ପାକିସ୍ତାନ

ଦକ୍ଷିଣ ଏସିଆର ଦେଶ From Wikipedia, the free encyclopedia

ପାକିସ୍ତାନ
Remove ads

ପାକିସ୍ତାନ (ପାକିସ୍ଥାନ ନାମରେ ମଧ୍ୟ ଜଣା, ଉର୍ଦ୍ଦୁ: پَاکِسْتَان [ˈpaːkɪstaːn]),[a] ସରକାରୀ ଭାବେ Islamic Republic of Pakistan (ISO: ଉର୍ଦ୍ଦୁ: اِسْلامی جَمْہُورِیَہ پَاکِسْتَان, islāmi jamhūriyāh pākistān)) ଏସିଆର ଏକ ଦେଶ । ୨୪.୧୫ କୋଟି (୨୪୧.୫ ନିୟୁତ) ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ବିଶ୍ୱର ପଞ୍ଚମ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଏବଂ ୨୦୨୩ ସୁଦ୍ଧା ଏଠାରେ ବିଶ୍ୱର ସର୍ବବୃହତ ମୁସଲମାନ ଜନସଂଖ୍ୟା ରହିଛି ।[] ଇସଲାମାବାଦ ଦେଶର ରାଜଧାନୀ ହୋଇଥିବା ବେଳେ କରାଚୀ ଏହାର ସର୍ବବୃହତ ନଗର ଏବଂ ଆର୍ଥିକ କେନ୍ଦ୍ର ଏବଂ ତା' ତଳକୁ କ୍ରମାନ୍ୱୟରେ ଲାହୋର, ଫୈସଲାବାଦ, ମୁଲତାନ, ପେଶାୱାର ଏବଂ ହାଇଦ୍ରାବାଦ ଆଦି ନଗର ଅଛନ୍ତି । 881,913 square kilometres (340,509 square miles) ପରିବ୍ୟାପ୍ତ ପାକିସ୍ତାନ ହେଉଛି ବିଶ୍ୱର ୩୩ତମ ବୃହତ୍ତମ ଏବଂ ଦକ୍ଷିଣ ଏସିଆର ଦ୍ୱିତୀୟ ବୃହତ୍ତମ ଦେଶ । ଏହାର ଦକ୍ଷିଣରେ ଆରବ ସାଗର ଏବଂ ଓମାନ ଉପସାଗରରେ 1,046-kilometre (650-mile) ସମୁଦ୍ରତଟ ରହିଛି ଏବଂ ଏହାର ପୂର୍ବରେ ଭାରତ, ପଶ୍ଚିମରେ ଆଫଗାନିସ୍ତାନ, ଦକ୍ଷିଣ-ପଶ୍ଚିମରେ ଇରାନ ଏବଂ ଉତ୍ତର-ପୂର୍ବରେ ଚୀନ ଅବସ୍ଥିତ । ଉତ୍ତରରେ ଆଫଗାନିସ୍ତାନର ୱାଖାନ କରିଡରଦ୍ୱାରା ତାଜିକିସ୍ତାନଠାରୁ ଏହା ଅଳ୍ପ ଦୂରରେ ରହିଛି ଏବଂ ଓମାନ ସହିତ ଏକ ସାମୁଦ୍ରିକ ସୀମା ମଧ୍ୟ ରହିଛି ।

Thumb
ପାକିସ୍ତାନ
Thumb
ପାକିସ୍ଥାନର ପତାକା

ପାକିସ୍ତାନ ଅନେକ ପ୍ରାଚୀନ ସଂସ୍କୃତିର ସ୍ଥାନ । ଏଠାର ବେଲୁଚିସ୍ତାନସ୍ଥିତ ମେହେରଗଡ଼ରେ ୮୫୦୦ ବର୍ଷ ପୁରୁଣା ନିଓଲିଥିକ ସ୍ଥାନ,[] ବ୍ରୋଞ୍ଜ ଯୁଗର ସିନ୍ଧୁ ସଭ୍ୟତା[][] ଏବଂ ପ୍ରାଚୀନ ଗାନ୍ଧାର ସଭ୍ୟତା ଅନ୍ତର୍ଭୁକ୍ତ ।[] ଆଧୁନିକ ପାକିସ୍ତାନରେ ଅନ୍ତର୍ଗତ ଅନେକ ଅଂଶ ଏକାଧିକ ସାମ୍ରାଜ୍ୟ ଏବଂ ରାଜବଂଶର ରାଜ୍ୟ ଥିଲା ଓ ସେହି ରାଜ୍ୟଗୁଡ଼ିକରେ ଆକମେନିଡ଼, ମୌର୍ଯ୍ୟ, କୁଶାଣ, ଗୁପ୍ତ;[] ଏହାର ଦକ୍ଷିଣ ଅଞ୍ଚଳରେ ଉମାୟାଦ ଖଲିଫା, ସାମ୍ମା, ହିନ୍ଦୁ ଶାହି, ଶାହ ମିରିସ, ଗଜନବୀଦ, ଦିଲ୍ଲୀ ସୁଲତାନା, ମୋଗଲ,[] ଏବଂ ନିକଟରେ ୧୮୫୮ରୁ ୧୯୪୭ ପର୍ଯ୍ୟନ୍ତ ବ୍ରିଟିଶ ଶାସନ ଚାଲିଥିଲା ।

Quick Facts National animal, National bird ...
Remove ads

ଆଧାର

ଅଧିକ ତଥ୍ୟ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads