ହାୟାଟସ ହାର୍ନିଆ

From Wikipedia, the free encyclopedia

ହାୟାଟସ ହାର୍ନିଆ
Remove ads

ହାୟାଟସ ହାର୍ନିଆ ରୋଗ ଏକ ପ୍ରକାର ହାର୍ନିଆ (hernia) ଯେଉଁଥିରେ ମଧ୍ୟଚ୍ଛଦାର ଏକ ଦୁର୍ବଳ ସ୍ଥାନ ମଧ୍ୟ ଦେଇ ପେଟର ଏକ ଅଙ୍ଗ, ସାଧାରଣତଃ ପାକସ୍ଥଳୀର (en:stomach) ଏକ ଅଂଶ ମିଡିଆସ୍ଟାଇନମ (ଛାତିର ମଧ୍ୟ ଭାଗକୁ) (middle compartment of the chest) ମଧ୍ୟକୁ ଚାଲିଯାଏ ।[][] ଏହା ଫଳରେ ଗ୍ୟାସ୍ଟ୍ରୋଫେଜିଆଲ ରିଫ୍ଲକ୍ସ (gastroesophageal reflux disease ବା GERD) ବା ଲାରିଙ୍ଗୋଫାରିଞ୍ଜିଆଲ ରିଫ୍ଲକ୍ସ (laryngopharyngeal reflux LPR) ହୁଏ ଯେଉଁଥିରେ ପାଟିର ପୃଷ୍ଠ ଭାଗରେ ଏସିଡ ସ୍ୱାଦ ଅନୁଭବ ହୁଏ ଓ ହାର୍ଟବର୍ନ ବା ଛାତି ଜଳାପୋଡ଼ା (heartburn) ହୁଏ ।[][] ଖାଦ୍ୟ ଗିଳିବାରେ ଅସୁବିଧା ଓ ଛାତି ଯନ୍ତ୍ରଣା (chest pain) ମଧ୍ୟ ହୋଇପାରେ ।[] ରୋଗ ଜଟିଳ ହେଲେ ଲୌହ ଅଭାବୀ ଆନିମିଆ (iron deficiency anemia), ଭଲଭ୍ୟୁଲସ ବା ଆନ୍ତ୍ରିକ ଅବରୋଧ ଆଦି ରୋଗ ହୋଇପାରେ ।[]

Quick facts ହାୟାଟସ ହାର୍ନିଆ (Hiatus hernia), ବିଭାଗ ...

ମୋଟାପଣ ଓ ବାର୍ଦ୍ଧକ୍ୟ ଦ୍ୱୟ ଏହି ରୋଗର ସର୍ବାଧିକ ସଙ୍କଟପ୍ରଦ କାରଣ ।[] ବଡ଼ ଆଘାତ (major trauma), ସ୍କୋଲିଓସିସ ଓ କେତେକ ଅପରେଶନ ପରେ ଏହା ଦେଖାଯାଇପାରେ ।[] କେବଳ ପାକସ୍ଥଳୀର ବଡି ହାର୍ନିଆ ହେଲେ ତାହାକୁ ସ୍ଲାଇଡିଙ୍ଗ ହାର୍ନିଆ ଓ ଏସୋଫେଗସ (esophagus) ପାଖଦେଇ ପେଟର ଅନ୍ୟ ଅଙ୍ଗର ହାର୍ନିଆ ହେଲେ ତାହାକୁ ପାରାଏସୋଫେଜିଆଲ ହାର୍ନିଆ କୁହାଯାଏ ।[] ଏଣ୍ଡୋସ୍କୋପି (endoscopy) ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[] ଚିନ୍ତାଜନ‌କ ଲକ୍ଷଣ ଥିଲେ, ଚିକିତ୍ସାକୁ ପ୍ରତିରୋଧ ହେଉଥିଲେ ବା ରୋଗୀର ବୟସ ୫୦ ବର୍ଷରୁ ଅଧିକ ହୋଇଥିଲେ ଏଣ୍ଡୋସ୍କୋପି ଆବଶ୍ୟକ ହୁଏ ।[]

ଏହି ରୋଗର ଲକ୍ଷଣ ତିନି ଉପାୟରେ ପ୍ରଶମିତ ହୋଇପାରେ, ବିଛଣାର ମୁଣ୍ଡପାଖ ଉଚ୍ଚ କଲେ, ଓଜନ ହ୍ରାସ କଲେ ଓ ଖାଇବା ଅଭ୍ୟାସ ବଦଳେଇଲେ ।[] ଏଚ୨ ବ୍ଲକର (H2 blockers) ବା ପ୍ରୋଟୋନ ପମ୍ପ ଇନହିବିଟର (proton pump inhibitor) ଭଳି ଔଷଧ ପ୍ରୟୋଗ କରି ଏସିଡ କମେଇଦେଲେ ଲକ୍ଷଣ ଉପସମ ହୋଇପାରେ[] କିନ୍ତୁ ଏହାଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ । ଔଷଧରେ ଉନ୍ନତି ନହେଲେ ଲାପାରୋସ୍କୋପିକ ଫଣ୍ଡୋପ୍ଲିକେସନ (laparoscopic fundoplication) ଅପରେଶନ (surgery) କରାଯାଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧୦ରୁ ୮୦% ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads