ରୋଫ୍ଲୁମିଲାଷ୍ଟ
From Wikipedia, the free encyclopedia
Remove ads
ରୋଫ୍ଲୁମିଲାଷ୍ଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଡାକ୍ସାସ, ଏକ ଔଷଧ ଯାହା ଏକ କ୍ରୋନିକ୍ ଅବସ୍ଟ୍ରକ୍ଟିଭ୍ ଫୁସଫୁସ ରୋଗର (COPD) ଦୀର୍ଘକାଳୀନ ପରିଚାଳନା ପାଇଁ ବ୍ୟବହୃତ ହୁଏ ।[୬] ଏହା ଗୁରୁତର ରୋଗରେ ବ୍ୟବହୃତ ହୁଏ [୬] ଏହା ପାଟିରେ ଦିଆଯାଏ ।[୬]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ତରଳ ଝାଡ଼ା, ଅଇ, ମୁଣ୍ଡବିନ୍ଧା, ପିଠି ଯନ୍ତ୍ରଣା, ଶୋଇବାରେ ଅସୁବିଧା ଏବଂ ମୁଣ୍ଡ ବୁଲେଇବା ହୋଇପାରେ ।[୭] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ପ୍ରବଣ ଅନ୍ତର୍ଭୁକ୍ତ ହୋଇପାରେ ।[୭] ଏହା ଏନଜାଇମ୍ ଫସଫୋଡାଇଇଷ୍ଟେରେଜ୍-୪ର (PDE-4) ଚୟନକାରୀ ବାଧା ପ୍ରଦାନକାରୀ ଏବଂ ଫୁସଫୁସ ପ୍ରଦାହକୁ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।[୬][୩]
୨୦୧୦ ମସିହାରେ ୟୁରୋପରେ ଏବଂ ୨୦୧୧ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ରୋଫ୍ଲୁମିଲାଷ୍ଟ ଅନୁମୋଦିତ ହୋଇଥିଲା ।[୩] [୮] [୭] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତି ମାସରେ ୩୮ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୯] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୩୦ ଡଲାର ଅଟେ ।[୧୦]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads