ପେଟେକିଆ
ପେଟେକିଆ ଏକ ପ୍ରକାର ଲାଲ କିମ୍ବା ବାଇଗଣୀ ରଙ୍ଗର ଦାଗ ଯାହାର ଆକାର ୨ମିମିରୁ କମ୍ ଥାଏ ଓ ଏହା ଚର୍ମରେ ଥିବା ଭଙ୍ଗା From Wikipedia, the free encyclopedia
Remove ads
ପେଟେକିଆ (ଇଂରାଜୀ ଭାଷାରେ petechiae) ଏକ ପ୍ରକାର ଲାଲ କିମ୍ବା ବାଇଗଣୀ ରଙ୍ଗର ଦାଗ ଯାହାର ଆକାର ୨ମିମିରୁ କମ୍ ଥାଏ ଓ ଏହା ଚର୍ମରେ ଥିବା ଭଙ୍ଗା କାପିଲାରି ରକ୍ତନଳୀରୁ ସାମାନ୍ୟ ରକ୍ତସ୍ରାବ ଯୋଗୁ ଜାତ ହୁଏ । [୧] [୩] ଏହି ଦାଗକୁ ଚିପିଲେ ଧଳା ହୁଏନାହିଁ | [୨] କାଶ ଏବଂ ବାନ୍ତି ଯୋଗୁ ହେଉଥିବା ପେଟେକିଆ କେବଳ ସ୍ତନାଗ୍ର ରେଖା ଉପରେ ଦେଖାଥାଏ | [୨]
ରୋଗର କାରଣ: ଏଣ୍ଟେରୋଭୁତାଣୁ, ଡେଙ୍ଗୁ, କିମ୍ବା ମେନିଙ୍ଗୋକୋକାଲ ରୋଗ; ସାଧାରଣ ଆଘାତ (ଦୁର୍ଘଟଣା ଯୋଗୁ ନୁହେଁ), କାଶ, କିମ୍ବା ବାନ୍ତି; ରକ୍ତ ରୋଗ ଯେପରିକି ଲିଉକେମିଆ ଏବଂ ଇଡିଓପାଥିକ ଥ୍ରୋମ୍ବୋସାଇଟିକ ପରପୁରା; ଭାସ୍କୁଲାଇଟିସ ଯେପରିକି ହେନୋକ-ସନଲେନ ପରପୁରା; ସଂଯୋଜକ ତନ୍ତୁ ରୋଗ, ଯେପରିକି ଏହଲର୍ସ-ଡାନଲୋସ୍ ସିଣ୍ଡ୍ରୋମ୍ ; ଔଷଧ ପ୍ରତିକ୍ରିୟା; ଏବଂ ଜୀବସାର କେ ଅଭାବ ଇତ୍ୟାଦି କାରଣମାନଙ୍କ ଯୋଗୁ ଏହି ରୋଗ ହୁଏ | [୨] ବିଭିନ୍ନ କାରଣରୁ ଚର୍ମରେ ରକ୍ତସ୍ରାବ ହୁଏ ଯଥା: ଅଳ୍ପ ପ୍ଲାଟେଲଟ, ଅଣକାର୍ଯ୍ୟକାରୀ ପ୍ଲାଟେଲେଟ, ରକ୍ତ ଜମାଟ ବାନ୍ଧିବା ଅସୁବିଧା ଏବଂ ରକ୍ତନଳୀ ଅଖଣ୍ଡତା ନଥିଲେ ଏହିଭଳି ଅସୁବିଧା ହୁଏ | [୨]
ଚର୍ମରେ ହେଉଥିବା ତିନି ପ୍ରକାରର ରକ୍ତସ୍ରାବ ମଧ୍ୟରୁ ପେଟେକିଆ ଅନ୍ୟତମ, ଅନ୍ୟ ଦୁଇଟି ହେଉଛି ପରପୁରା ଓ ଏକିମୋସିସ ବା ବ୍ରୁଇ | [୪] ପୁରପୁରାର ବ୍ୟାସ ୨-୧୦ ମିଲିମିଟର ହୋଇଥିବାବେଳେ ଏକିମୋସିସ ୧ ସେଣ୍ଟିମିଟରରୁ ବଡ଼ ବୋଲି ବ୍ୟାଖ୍ୟା କରାଯାଇଛି | [୩] [୧] ଏହାର ବିପରୀତ ହେଉଛି ହେମାଟୋମା ଯେଉଁଥିରେ ବ୍ରୁଇ ଗଭୀର ଥାଏ | [୩]
ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [୨] ଏଥିରେ କେବଳ ଆଶ୍ୱାସନାଠାରୁ ଆରମ୍ଭ କରି ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ କିମ୍ବା ହସ୍ପିଟାଲ୍ ଆଡମିଶନ ମଧ୍ୟ ଆବଶ୍ୟକ ହୋଇପାରେ | [୨] ପେଟେକିଆ ଏକ ସାଧାରଣ ରୋଗ ଅଟେ | [୨] ଶିଶୁଙ୍କ ଜରୁରୀକାଳୀନ ବିଭାଗକୁ ଯାଉଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୨.୫% ପିଲା ଏହି ରୋଗ ଯୋଗୁ ଯାଆନ୍ତି । [୨] ପ୍ରଥମେ ୧୮୫୫ ମସିହାରେ ଅଗଷ୍ଟ ଆମ୍ବ୍ରୋଏସ ଟାର୍ଡ଼ିୟୁ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ | [୫] ଲାଟିନ୍ ଭାଷାରୁ ଉତ୍ପନ୍ନ ଏହି ଶବ୍ଦର ଅର୍ଥ ସ୍ପଟ୍ ବା ଦାଗ | [୬]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads