ଟାମୋକ୍ସିଫେନ

From Wikipedia, the free encyclopedia

ଟାମୋକ୍ସିଫେନ
Remove ads

ଟାମୋକ୍ସିଫେନ (ଟିଏମଏକ୍ସ), ଯାହାର ଏକ ବିକ୍ରୟ ନାମ ନୋଲଭାଡେକ୍ସ, ଏକ ଔଷଧ ଯାହା ମହିଳାଙ୍କର ସ୍ତନ କର୍କଟର ପ୍ରତିଷେଧକ ଓ ଉଭୟ ମହିଳା ଓ ପୁରୁଷଙ୍କର ସ୍ତନ କର୍କଟ ରୋଗର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[] ଅନ୍ୟାନ୍ୟ କର୍କଟ ରୋଗରେ ଏହାର ବ୍ୟବ‌ହାର ନିମନ୍ତେ ଅନୁଶୀଳନ ଚାଲିଛି । [] ଆଲବ୍ରାଇଟ ସିଣ୍ଡ୍ରୋମରେ ଏହା ବ୍ୟବ‌ହାର କରାଯାଇଛି । ସ୍ତନ କର୍କଟ ରୋଗରେ ଟାମୋକ୍ସିଫେନ ପ୍ରତ୍ୟହ ୫ ବର୍ଷ ପର୍ଯ୍ୟନ୍ତ ପାଟିରେ ଖାଇବାକୁ ଦିଆଯାଏ । []

Quick facts Clinical data, Trade names ...

ଜରାୟୁ କର୍କଟ, ସଂଘାତ (stroke), ଦୃଷ୍ଟି ସମସ୍ୟା ଓ ଫୁସଫୁସ ଏମ୍ବୋଲିଜ୍ମ ଇତ୍ୟାଦି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ସଙ୍କଟ ଦେଖାଯାଇପାରେ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅନିୟମିତ ଋତୁସ୍ରାବ, ଓଜନ ହ୍ରାସ ଓ ଉଷ୍ମାନୁଭୂତି ଇତ୍ୟାଦି ଦେଖାଯାଏ । ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହି ଔଷଧ ଦେଲେ ଶିଶୁର ହାନୀ ହୁଏ ।[] ଏହା ଏକ ବରଣାତ୍ମକ ଏସ୍ଟ୍ରୋଜେନ-ରିସେପ୍ଟର ମୋଡ୍ୟୁଲେଟର ଯାହା ସ୍ତନ କୋଷ ବୃଦ୍ଧିର କାରକ ବା ଫ୍ୟାକ୍ଟରମାନଙ୍କୁ କମେଇଦିଏ ଓ କୋଷବୃଦ୍ଧି କମ କରୁଥିବା କାରକମାନଙ୍କୁ ବଢ଼େଇଦିଏ । [][] ଏହା ଟ୍ରାଇଫିନାଇଲଏଥିଲିନ ଦଳର ଔଷଧ । []

ସନ ୧୯୬୭ରେ ଟାମୋକ୍ସିଫେନ ଆବିଷ୍କୃତ ହେଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । []ଏହାର ଦୈନିକ ହୋଲସେଲ ଖର୍ଚ୍ଚ ପ୍ରାୟ ୦.୦୭ରୁ ୦.୨୩ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦୈନିକ ଖର୍ଚ୍ଚ ୨ ଡଲାର । []

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads