ଫ୍ଲୁଡ୍ରୋକର୍ଟିଜୋନ

From Wikipedia, the free encyclopedia

ଫ୍ଲୁଡ୍ରୋକର୍ଟିଜୋନ
Remove ads

ଫ୍ଲୁଡ୍ରୋକର୍ଟିଜୋନ (ଇଂରାଜୀ ଭାଷାରେ Fludrocortisone, ବିକ୍ରୟ ନାମ ଫ୍ଲୋରିନେଫ/Florinef) ଏକ କର୍ଟିକୋସ୍ଟିରଏଡ (corticosteroid) ଯାହା ଆଡ୍ରେନୋଜାନିଟାଲ ସିଣ୍ଡ୍ରୋମ (adrenogenital syndrome), ପୋସ୍ଚୁରାଲ ହାଇପୋଟେନସନ (postural hypotension) ଓ ଆଡ୍ରେନାଲ ଇନସଫିସିଏନ୍‌ସି (adrenal insufficiency) ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହାର କରାଯାଏ । ଆଡ୍ରେନାଲ ଇନସଫିସିଏନ୍‌ସି ଥିଲେ ଏହା ସ‌ହିତ ହାଇଡ୍ରୋକର୍ଟିଜୋନ ଦିଆଯାଏ । ଏହା ପାଟିରେ ଦିଆଯାଏ ।[]

Quick facts Clinical data, Synonyms ...

ଫ୍ଲୁଡ୍ରୋକର୍ଟିଜୋନର ସାଧାରଣ ପାର୍ଶ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ (high blood pressure), ଫୁଲା, ହୃଦ୍‌ପାତନିମ୍ନ ରକ୍ତ ପଟାସିଅମ (low blood potassium) ଆଦି ଦେଖାଯାଏ । ଅନ୍ୟାନ୍ୟ ପ୍ରତିକ୍ରିୟାରେ ଇମ୍ମ୍ୟୁନିଟି ଦମନ (low immune system function), ପରଳ, ମାଂସପେଶୀ ଦୁର୍ବଳତା ଓ ମନୋଭାବ ପରିବର୍ତ୍ତନ ଆଦି ଦେଖାଯାଏ ।[] ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ ।[] ଫ୍ଲୁଡ୍ରୋକର୍ଟିଜୋନ ମୂଖ୍ୟତଃ ମିନେରାଲୋକର୍ଟିକଏଡ (mineralocorticoid) ହୋଇଥିଲେ ମଧ୍ୟ ତାହାର ଗ୍ଲୁକୋକର୍ଟିକଏଡ (glucocorticoid) ପ୍ରଭାବ ଅଛି । []

ସନ ୧୯୫୩ରେ ଫ୍ଲୁଡ୍ରୋକର୍ଟିଜୋନ ପେଟେଣ୍ଟ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଇଂଲଣ୍ଡରେ ଏହି ଔଷଧର ଏକ ମାସର ଖର୍ଚ୍ଚ ପ୍ରାୟ ୧.୫୨ ପାଉଣ୍ଡ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଔଷଧର ଏକ ମାସର ଖର୍ଚ୍ଚ ପ୍ରାୟ ୧୧.୯୬ ଆମେରିକୀୟ ଡଲାର ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads