ପାଇରିଡକ୍ସିନ/ଡକ୍ସିଲାମାଇନ

ଏହା ଗର୍ଭଧାରଣର ବାନ୍ତି ଏବଂ ଅଇ ପାଇଁ ବ୍ୟବହୃତ ହୁଏ (ସକାଳର ରୋଗ); ଯଦିଓ ଉପକାର ଅଳ୍ପ ମିଳେ । From Wikipedia, the free encyclopedia

Remove ads

ପାଇରିଡକ୍ସିନ/ଡକ୍ସିଲାମାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡିକ୍ଲେକ୍ଟିନ, ହେଉଛି ପାଇରିଡକ୍ସିନ (ଭିଟାମିନ୍ ବି<sub id="mwDQ">6</sub> ) ଏବଂ ଡକ୍ସିଲାମାଇନର ଏକ ମିଶ୍ରଣ ।[] ଏହା ଗର୍ଭଧାରଣର ବାନ୍ତି ଏବଂ ଅଇ ପାଇଁ ବ୍ୟବହୃତ ହୁଏ (ସକାଳର ରୋଗ); ଯଦିଓ ଉପକାର ଅଳ୍ପ ମିଳେ ।[] ଏହା ପାଟିରେ ଦିଆଯାଏ ।[]

Quick facts Combination of, Pyridoxine ...

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ମୁଣ୍ଡ ହାଲୁକା, ନିଦ୍ରାଳୁ ଏବଂ ଶୁଖିଲା ପାଟି ହୋଇପାରେ ।[] ୧୯୮୩ରେ ଏହା ଯୋଗୁ ଜନ୍ମଗତ ତ୍ରୁଟି ବିଷୟରେ ଚିନ୍ତା ବଢ଼ିଥିବାବେଳେ ଏହି ଚିନ୍ତାଧାରା ଭିତ୍ତିହୀନ ଜଣାଗଲା ।[] ଗର୍ଭାବସ୍ଥାରେ ବ୍ୟବହାର ଗ୍ରହଣୀୟ ବୋଲି ବିବେଚନା କରାଯାଏ | [] ମିଶ୍ରଣ କିପରି କାର୍ଯ୍ୟ କରେ ତାହା ଅସ୍ପଷ୍ଟ ଅଛି ।[] ଡକ୍ସିଲାମାଇନ ହେଉଛି ପ୍ରଥମ ପିଢ଼ିର ଏକ ଆଣ୍ଟିହାଇଷ୍ଟାମିନ ।[]

୧୯୭୬ ମସିହାରେ ଏହି ମିଶ୍ରଣ ଔଷଧ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[] ୧୯୫୮ ପରଠାରୁ ଯୁକ୍ତରାଜ୍ୟରେ ଅନ୍ୟ ଏକ ଔଷଧ ଡାଇସାଇକ୍ଲୋମିନ ଏହା ସ‌ହିତ ବ୍ୟବହୃତ ହେଉଥିଲା ।[] ୨୦୧୯ ସୁଦ୍ଧା ସ୍କଟଲ୍ୟାଣ୍ଡ୍ ମେଡିସିନ୍ କନ୍ସୋର୍ଟିୟମ୍ ଏହାକୁ ଦାମ ଅନୁସାରେ ପ୍ରଭାବଶାଳୀ ନୁହେଁ ବୋଲି ବିବେଚନା କରିଥିଲେ । [] ଯୁକ୍ତରାଜ୍ୟରେ ଦୈନିକ ୪ ବଟିକା ଏକ ମାସ ଧରି ବ୍ୟବ‌ହାର କଲେ ୧୬୦ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲୁ ୧୯୦ ଡଲାର ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads