ନିମୋଥୋରାକ୍ସ
ଛାତି ରୋଗ From Wikipedia, the free encyclopedia
Remove ads
ନିମୋଥୋରାକ୍ସ (ଇଂରାଜୀ ଭାଷାରେ pneumothorax) ନାମ ଦିଆଯାଏ ଯେତେବେଳେ ପ୍ଲୁରା ଅଭ୍ୟନ୍ତରରେ (pleural space) ଅସାଧାରଣ ବାୟୁ ସଂଗୃହିତ ହୋଇ ଛାତି କାନ୍ଥ (chest wall) ଓ ଫୁସଫୁସ ସଂଯୋଜନ ଦୂର ହୋଇଯାଏ ।[୩] ଲକ୍ଷଣ: ହଠାତ୍ ଛାତିର ଏକ ପାଖରେ ତୀବ୍ର ଯନ୍ତ୍ରଣା ଆରମ୍ଭ ହୋଇ ରୋଗୀ ଅଣନିଶ୍ୱାସୀ (shortness of breath) ହୋଇଯାଏ ।[୨] ଅଳ୍ପ କେତେକ କେଶ୍ରେ ନଷ୍ଟ ହୋଇଥିବା ତନ୍ତୁ ସ୍ଥାନରେ ଗୋଟିଏ ଏକ ପାଖିଆ ଭଲ୍ଭ ତିଆରି ହୋଇଯିବାଦ୍ୱାରା ଏକ ଅବସ୍ଥା ଉପୁଜେ ଯାହାକୁ ଟେନସନ ନିମୋଥୋରାକ୍ସ କୁହାଯାଏ । ଫୁସଫୁସର ଏହି ଅବସ୍ଥା ଫଳରେ କ୍ରମାଗତ ଅମ୍ଳଜାନ ଅଭାବ (oxygen shortage) ହୁଏ ଓ ନିମ୍ନ ରକ୍ତଚାପ (low blood pressure) ସୃଷ୍ଟି ହୁଏ । ତୁରନ୍ତ ସଫଳ ଚିକିତ୍ସା ନ ପାଇଲେ ରୋଗୀର ମୃତ୍ୟୁ ହୋଇପାରେ ।[୩] ଛାତିର ଉଭୟ ପାର୍ଶ୍ୱ କ୍ୱଚିତ ଏହି ରୋଗଦ୍ୱାରା ଆକ୍ତାନ୍ତ ହୋଇପାରେ । [୬] ଏହି ରୋଗକୁ ସଂକୁଚିତ ଫୁସଫୁସ (collapsed lung) ମଧ୍ୟ କୁହାଯାଏ ଯଦିଓ ଏହି ନାମ ଅନ୍ୟ ଏକ ରୋଗକୁ ବୁଝାଏ ଯାହାର ପ୍ରକୃତ ନାମ ଆଟେଲେକ୍ଟାସିସ (atelectasis) । [୧]
କୌଣସି ଜ୍ଞାତବ୍ୟ କାରଣ ନ ଥିଲେ ଓ ଉଲ୍ଲେଖନୀୟ ଫୁସଫୁସ ରୋଗ ନ ଥାଇ ନିମୋଥୋରାକ୍ସ ରୋଗ ହେଲେ ତାହାକୁ ପ୍ରାଇମେରୀ ବା ପ୍ରାଥମିକ ନିମୋଥୋରାକ୍ସ କୁହାଯାଏ; କୌଣସି ଫୁସଫୁସ ରୋଗ (lung disease) ଥାଇ ନିମୋଥୋରାକ୍ସ ହେଲେ ତାହାକୁ ସେକେଣ୍ଡାରୀ ନିମୋଥୋରାକ୍ସ କୁହାଯାଏ । [୩] ଏହି ରୋଗ ସଙ୍କଟ ସୃଷ୍ଟି କରିବାରେ ଧୂମ୍ରପାନ, ସିଓପିଡି, ଆଜ୍ମା ଓ ଯକ୍ଷ୍ମା ମୂଖ୍ୟ ଭୂମିକା ନିଅନ୍ତି ।[୩][୪] ଏହାର ଅନ୍ୟାନ୍ୟ କାରଣ ମଧ୍ୟରେ ଛାତି ଆଘାତ ବିଶେଷତଃ ବିଷ୍ଫୋଟ ଆଘାତ (blast injury) ଓ ଚିକିତ୍ସା ଜନିତ ଜଟିଳତାରୁ (complication of a healthcare intervention) ହୋଇପାରେ; ଏଣୁ ଏହି ଦଳକୁ ଆଘାତ ନିମୋଥୋରାକ୍ସ ବା ଟ୍ରମାଟିକ ନିମୋଥୋରାକ୍ସ କୁହାଯାଏ ।[୭][୮]
ନିମୋଥୋରାକ୍ସ ଆକାରରେ ଛୋଟ ଥିଲେ ତାହାର ନିର୍ଣ୍ଣୟ କେବଳ ଶାରୀରିକ ପରୀକ୍ଷାଦ୍ୱାରା କଷ୍ଟସାଧ୍ୟ ହୋଇପାରେ ।[୯] ଛାତି ଏକ୍ସ-ରେ (chest X-ray), ସିଟି ସ୍କାନ computed tomography ବା ଅଲଟ୍ରାସାଉଣ୍ଡ ultrasound କରି ଏହାର ଉପସ୍ଥିତି ନିର୍ଣ୍ଣୟ କରାଯାଏ ।[୫] ସମ ଲକ୍ଷଣ ପ୍ରକାଶ କରୁଥିବା ଅନ୍ୟ ରୋଗମାନଙ୍କ ନାମ: ହେମୋଥୋରାକ୍ସ (hemothorax), ପଲମୋନାରି ଏମ୍ବୋଲିଜ୍ମ (pulmonary embolism) ଓ ହୃଦ୍ଘାତ । [୨][୧୦] ଗୋଟିଏ ବଡ଼ ଫୋଟକା ମଧ୍ୟ ଏକ୍ସ-ରେ ଚିତ୍ରରେ ଏକାଭଳି ଦେଖାଯାଏ । [୩]
ସ୍ୱତଃ ତିଆରି ନିମୋଥୋରାକ୍ସ ବିନା ଚିକିତ୍ସାରେ ଆପେ ଆପେ ଉପଶମ ହୋଇଯାଏ, ତେଣୁ କେବଳ ତାହାକୁ ସମୟକ୍ରମେ ଅନୁଶୀଳନ ଓ ନିୟନ୍ତ୍ରଣ କରାଯାଏ । କୌଣସି ଫୁସଫୁସ ରୋଗ ନ ଥିବା ରୋଗୀଙ୍କ ନିମନ୍ତେ ଏହି ଚିକିତ୍ସା ଯଥେଷ୍ଟ ହୁଏ । ନିମୋଥୋରାକ୍ସ ଆକାର ବଡ଼ ହୋଇଥିଲେ ବା ରୋଗୀ ଅଣନିଶ୍ୱାସୀ ହୋଇଥିଲେ ଆଭ୍ୟନ୍ତରୀଣ ବାୟୁ କାଢ଼ିଦିଆଯାଏ ସିରିଞ୍ଜ ସାହାଯ୍ୟରେ ବା ଏକ ପଥ ଭଲ୍ଭ (one-way valve system) ଥିବା ଛାତି ନଳୀ ସାହାଯ୍ୟରେ । ଏହି ରୋଗ ବାରମ୍ବାର ହେଲେ ଅଥବା ନଳୀ ନିସ୍କାଷନ ଅସଫଳ ହେଲେ ଅପରେଶନ କରାଯାଏ । ଦୁଇ ପ୍ରକାର ଅପରେଶନ ଉପଲବ୍ଧ ଅଛି; ଗୋଟିକରେ ପ୍ଲୁରାର ଉଭୟ ସ୍ତର ଲାଖିଯିବା (pleurodesis) ବନ୍ଦବୋସ୍ତ କରାଯାଏ, ଯାହାକୁ ପ୍ଲୁରୋଡେସିସ ଅପରେଶନ କୁହାଯାଏ, ଅନ୍ୟ ପନ୍ଥାରେ ପ୍ଲୁରାକୁ କାଢ଼ିଦିଆଯାଏ । [୩] ବର୍ଷକୁ ଏକ ଲକ୍ଷ ଲୋକରେ ପ୍ରାୟ ୧୭ରୁ ୨୩ ଜଣକୁ ଏହି ରୋଗ ହୁଏ ।[୩][୫] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଏହି ରୋଗ ଅଧିକ ହୁଏ । [୩]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads