟିନ ଭାଷାରେ ଟସିସ୍: tussis) ଏହା ଏକ ପୁନଃ ପୁନଃ ହେଉଥିବା ରିଫ୍ଲେକ୍ସ (Reflex) ଯାହା ଶ୍ୱାସ ନଳୀରେ ଥିବା ସ୍ରାବ, ବହିସ୍ଥ କଣିକା, ଉତ୍ତେଜକ ପଦାର୍ଥ ଓ [[]]ଜୀବାଣୁ ଇତ୍ୟାଦିଙ୍କୁ ବାହାର କରିବାରେ ସହାଯ୍ୟ କରେ । ଏହା ଏକ ତିନି ଥାକିଆ ପ୍ରଣାଳୀ: ପ୍ରଥମେ ପ୍ରଶ୍ୱାସ ନିଆଯାଏ (Inhalation), ତା ପରେ ଗ୍ଲଟିସ (Glottis) ବନ୍ଦଥାଇ ଚାପଯୁକ୍ତ ନିଶ୍ୱାସ ଛଡ଼ାଯାଏ ଓ ଗ୍ଲଟିସ ଖୋଲିବା ସହ ପ୍ରବଳ ବେଗରେ ସ୍ୱତନ୍ତ୍ର ଶବ୍ଦ[] ସହ ବାୟୁ ନିର୍ଗତ କରାଯାଏ । କାଶ ଇଚ୍ଛାକୃତ ବା ଅନିଚ୍ଛାକୃତ ହୋଇପାରେ ।
ବାରମ୍ବାର କାଶିବାକୁ ଏକ ରୋଗର ଲକ୍ଷଣ ରୂପେ ବିବେଚନା କରାଯାଏ । ଅନେକ ଜୀବାଣୁ ଓ ଭୁତାଣୁ କାଶଦ୍ୱାରା ରୋଗ ବ୍ୟାପିବାରେ ସାହାଯ୍ୟ କରନ୍ତି ଓ ଅନ୍ୟ ସୁସ୍ଥ ଲୋକ ସଂକ୍ରମିତ ହୁଅନ୍ତି । ଅଧିକାଂଶ ସମୟରେ ଶ୍ୱାସନଳୀ ସଂକ୍ରମଣଦ୍ୱାରା କାଶ ହୁଏ କିନ୍ତୁ ଧୁଆଁ, ବାୟୁ ଅପମିଶ୍ରଣ[], ଆଜ୍‌ମା, କ୍ରନିକ ବ୍ରୋଙ୍କାଇଟିସ୍, ଫୁସ୍‌ଫୁସ୍ ଅର୍ବୁଦ (Tumour), ହୃଦ୍‌ଘାତ, ଗ୍ୟାସ୍ଟ୍ରୋଏସୋଫେଜିଆଲ୍ ରିଫ୍ଲକ୍ସ ରୋଗ ( gastroesophageal reflux disease) ଓ ଏ.ସି.ଇ. ଇନ୍‌ହିବିଟର ଭଳି ଔଷଧ ଓ ହୁପିଙ୍ଗ କାଶଇତ୍ୟାଦିଙ୍କଦ୍ୱାରା ମଧ୍ୟ କାଶ ହୁଏ ।
କାରଣ ଅନୁସାରେ କାଶର ଚିକିତ୍ସା କରାଯାଏ: ଉଦାହରଣ ସ୍ୱରୁପ, ଧୁଆଁଦ୍ୱାରା ହେଉଥିଲେ ଧୁଆଁ ନିବାରଣ ପଦ୍ଧତି ଅବଲମ୍ବନ କରାଯାଏ, ଔଷଧଦ୍ୱାରା ହେଉଥିଲେ ଔଷଧ ବନ୍ଦ କରିଦିଆଯାଏ । କୋଡ଼ିନ ଓ ଡେକ୍ସୋମେଥୋଫେନ୍ ଭଳି ଔଷଧ କାଶ କମେଇବା ନିମନ୍ତେ ଦିଆଯାଏ କିନ୍ତୁ ଏହାର ବିଶେଷ ପ୍ରଭାବ ଦେଖାଯାଇ ନାହିଁ । କାଶ ଗୋଟିଏ ଉପକାରୀ ରିଫ୍ଲେକ୍ସ ହୋଇଥିବାରୁ କଫ ଥିଲେ[] ଏହାକୁ ଔଷଧ ଦେଇ କମେଇବା ହିତକର ନୁହେଁ ।

Quick facts ICD-10, ICD-9 ...
Remove ads

ବର୍ଗୀକରଣ

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads