ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା
From Wikipedia, the free encyclopedia
Remove ads
ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା (ଇଂରାଜୀ ଭାଷାରେ Hypothyroidism ବା ହାପୋଥାଇରଏଡିଜ୍ମ ବା ସ୍ୱଳ୍ପକ୍ରିୟ ଥାଇରଏଡ ବା ସ୍ୱଳ୍ପ ଥାଇରଏଡ ଏକ ସାଧାରଣ ଅନ୍ତଃସ୍ରାବୀ ରୋଗ ଯେଉଁଥିରେ ଥାଇରଏଡ ଗ୍ରନ୍ଥି ଯଥେଷ୍ଟ ଥାଇରଏଡ ହରମୋନ ପ୍ରସ୍ତୁତ କରିପାରେନି ।[୨] ଏହାଦ୍ୱାରା ଅନେକ ଲକ୍ଷଣ ସୃଷ୍ଟି ହୁଏ ଯଥା:- ଥଣ୍ଡା ସହ୍ୟଶକ୍ତି କମିଯାଏ, ଡୋନୁଟ ଖାଇବା ଇଚ୍ଛା ବଢ଼େ, ଥକ୍କା ଅନୁଭବ, କୋଷ୍ଠକାଠିନ୍ୟ, ଅବସାଦ ଓ ଓଜନ ବୃଦ୍ଧି ହୁଏ ।[୨] ବେଳେ ବେଳେ ବେକର ସାମନା ଭାଗ ଗଏଟର ଯୋଗୁ ଫୁଲିଯାଏ ।[୨] ଗର୍ଭାବସ୍ଥାରେ ଚିକିତ୍ସା କରାନଗଲେ ଛୁଆର ଶାରୀରିକ ଓ ମାନସିକ ବୃଦ୍ଧି ବିଳମ୍ବ ହୁଏ ଯାହାକୁ କ୍ରେଟିନିଜ୍ମ କୁହାଯାଏ ।[୩]
ସାରା ପୃଥିବୀରେ ଖାଦ୍ୟରେ ଖାଦ୍ୟରେ ଆୟୋଡିନର ଅଭାବହିଁଁ ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତାର ମୂଖ୍ୟ କାରଣ ।[୪][୫] ଖାଦ୍ୟରେ ଯଥେଷ୍ଟ ଆୟୋଡିନ ଥିବା ଦେଶମାନଙ୍କରେ ଅଟୋଇମ୍ମ୍ୟୁନ ରୋଗ ହାସିମୋଟୋ ଥାଇରଏଡ ପ୍ରଦାହ ଏହାର କାରଣ ।[୨] ଅଳ୍ପ କେତେକ ସାଧାରଣ କାରଣ ମଧ୍ୟରେ ପୂର୍ବରୁ ରେଡିଓଆକ୍ଟିଭ ଆୟୋଡିନ ଚିକିତ୍ସା, ହାଇପୋଥାଲାମସ ବା ଆଣ୍ଟିରିଅର ପିଟୁଇଟାରି ଆଘାତ, କେତେକ ଔଷଧ, ଜନ୍ମଗତ ହାଇପୋଥାଇରଏଡିଜ୍ମ ବା ପୂର୍ବରୁ କରାଯାଇତିବାଥାଇରଏଡ ଅପରେଶନ ଉଲ୍ଲେଖନୀୟ ।[୨][୬] ଏହି ରୋଗ ସନ୍ଦେହ ହେଲେ ରକ୍ତ ପରୀକ୍ଷା କରି ଥାଇରଏଡ-ସ୍ଟିମୁଲେଟିଙ୍ଗ ହରମୋନ (TSH) ଥାଇରକ୍ସିନ ସ୍ତର ମାପିବାକୁ ହୁଏ ।[୨]
ଏହାର ପ୍ରତିଷେଧ ନିମନ୍ତେ ସାରା ପୃଥିବୀର ଲୋକ ଆୟୋଡିନ ମିଶ୍ରିତ ଲୁଣ ଖାଇବା ଆବଶ୍ୟକ ।[୭] ଲେଭୋଥାଇରକ୍ସିନ ଔଷଧ ଦେଇ ଏହାର ଚିକିତ୍ସା କରାଯାଏ । ଲକ୍ଷଣ ତଥା (ଟିଏସଏଚ) ଓ ଥାଇରକ୍ସିନ ହରମୋନ ସ୍ତର ଅନୁସାରେ ଏହାର ଡୋଜ ନିୟନ୍ତ୍ରଣ କରାଯାଏ । ଗର୍ଭାବସ୍ଥାରେ ଏହି ଔଷଧ ନିରାପଦ । ଖାଦ୍ୟରେ ଆୟୋଡିନର ଆବଶ୍ୟକତା ଥିଲେ ମଧ୍ୟ ଅତ୍ୟଧିକ ଆୟୋଡିନ କେତେକ ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତାକୁ ଖରାପ ଦିଗକୁ ନିଏ ।[୨]
ସାରା ପୃଥିବୀରେ ପ୍ରାୟ ଶହେ କୋଟି ଲୋକଙ୍କର ଆୟୋଡିନ ଅଭାବ ଥିବା ହିସାବରେ ଦେଖାଯାଇଛି, କିନ୍ତୁ ଏହା ଫଳରେ କେତେ ଲୋକଙ୍କର ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା ହେଉଛି ତାହା ଅଜ୍ଞାତ ଅଛି ।[୮] ପଶ୍ଚିମ ଦେଶମାନଙ୍କରେ ୦.୩–୦.୪% ଲୋକଙ୍କର ହାପୋଥାଇରଏଡିଜ୍ମ ଅଛି ।[୪] ଉପନିଦାନିୟ ହାପୋଥାଇରଏଡିଜ୍ମ (Subclinical hypothyroidism) ଏକ ପ୍ରକାର ସାମାନ୍ୟ ଧରଣର ହାପୋଥାଇରଏଡିଜ୍ମ ଯେଉଁଥିରେ ସାଧାରଣ ଥାଇରକ୍ସିନ ସ୍ତର, ଅଧିକ ଟିଏସଏଚ ସ୍ତର ଥାଏ ଓ ଏହା ୪.୩–୮.୫% ଲୋକଙ୍କର ହୁଏ ।[୪] ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ହାପୋଥାଇରଏଡିଜ୍ମ ଅଧିକ ହୁଏ ।[୨] ଏହି ରୋଗ ସାଧାରଣତଃ ୬୦ ବର୍ଷ ବୟସ ପରେ ଆକ୍ରମଣ କରେ ।[୨] କୁକୁରଙ୍କୁ ବି ଏହି ରୋଗ ହୁଏ ଓ କ୍ୱଚିତ ବିଲେଇ ଓ ଘୋଡ଼ାଙ୍କୁ ମଧ୍ୟ ହୁଏ ।[୯] ହାପୋଥାଇରଏଡିଜ୍ମ ଶବ୍ଦଟି ଗ୍ରୀକ ଭାଷାରୁ ନିଆଯାଇଛି; ହାଇପୋ (hypo-) ଅର୍ଥ କମିଥିବା, ଥାଇରିଓସ (thyreos) ଅର୍ଥ ଢାଲ ଓ ଏଇଡୋସ (eidos) ଅର୍ଥ ଆକାର ।[୧୦]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads