ଥୋରାସେଣ୍ଟେସିସ

ଏହା ଏକ ପଦ୍ଧତି ଯାହା ରୋଗ ନିର୍ଣ୍ଣୟ ବା ଚିକିତ୍ସା ଉଦ୍ଦେଶ୍ୟରେ ପ୍ଲୁରା ସ୍ଥାନରୁ ତରଳ ପଦାର୍ଥ ବାହାର କରାଯାଏ । From Wikipedia, the free encyclopedia

ଥୋରାସେଣ୍ଟେସିସ
Remove ads

ଥୋରାସେଣ୍ଟେସିସ ହେଉଛି ଏକ ପଦ୍ଧତି ଯାହା ରୋଗ ନିର୍ଣ୍ଣୟ ବା ଚିକିତ୍ସା ଉଦ୍ଦେଶ୍ୟରେ ପ୍ଲୁରା ସ୍ଥାନରୁ ତରଳ ପଦାର୍ଥ ବାହାର କରାଯାଏ ।[] ରୋଗ ନିର୍ଣ୍ଣୟ ପାଇଁ ଏହା ସୂଚିତ କରାଯାଇଛି ଯଦି ଏହାର କାରଣ ଅସ୍ପଷ୍ଟ ଏବଂ ୧ ସେଣ୍ଟିମିଟରରୁ ଅଧିକ ତରଳ ପଦାର୍ଥ ଥାଏ ।[] ନିଶ୍ୱାସ ପ୍ରଶ୍ୱାସକୁ ଉନ୍ନତ କରିବା ପାଇଁ ଏହା ଏକ ଚିକିତ୍ସା ପଦ୍ଧତି ଭାବରେ କରାଯାଇଥାଏ ।[] ଯଦି ଏକାଧିକ ଡ୍ରେନେଜ୍ ସତ୍ତ୍ୱେ ଫ୍ଲୁଇଡ୍ ପୁନର୍ବାର ଆସେ, ତେବେ ଏକ ଦୀର୍ଘକାଳୀନ କ୍ୟାଥେଟର ରଖାଯାଇପାରେ କିମ୍ବା ପ୍ଲୁରୋଡେସିସ୍ କରାଯାଇପାରେ ।[]

Quick facts Thoracentesis ...

ପଦ୍ଧତିରେ ସାଧାରଣତଃ ବସିଥିବା ଅବସ୍ଥାରେ ଏକ ଟେବୁଲ ଉପରେ ଆଉଜିଥିବା ବ୍ୟକ୍ତିଙ୍କର କରାଯାଇଥାଏ ।[] ଶଯ୍ୟା ନିକଟରେ ଅଲଟ୍ରାସୋନୋଗ୍ରାଫି ସାହାଯ୍ୟରେ ଅବସ୍ଥାନ ଯାଞ୍ଚ କରାଯାଏ ।[] କ୍ଲୋରହେକ୍ସିଡିନ ପ୍ରୟୋଗ କରି ସେହି ସ୍ଥାନ ସଫା କରାଯାଏ ଏବଂ ସ୍ଥାନୀୟ ନିଶ୍ଚେତକ ଇଞ୍ଜେକ୍ସନ ଦିଆଯାଏ ।[] ସ୍କାପୁଲା ରେଖାରେଏକ ରିବ ଉପର ସ୍ଥାନରେ ଏକ ଇଂଜେକସନ ଛୁଞ୍ଚି ଭର୍ତ୍ତି କରାଯାଏ ।[] ତରଳ ପଦାର୍ଥ ବାହାରିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଏ ଓ ତା' ପରେ କାଥେଟର ଛାତି ଭିତରକୁ ଭର୍ତ୍ତି କରି ଛୁଞ୍ଚି ପ୍ରତ୍ୟାହାର କରାଯାଏ । [] ଏକ ସଂଗ୍ରହ ପାତ୍ର ଏହା ସହିତ ସଂଯୋଗ କରାଯାଏ ।[]

ପ୍ରଥା ଜଟିଳ ହେଲେ ନିମୋଥୋରାକ୍ସ, ରକ୍ତସ୍ରାବ, ନିମ୍ନ ରକ୍ତଚାପ, ଏବଂ ପ୍ଳୀହା କିମ୍ବା ଯକୃତରେ ଆଘାତ ହୋଇପାରେ । [] ଏହାପୂର୍ବରୁ ଅଧିକ ପରିମାଣର ପୁନର୍ବାର ସ୍ଫୀତ ହୋଇଫୁସଫୁସ ଇଡିମା ହେବାର ଆଶଙ୍କା ଥିବାରୁ କେବଳ ୧.୫ ଲିଟର ତରଳ ପଦାର୍ଥ ବାହାର କରାଯାଉଥିଲା ।[] ଏହି ଚିନ୍ତା ତଥାପି ଭିତ୍ତିହୀନ ମନେହୁଏ ଏବଂ ଉପସ୍ଥିତ ଥିବା ସମସ୍ତ ତରଳ ପଦାର୍ଥ ନିରାପଦରେ ନିଷ୍କାସିତ ହୋଇପାରେ ।[] ଫୁସଫୁସ ସ୍ଫୀତ ହେଲେ ସାଧାରଣତଃ କାଶ ହୁଏ। []

ଥୋରାସେଣ୍ଟେସିସ ପ୍ରଥମେ ୧୮୫୦ ମସିହାରେ ମୋରିଲ୍ ୱାଇମାନ ଏବଂ ହେନେରୀ ଇଙ୍ଗର୍ସୋଲ ବୋଡିଚ କରିଥିଲେ । [] ଯୁକ୍ତରାଷ୍ଟ୍ରରେ ଏହି ପଦ୍ଧତିରେ ପ୍ରାୟ ୨,୦୦୦ ଡଲାର ଖର୍ଚ୍ଚ ହୋଇପାରେ ।[] ଖ୍ରୀଷ୍ଟପୂର୍ବ ୪୦୦ ମସିହାରେ ହିପୋକ୍ରେଟସ ଏହି କୌଶଳ ପ୍ରସ୍ତାବ ଦିଆଯାଇଥିଲା। [] ଏହି ଶବ୍ଦଟି ଗ୍ରୀକ୍ θώραξ thōraxର ଅର୍ଥ ହେଉଛି "ଛାତି" ଏବଂ κέντησις kentēsis ଅର୍ଥାତ୍ "ଛିଦ୍ର" ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads