ପ୍ଲୁରା ସ୍ରାବ

ପ୍ଲୁରା ସ୍ରାବ ରୋଗରେ ଫୁସ୍‌ଫୁସ୍ ଚାରିପାଖରେ ଥିବା ପ୍ଲୁରା ଆସ୍ତରଣ ମଧ୍ୟରେ ଅତ୍ୟଧିକ ତରଳ ପଦାର୍ଥ ଭର୍ତ୍ତିହୋ From Wikipedia, the free encyclopedia

ପ୍ଲୁରା ସ୍ରାବ
Remove ads

ପ୍ଲୁରା ସ୍ରାବ ରୋଗରେ ଫୁସ୍‌ଫୁସ୍ ଚାରିପାଖରେ ଥିବା ପ୍ଲୁରା ଆସ୍ତରଣ ମଧ୍ୟରେ ଅତ୍ୟଧିକ ତରଳ ପଦାର୍ଥ ଭର୍ତ୍ତିହୋଇଯାଏ । [] ଛାତି ଯନ୍ତ୍ରଣା, କାଶ ଏବଂ ଅଣନିଶ୍ୱାସ ଇତ୍ୟାଦି ଲକ୍ଷଣଗୁଡ଼ିକ ପରିବର୍ତ୍ତନଶୀଳ ହୋଇପାରେ | [] ପ୍ରଥମେ ବ୍ୟାୟାମ ସହିତ ନିଶ୍ୱାସ ପ୍ରଶ୍ୱାସ ଉପସ୍ଥିତ ହୋଇପାରେ | []

Quick facts Pleural effusion, ବିଭାଗ ...

ତରଳ ପଦାର୍ଥ ଦୁଇ ପ୍ରକାର ଭାବରେ ଜିମିଯାଏ ଯଥା: ଏଗ୍‌ଜୁଡେଟ ଓ ଟ୍ରାନ୍‌ଜୁଡେଟ | [] ପ୍ରଦାହ, ଅର୍ବୁଦ, ସଂକ୍ରମଣ କିମ୍ବା ଫୁସଫୁସରେ ଆଘାତ ହେତୁ ଏଗ୍‌ଜୁଡେଟ ହୁଏ । [] ହୃଦଘାତ, କିଡନୀ ଜନିତ ସମସ୍ୟା, ଯକୃତ ବିଫଳତା, ପେରିଟୋନିଆଲ୍ ଡାୟଲିସିସ୍ କିମ୍ବା ପୁଷ୍ଟିହୀନତା ହେତୁ ଟ୍ରାନ୍‌ଜୁଡେଟ୍ ହୁଏ। [] [] ଅନ୍ୟାନ୍ୟ କାରଣ ମଧ୍ୟରେ ଫୁସଫୁସ ଏମ୍ବୋଲାଇଜିମ୍, କିଛି ଔଷଧ, ରାଡିଏସନ ଥେରାପି କିମ୍ବା ଏସୋଫେଗସ ଫାଟିବା ଯୋଗୁ ଏହା ହୋଇପାରେ । []

ସାଧାରଣତଃ ଛାତି ଏକ୍ସ-ରେ କିମ୍ବା ଅଲଟ୍ରାସାଉଣ୍ଡଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ | [] ଏହାର ମୂଳ କାରଣ ନିର୍ଣ୍ଣୟ କରିବା ନିମନ୍ତେ ଥୋରେସେଣ୍ତେସିସ କରି କିଛି ତରଳ ପଦାର୍ଥ କାଢ଼ିଦିଆଯାଏ ଓ ଏହା ଏହା ଚିକିତ୍ସା କରିବାରେ ମଧ୍ୟ ସାହାଯ୍ୟ କରେ | [] ଅନ୍ତର୍ନିହିତ କାରଣ ଆଡ଼କୁ ଅଧିକ ଚିକିତ୍ସା କରାଯାଏ। [] ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରାୟ 1.5 ନିୟୁତ ଲୋକ ଏହି ରୋଗଦ୍ୱାରା ପ୍ରଭାବିତ ହୁଅନ୍ତି। []

Remove ads

ସନ୍ଦର୍ଭ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads