ପଲ୍‌ମୋନାରି ଏମ୍ବୋଲିଜ୍ମ

From Wikipedia, the free encyclopedia

ପଲ୍‌ମୋନାରି ଏମ୍ବୋଲିଜ୍ମ
Remove ads

ପଲ୍‌ମୋନାରି ଏମ୍ବୋଲିଜ୍ମ (ପିଇ) ବା ଫୁସଫୁସ ଅନ୍ତଃଶଲ୍ୟତା ନାମ ଦିଆଯାଏ ଯେତେବେଳେ କୌଣସି ପଦାର୍ଥ ଦେହର ଅନ୍ୟ କୌଣସି ସ୍ଥାନରୁ ରକ୍ତରେ ଏମ୍ବୋଲିଜ୍ମ ବା ଅନ୍ତଶଲ୍ୟ ହୋଇ ପ୍ରବାହିତ ହୁଏ ଓ ଫୁସଫୁସ ଧମନୀକୁ ଅବରୋଧ କରେ ।[] ଏହାର ଲକ୍ଷଣ:- ଶ୍ୱାସକଷ୍ଟ (dyspnoea), ଛାତି ଯନ୍ତ୍ରଣା ବିଶେଷତଃ ପ୍ରଶ୍ୱାସ ନେଲା ବେଳେ ଓ କାଶିଲା ବେଳେ ରକ୍ତ ପଡ଼େ ।[] ଅନ୍ତଶିରା ଥ୍ରମ୍ବୋସିସ୍ ଲକ୍ଷଣ ମଧ୍ୟ ପ୍ରକାଶିତ ହୁଏ ଯେଉଁଥିରେ ଏକ ଲାଲ, ଉଷୁମ, ସ୍ଫିତ ଓ କଷ୍ଟଦାୟକ ଗୋଡ଼ ଦେଖାଯାଏ ।[] ସ୍ୱଳ୍ପ ଅମ୍ଳଜାନ ସାଚୁରେସନ, ଦୃତ ଶ୍ୱାସକ୍ରିୟା, ଦୃତ ହୃତ୍‌ପିଣ୍ଡ ଗତି ଓ ବେଳେ ବେଳେ ସାମାନ୍ୟ ଜ୍ୱର ହୁଏ ।[] ରୋଗ ସାଂଘାତିକ ହେଲେ ଅତ୍ୟଳ୍ପ ରକ୍ତଚାପ, ମୂର୍ଚ୍ଛାହଠାତ୍ ମୃତ୍ୟୁ ହୋଇଯାଏ ।[]

Quick facts ପଲ୍‌ମୋନାରି ଏମ୍ବୋଲିଜ୍ମ, ବିଭାଗ ...

ପିଇ ସାଧାରଣତଃ ଗୋଡ଼ରେ ସୃଷ୍ଟି ହୋଇଥିବା ଜମାଟ ରକ୍ତ ବା କ୍ଲଟ୍ ପ୍ରବାହିତ ହୋଇ ଫୁସଫୁସରେ ପ‌ହଞ୍ଚି ରୋଗ ସୃଷ୍ଟି କରେ ।[] କର୍କଟ ରୋଗ, ଦୀର୍ଘକାଳୀନ ବିଛଣା ବିଶ୍ରାମ, ଧୂମ୍ରପାନ, ସ୍ଟ୍ରୋକ୍, କେତେକ ଜେନେଟିକ ରୋଗ, ଗର୍ଭାବସ୍ଥା, ମୋଟାପଣ, ଓ କେତେକ ଅପରେଶନ ପରେ ଏହି କ୍ଲଟ୍ ସଙ୍କଟ ବୃଦ୍ଧି ପାଏ ।[] ଅଳ୍ପ କେତେକ କେଶ୍‌ରେ ବାୟୁ, ଚର୍ବି, ଓ ଉଲ୍ୱଜଳ ଏମ୍ବୋଲିଜ୍ମ ହୋଇପାରେ ।[][] ଚିହ୍ନ ଓ ଲକ୍ଷଣ ସ‌ହିତ ପରୀକ୍ଷା ଫଳ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଏକ ରକ୍ତ ପରୀକ୍ଷା ଡି ଡାଇମରଦ୍ୱାରା ଏହି ରୋଗ ନ ଥିବା ଜଣାଯାଇ ପାରେ । ଅନ୍ୟଥା ସିଟି ପଲ୍‌ମାନାରି ଆଞ୍ଜିଓଗ୍ରାଫି, ଫୁସଫୁସ ଭେଣ୍ଟଲେସନ/ପରଫ୍ୟୁଜନ ସ୍କାନ ବା ଗୋଡ଼ର ଅଲ୍‌ଟ୍ରାସାଉଣ୍ଡ କରି ରୋଗ ନିର୍ଣ୍ଣୟ କରାଯାଏ । [] ଅନ୍ତଃଶିରା ଥ୍ରମ୍ବୋସିସ ଓ ପିଇ ଉଭୟ ରୋଗ ଥିଲେ ଭେନସ ଥ୍ରୋମ୍ବୋଏମ୍ବୋଲିଜ୍ମ ବା ଭିଟିଇ କୁହାଯାଏ ।[]

ଅପରେଶନ ହେବା ପରେ ତୁରନ୍ତ ଚଳପ୍ରଚଳ ହେଲେ, ବସିବା ସମୟରେ ଗୋଡ଼ ବ୍ୟାୟାମ ଓ କେତେକ ଅପରେଶନ ପରେ ରକ୍ତ ପତଳାକାରୀ ଔଷଧ ଦେଲେ ଏହି ରୋଗର ପ୍ରତିଷେଧ ହୁଏ ।[୧୦] ହେପାରିନ ବା ୱାରଫାରିନ ଆଦି ରକ୍ତ ପତଳାକାରୀ ଔଷଧ ଦେଇ ଚିକିତ୍ସା କରାଯାଏ ।[୧୧] ଅଧିକାଂଶ ସମୟରେ ଏହି ଔଷଧ ୬ମାସ ବା ଅଧିକ ସମୟ ଧରି ଦିଆଯାଏ ।[୧୨] ଅତି ସାଂଘାତିକ ରୋଗରେ ଟିସୁ ପ୍ଲାଜ୍‌ମିନୋଜେନ ଆକ୍ଟିଭେଟର ଦେଇ ଥ୍ରମ୍ବୋଲାଇସିସ୍ କରାଯାଏ ବା ପଲମୋନାରି ଥ୍ରମ୍ବେକ୍ଟମି ଅପରେଶନ କରାଯାଏ । ରକ୍ତ ପତଳାକାରୀ ଔଷଧ ଯଥେଷ୍ଟ ନ ହେଲେ ଭେନା କାଭା ଫିଲଟର ବ୍ୟବ‌ହାର କରାଯାଏ ।[୧୧]

ପ୍ରତି ବର୍ଷ ୟୁରୋପରେ ପ୍ରାୟ ୪୩୦,୦୦୦ଲୋକ ପଲ୍‌ମୋନାରି ଏମ୍ବୋଲିଜ୍ମ ରୋଗଦ୍ୱାରା ଆକ୍ରାନ୍ତ ହୁଅନ୍ତି ।[୧୩] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ବର୍ଷ ୩୦୦,୦୦୦ରୁ ୬୦୦,୦୦୦ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି,[][୧୪] ଯାହା ଫଳରେ ୫୦,୦୦୦ରୁ[୧୪] ୨୦୦,୦୦୦ ଲୋକଙ୍କର ମୃତ୍ୟୁ ହୁଏ ।[୧୫] ପୁରୁଷ ଓ ମହିଳାଙ୍କ ରୋଗ ହାର ସମାନ ଥାଏ । ବୟସ ବୃଦ୍ଧି ହେବା ପରେ ଏହି ରୋଗ ସାଧାରଣତଃ ହୁଏ ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads