ପାଏଲୋନେଫ୍ରାଇଟିସ
From Wikipedia, the free encyclopedia
Remove ads
ପାଏଲୋନେଫ୍ରାଇଟିସ (ଇଂରାଜୀ ଭାଷାରେ Pyelonephritis) ଏକ ରୋଗ ଯେଉଁଥିରେ ବୃକ୍କ (kidney) ଜୀବାଣୁଦ୍ୱାରା ସଂକ୍ରମିତ (bacterial infection) ହୋଇଥାଏ ।[୩] ସାଧାରଣତଃ ଜ୍ୱର ଓ ଅଣ୍ଟା ଦରଜ (flank tenderness) ହୋଇ ରୋଗ ଆରମ୍ଭ ହୁଏ ।[୨] ଏହା ବ୍ୟତୀତ ଅଇ (nausea), ଡିସୟୁରିଆ ବା ପରିସ୍ରା କଲାବେଳ ପୋଡ଼ାଜଳା (burning with urination), ବାରମ୍ବାର ପରିସ୍ରା ହେବା (frequent urination) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୨] ରୋଗ ଜଟିଳ ହେଲେ ପାଏଲୋନେଫ୍ରାଇଟସି, ସେପ୍ସିସ, ବା ବୃକ୍କ ଅକାମୀ (kidney failure) ହୋଇଯାଏ ।[୩]
ସ୍ୱାଭାବିକ ଭାବରେ ଏହି ରୋଗ ଇକୋଲାଇ (Escherichia coli) ଜୀବାଣୁଦ୍ୱାରା ହୁଏ । [୨] ଏହି ରୋଗ ସଙ୍କଟ ସୃଷ୍ଟି କରିବାରେ ଯୌନ ସଙ୍ଗମ (Sexual intercourse), ପିଛିଲା ମୂତ୍ରନଳୀ ସଂକ୍ରମଣ (prior urinary tract infections, ମଧୁମେହ, ମୂତ୍ରନଳୀ ତିଆରି ତୃଟି, ସ୍ପର୍ମିସାଇଡ ବ୍ୟବହାର ଇତ୍ୟାଦି କାରକମାନଙ୍କର ଅବଦାନ ଥାଏ ।[୨][୩] ଜୀବାଣୁ ସାଧାରଣତଃ ମୂତ୍ର ପ୍ରଣାଳୀରେ (urinary tract) ନିମ୍ନରୁ ଉର୍ଦ୍ଧକୁ ସଂକ୍ରମଣ ଗତିକରେ ।[୨] ରକ୍ତସ୍ରୋତ ମାଧ୍ୟମରେ ମଧ୍ୟ ଏହି ରୋଗ ସଞ୍ଚାରିତ ହୋଇପାରେ ।[୧] ରୋଗ ଲକ୍ଷଣ ଅନୁଶୀଳନ ଓ ପରିସ୍ରା ପରୀକ୍ଷା (urinalysis) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୨] ଚିକିତ୍ସାରେ ଉନ୍ନତି ନହେଲେ ମେଡିକାଲ ଇମେଜିଙ୍ଗ (medical imaging) ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ ।[୨]
ଯୌନ ସଙ୍ଗମ ପରେ ମୂତ୍ରତ୍ୟାଗ ଓ ଯଥେଷ୍ଟ ତରଳ ପଦାର୍ଥ ପାନ କଲେ ଏ ରୋଗର ପ୍ରତିରୋଧ ହେବା ସମ୍ଭାବନା ରହିବ । [୧] ରୋଗ ନିର୍ଣ୍ଣୟ ହୋଇଗଲେ ସିପ୍ରୋଫ୍ଲୋକ୍ସାସିନ୍ ଓ ସେଫଟ୍ରାଇଆକ୍ସୋନ ଭଳି ଆଣ୍ଟିବାୟୋଟିକ (antibiotics) ଦିଆଯାଏ ।[୪][୬] ରୋଗ ସାଂଘାତିକ ହୋଇଥିଲେ ଡାକ୍ତରଖାନାରେ ଆଡମିସନ ଆବଶ୍ୟକ ହୁଏ ।[୨] ରୋଗୀର ମୂତ୍ର ପ୍ରଣାଳୀରେ ଗଠନ ସମସ୍ୟା ବା ବୃକ୍କ ପଥର ରୋଗ ଥିଲେ ଅପରେଶନ ଆବଶ୍ୟକ ହୁଏ । [୩][୧]
ବୃକ୍କ ସମ୍ବନ୍ଧୀୟ ରୋଗମାନଙ୍କ ମଧ୍ୟରେ ପାଏଲୋନେଫ୍ରାଇଟିସ ଏକ ସାଧାରଣ ରୋଗ ।[୫] ପ୍ରତି ବର୍ଷ ପ୍ରତି ଏକ ହଜାର ମହିଳାଙ୍କ ମଧ୍ୟରୁ ୧-୨ ମହିଳା ଓ ଏକ ହଜାର ପୁରୁଷଙ୍କ ମଧ୍ୟରୁ ୦.୫ ପୁରୁଷ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୭] ନବ ଯୁବକମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ଓ ଅଳ୍ପ ତଥା ଅତି ବୟସ୍କ ଲୋକ ମଧ୍ୟ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ନବ ଯୁବକମାନେ ସାଧାରଣତଃ ଚିକିତ୍ସାରେ ସୁଫଳ ପାଆନ୍ତି ।[୩][୫] ୬୫ ବର୍ଷ ବୟସ ପରେ ରୋଗ ହେଲେ ପ୍ରାୟ ୪୦% ରୋଗୀଙ୍କର ମୃତ୍ୟୁ ହୁଏ ।[୫]
Remove ads
ଏହା ମଧ୍ୟ ଦେଖନ୍ତୁ
ଆଧାର
ବାହ୍ୟ ଲିଙ୍କ
Wikiwand - on
Seamless Wikipedia browsing. On steroids.
Remove ads