ଡୁପିଟ୍ରେନ୍ସ କଣ୍ଟ୍ରାକଚର

From Wikipedia, the free encyclopedia

ଡୁପିଟ୍ରେନ୍ସ କଣ୍ଟ୍ରାକଚର
Remove ads

ଡୁପିଟ୍ରେନ୍ସ କଣ୍ଟ୍ରାକଚର (ଇଂରାଜୀ ଭାଷାରେ Dupuytren's contracture) ଏକ ରୋଗ ଯେଉଁଥିରେ ହାତର ଏକ ବା ଏକାଧିକ ହାତ ଆଙ୍ଗୁଠି ଫ୍ଲେକ୍ସନ ପୋଜିସନରେ (flexed position) ବଙ୍କା ହୋଇ ରହିଯାଏ ।[] ପାପୁଲିରେ ଏହା ଏକ ଛୋଟ ଶକ୍ତ ନୋଡ୍ୟୁଲ ଆକାରରେ ଆରମ୍ଭ ହୁଏ ।[] ସମୟକ୍ରମେ ଏହା ଅଧିକ ଖରାପ ହୋଇଯାଏ ଓ ଏହାକୁ ସିଧା କରିହୁଏନାହିଁ; ଏହା ଅଧିକ ଯନ୍ତ୍ରଣା ଦାୟକ ନହେଲେ ମଧ୍ୟ ସାମାନ୍ୟ କଷ୍ଟ ଦାୟକ ହୋଇପାରେ ଓ ଗଲୁ ହୋଇପାରେ ।[] ଏହି ରୋଗରେ ସାଧାରଣତଃ ପ୍ରଥମେ ଅନାମିକା ଆଙ୍ଗୁଠି ବଙ୍କା ହୁଏ ଓ ତା'ପରେ କାଣୀ ଓ ମଝି ଆଙ୍ଗୁଠି ବଙ୍କା ହୋଇଯାଏ ।[] ଆଙ୍ଗୁଠି ବଙ୍କା ହେବା ଫଳରେ କେତେକ ଦୈନନ୍ଦିନ କାମ ଯେପରିକି ଖାଦ୍ୟ ପ୍ରସ୍ତୁତି, ଲେଖିବା ଓ ଅନ୍ୟାନ୍ୟ କାମ ସୁଚାରୁ ରୂପେ କରିବା ବାଧାପ୍ରାପ୍ତ ହୁଏ ।[]

Quick facts ଡୁପିଟ୍ରେନ୍ସ କଣ୍ଟ୍ରାକଚର (Dupuytren's contracture), ବିଭାଗ ...

ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[] ପାରବାରିକ ଇତିହାସ (Family history), ମଦ୍ୟାତ୍ୟୟ, ଧୂମ୍ରପାନ (smoking), ଥାଇରଏଡ ସମସ୍ୟା (thyroid problems), ଯକୃତ ରୋଗ (liver disease), ମଧୁମେହ, ଅପସ୍ମାର ବାତ ଇତ୍ୟାଦି ଥିଲେ ଏହି ରୋଗ ସଙ୍କଟ ଥାଏ ।[][] କୌଣସି ଅଜ୍ଞାତ କାରଣରୁ ପାମାର ଫାସାରେ (palmar fascia) ଅସାଧାରଣ ଭାବରେ ଅଧିକ କନେକ୍ଟିଭ ତନ୍ତୁ (connective tissue) ଜମାହୋଇଯାଏ ।[] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।[]

ପ୍ରାରମ୍ଭିକ ଅବସ୍ଥାରେ ରୋଗ ହେଉଥିବା ସ୍ଥାନରେ କର୍ଟିକୋସ୍ଟିରଏଡ ଇଞ୍ଜେକସନ (Steroid injections) ଦିଆଯାଏ ଓ ଫିଜିଓଥେରାପି (physical therapy) କରିବାକୁ ଉତ୍ସାହିତ କରାଯାଏ ।[] ରୋଗ ବୃଦ୍ଧିପ୍ରାପ୍ତ ହେଲେ କ୍ଲୋସ୍ଟ୍ରିଡିଆଲ କୋଲାଜେନେଜ (clostridial collagenase) ଇଞ୍ଜେକସନ ବା ଅପରେଶନ କରିବାକୁ ଉପଦେଶ ଦିଆଯାଏ ।[][] ରାଡିଏସନ ଥେରାପି (radiation therapy) ଦିଆଯାଉଥିଲେ ମଧ୍ୟ ତାହାର ଉପକାରର ବିଶେଷ ପ୍ରମାଣ ମିଳିନାହିଁ ।[] ଚିକିତ୍ସା କରିବା ସତ୍ତ୍ୱେ ଏହା ଆଉଥରେ ହୋଇପାରେ ।[]

ପଚାଶ ବର୍ଷରୁ ଉର୍ଦ୍ଧ୍ୱ ପୁରୁଷମାନଙ୍କୁ ସାଧାରଣତଃ ଏହି ରୋଗ ହୁଏ ।[] ଏସିଆ ଓ ଆଫ୍ରକାର ଲୋକଙ୍କ ଅପେକ୍ଷା ଗୋରା ଲୋକଙ୍କୁ ଏହି ରୋଗ ଅଧିକ ହୁଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ୫% ଲୋକଙ୍କୁ ଓ ନର‌ୱେ ଦେଶରେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ମଧ୍ୟରୁ ୩୦% ଲୋକଙ୍କୁ ଏ ରୋଗ ହୁଏ ।[] ସଂଯୁକ୍ତ ରାଷ୍ଟ୍ରରେ ୬୫ ବର୍ଷ ବୟସ ପରେ ପ୍ରାୟ ୨୦% ଲୋକ ଏହି ରୋଗର ଶିକାର ହୁଅନ୍ତି [] ସନ ୧୮୩୩ରେ ଗିଲମ ଡୁପିଟ୍ରେନ (Guillaume Dupuytren) ଏହି ରୋଗ ବିଷୟରେ ପ୍ରଥମେ ବର୍ଣ୍ଣନା କରିଥିବାରୁ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଛି । []

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads