ଡାଇମେନହାଇଡ୍ରିନେଟ
ଏହା ଏକ ଔଷଧ ଯାହା ଗତି ରୋଗ, ବାନ୍ତି, ଏବଂ ମୁଣ୍ଡବୁଲା ବା ଭର୍ଟିଗୋ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। From Wikipedia, the free encyclopedia
Remove ads
ଡାଇମେନହାଇଡ୍ରିନେଟ, ବେପାର ନାମ ଡ୍ରାମାମାଇନ ଏବଂ ଗ୍ରାଭୋଲ୍ ଏକ ଔଷଧ ଯାହା ଗତି ରୋଗ, ବାନ୍ତି, ଏବଂ ମୁଣ୍ଡବୁଲା ବା ଭର୍ଟିଗୋ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। [୩] ଯଦିଓ ଏହା ଆଲର୍ଜି ପାଇଁ ବ୍ୟବହାର କରାଗଲେ ମଧ୍ୟ ଏହି ଅବସ୍ଥା ପାଇଁ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା ଡାଇଫେନହାଇଡ୍ରାମାଇନ ଏବଂ - କ୍ଲୋରୋଥିଓଫାଇଲିନ ଔଷଧର ଏକ ମିଶ୍ରଣ ।[୧] [୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଅସ୍ପଷ୍ଟ ଦୃଷ୍ଟି, ଶୁଖିଲା ପାଟି, ମୁଣ୍ଡବିନ୍ଧା, ଦ୍ୱନ୍ଦ୍ୱ ଏବଂ ମୁଣ୍ଡ ବୁଲାଇବା ହୁଏ ।[୩] [୧] ପିଲାମାନେ ଅତିସକ୍ରିୟ ବା ହାଇପରାକ୍ଟିଭ୍ ହୋଇପାରନ୍ତି ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମୂତ୍ର ଧାରଣ ଏବଂ ଗ୍ଲକୋମା ହୋଇପାରେ ।[୧] ଶିଶୁର କ୍ଷତି ହେବାର କୌଣସି ପ୍ରମାଣ ନଥିବାରୁ ଏହାକୁ ଅନେକ ଗର୍ଭବତୀ ମହିଳା ଗ୍ରହଣ କରିଛନ୍ତି । [୨] ସ୍ତନ୍ୟପାନ ନିରାପଦ ଦେଖାଯିବା ସମୟରେ କମ୍ ମାତ୍ରାରେ ଦିଆଯାଏ ।[୨] ଡାଇମେନହାଇଡ୍ରିନେଟ୍ ହେଉଛି ପ୍ରଥମ ପିଢ଼ିର ଆଣ୍ଟିହିଷ୍ଟାମାଇନ ।[୧] ଏହା ଡାଇଫେନହାଇଡ୍ରାମାଇନର ପ୍ରଭାବ ମାଧ୍ୟମରେ କାମ କରେ ଯାହା ଆସେଟାଇଲକୋଲିନକୁ ଇଅବରୋଧ କରିଥାଏ ।[୩] ନିଦ୍ରାର ପାର୍ଶ୍ୱ ପ୍ରତିକ୍ରିୟା ହ୍ରାସ କରିବାକୁ ଚେଷ୍ଟା କରିବା ପାଇଁ ୮-କ୍ଲୋରୋଥିଓଫାଇନ ଉପସ୍ଥିତ ରହେ । [୧]
ଜିଡି ସର୍ଲେ କମ୍ପାନୀଦ୍ୱାରା ବିକଶିତ ହେବା ପରେ ଅତି କମରେ ୧୯୪୭ ପରଠାରୁ ଡିମେନହାଇଡ୍ରିନେଟ୍ ମେଡିକାଲରେ ବ୍ୟବହୃତ ହୋଇଆସୁଛି ।[୫] [୬] ଏହା ବିନା ପ୍ରେସକ୍ରିପସନ ଏକ ଔଷଧ ଏବଂ ଏକ ଜେନେରିକ ଔଷଧ ଭାବରେ ମିଳେ । [୩] ଯୁକ୍ତରାଷ୍ଟ୍ରରେ ୨୦୨୦ ସୁଦ୍ଧା ୫୦ ଡଲାରରୁ କମ୍ ମୂଲ୍ୟରେ ୧୨୦ ବଟିକା କ୍ରୟ କରାଯାଇପାରିବ ।[୭] ଉଚ୍ଚ ମାତ୍ରାରେ ଏହା ମନୋରଞ୍ଜନ ବାବଦରେ ବ୍ୟବହୃତ ହୋଇପାରେ ।[୮] [୯]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads