ଉଦିତ ନାରାୟଣ

ପାର୍ଶ୍ୱ ଗାୟକ From Wikipedia, the free encyclopedia

ଉଦିତ ନାରାୟଣ
Remove ads

ଉଦିତ ନାରାୟଣ ଝା (ଜନ୍ମ ୧ ଡିସେମ୍ବର ୧୯୫୫) ଜଣେ ନେପାଳୀ ଗାୟକ ଅଟନ୍ତି । ବଲିଉଡ ଓ ନେପାଳୀ[][][][] ଫିଲ୍ମରେ ସେ ସେ ଖୁବ ଜଣାଶୁଣା । ସେ ନେପାଳୀ,ଭୋଜପୁରୀ,କନ୍ନଡ଼,ମରାଠୀ,ତାମିଲ,ତେଲୁଗୁ,ମାଲୟାଲମ, ଗର୍ହବଳି, ସିନ୍ଧି, ପଞ୍ଜାବୀ, ଓଡ଼ିଆ, ଅସମୀୟା, ମଣିପୁରୀ, ମୈଥିଳୀବଙ୍ଗାଳୀ ପ୍ରଭୃତି ଭାଷାରେ କଣ୍ଠ ଦାନ କରିଛନ୍ତି । ସେ ତିନି ଥର ନ୍ୟାସନାଲ ଫିଲ୍ମ ଆୱାର୍ଡ ଓ ପାଞ୍ଚ ଥର ଫିଲ୍ମ ଫେୟାର ପୁରସ୍କାର ଜିତିଛନ୍ତି । ୨୦୦୧ରେ ଉଦିତ ପ୍ରବଳ ଗୋର୍ଖା ଦକ୍ଷିଣ ବାହୁ ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କୁ ଏହି ଉପାଧି ନେପାଳର ଭୂତପୂର୍ବ ରାଜା ବିରେନ୍ଦ୍ର ବୀର ବିକ୍ରମ ସାହା ଦେବ ଦେଇଥିଲେ । ୨୦୦୯ରେ ପଦ୍ମଶ୍ରୀଓ ୨୦୧୬ରେ ପଦ୍ମଭୂଷଣ ସମ୍ମାନରେ ଭାରତ ସରକାର ତାଙ୍କୁ ସମ୍ମାନିତ କରିଥିଲା ।

Quick facts ଉଦିତ ନାରାୟଣ, Background information ...
Remove ads

କ୍ୟାରିୟର

ଉଦିତ ଭାରଦାହ,ନେପାଳଠାରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମହରେ କୃଷ୍ଣ ଝା ଓ ମାଙ୍କ ନାମ ଭୁବନେଶ୍ୱରି ଦେବୀ ।[] ସେ ପି॰ବି ସ୍କୁଲରୁ ଦଶମ ଶ୍ରେଣୀ ପାସ କରିଥିଲେ । ବଲିଉଡ ଜଗତରେ ଉଦିତଙ୍କ ସ୍ୱର ପ୍ରାୟ ସମସ୍ତ ହିରୋ ଯଥା ଅମିର ଖାନ୍,ସାହାରୁଖ ଖାଁ,ଅକ୍ଷୟ କୁମାର,ହ୍ରିତିକ ରୋଶନଅଜୟ ଦେବଗନମାନଙ୍କ ସ୍ୱର ସହ ଖାପ ଖାଏ । ୧୯୭୦ରେ ସେ ପ୍ରଥମେ ନେପାଳ ରେଡିଓ ପାଇଁ ଗାଈ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୦ରେ ସେ ପ୍ରଥମେ ଉନିସ ବିସ ହିନ୍ଦୀ ଫିଲ୍ମ ପାଇଁ କାନ୍ଥ ଦାନ କରିଥିଲେ । ଏହି ଗୀତା ସେ ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ ସହ ଗାଇଥିଲେ । ଏହା ପରେ ସେ ଅନେକ ଫିଲ୍ମରେ ଗୀତ ଗାଇବାର ସୁଯୋଗ ପାଇଥିଲେ । ୧୯୮୩ରେ ବଡେ ଦିଲ ୱାଲା ଫିଲ୍ମରେ ଆର॰ଡ଼ି ବର୍ମନ ରଚିତ ଏକ ଗୀତ ଲତା ମଙ୍ଗେସକରଙ୍କ ସହ ଗାଇବାର ସୁଯୋଗ ପାଇଥିଲେ । ସେହି ବର୍ଷ ସେ କିଶୋର କୁମାରଙ୍କ ସହ ମଧ୍ୟ ଗୀତା ଗାଇଥିଲେ । ୧୯୮୮ରେ ଆନନ୍ଦ-ମିଳିନ୍ଦ ତାଙ୍କୁ କୟାମତ ସେ କୟାମତ ତକ ଫିଲ୍ମର ସମସ୍ତ ଗୀତ ଗାଇବାର ସୁଯୋଗ ଦେଇଥିଲେ । ଆଲ୍‌କା ୟାଗ୍ନିକ୍‌ଙ୍କ ସହ ଗାଇଥିବା ଏହି ଫିଲ୍ମର ଗୀତା ପାଇଁ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା ।[]

Remove ads

ବ୍ୟକ୍ତିଗତ ଜୀବନ

ଉଦିତ ନାରାୟଣ ମୁମ୍ବାଇରେ ରହନ୍ତି ।[] ସେ ୨ ଥର ବିବାହ କରିଛନ୍ତି । ରଞ୍ଜନା ନାରାୟଣ ଝା ଓ ଦୀପା ଝା । ରଞ୍ଜନାଙ୍କୁ ବିବାହ କଥା ଉଦିତ ପ୍ରଥମେ ମାନି ନଥିଲେ । ପରେ ତାଙ୍କ ପାରିବାରିକ ସମ୍ପର୍କ ଭଲ ନଥିଲା । ଉଦିତଙ୍କୁ କୋର୍ଟର ଦ୍ୱାରସ୍ଥ ହେବାକୁ ପଡିଥିଲା ଓ ତାଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ମଧ୍ୟ ଆସିଥିଲା । ମହିଳା କମିଶନର ସାହାଯ୍ୟ ନେଇ ରଞ୍ଜନା ଉଦିତଙ୍କୁ ବିବାହ କରିଥିବା ସମସ୍ତ ତଥ୍ୟ ଦେଇଥିଲେ ।[]୧୯୮୫ରେ ସେ ନେପାଳି ଗାୟିକା ଦୀପଙ୍କୁ ଦ୍ୟୁତିୟ ବିବାହ କରିଥିଲେ । ଏହି ଦମ୍ପତି 'ଦିଲ ଦିବାନା ଏକ ହିନ୍ଦୀ ଆଲବମରେ ଗୀତା ଗାଇଥିଲେ । ତାଙ୍କ ପୁଅ ଆଦିତ୍ୟ ନାରାୟଣ ଜଣେ ଶିଶୁ କଳାକାରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଆଦିତ୍ୟ ମଧ୍ୟ ଜଣେ ବଲିଉଡ ଗାୟକ ଓ ଅଭିନେତା ।

Remove ads

ଅଭିନେତା

ଉଦିତ ଏକ ନେପାଳି ଫିଲ୍ମ କୁସୁମେ ରୁମାଲରେ ଅଭିନୟ କରିଥିଲେ ଓ ଏହାର ସମସ୍ତ ଗୀତ ଗାଇଥିଲେ । ସେହି ଫିଲ୍ମତି ୨୫ ସପ୍ତାହ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ରହି ସମସ୍ତ ରେକର୍ଡକୁ ଭଙ୍ଗ କରିଥିଲା ।

ସମ୍ମାନ

  • ରେଡିଓ ମିର୍ଚିରୁ ସ୍ୱତନ୍ତ୍ର ଜୁରୀ ସଲ୍ୟୁଟ ଆୱାର୍ଡ ୨୦୧୬
  • ଭାରତ ସରକାରଙ୍କଠାରୁ ପଦ୍ମଭୂଷଣ ସମ୍ମାନ ୨୦୧୬[୧୦]
  • ସୂର୍ଯାଦତ୍ତ ନ୍ୟାସନାଲ ଆୱାର୍ଡ ତରଫରୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ୨୦୧୬http://www.suryadatta.org/suryadatta-national-and-lifetime-achievement-awards.html
  • ଦାଦା ସାହେବ ଫାଲକେ ଆୱାର୍ଡ ୨୦୧୫[୧୧]
  • ଡକ୍ଟର ଆମ୍ବେଦକର ଆୱାର୍ଡ (ମୁମ୍ବାଇ) ୨୦୧୫[୧୨]
  • ଭୋଜପୁରୀ ଫିଲ୍ମରେ ତାଙ୍କର ପ୍ରତିଭା ପାଇଁ ସମ୍ମାନିତ ୨୦୧୫[୧୩]
  • ବିଆଇଏଫଏ ଆୱାର୍ଡ ୨୦୧୫ [୧୪]
  • ପ୍ରଥମ, ଚିତ୍ରଗୁପ୍ତ ସିନେଯାତ୍ରା ପୁରସ୍କାର ୨୦୧୫[୧୫]
  • ଭୋଜପୁରୀ ଆୱାର୍ଡ ୨୦୧୪ [୧୬]
  • ମହାରାଷ୍ଟ୍ର ସରକାରଙ୍କ ତରଫରୁ ମହାରାଷ୍ଟ୍ର ରତ୍ନ ଆୱାର୍ଡ ୨୦୧୧[୧୭]
  • ମାଲେସିଆ ତରଫରୁ ଆନ୍ତର୍ଜାତୀୟ ବ୍ରାଣ୍ଡଲଉରେଟ ଆୱାର୍ଡ [୧୮]
  • ମହମଦ ରଫି ଆୱାର୍ଡ ୨୦୧୦[୧୯]
  • ମେଡସ୍କେପ ଇଣ୍ଡିଆ ନ୍ୟାସନାଲ ଆୱାର୍ଡ[୨୦]
  • ଭୋଜପୁରୀ ଚଳଚ୍ଚିତ୍ର ପାଇଁ ଚିତ୍ରଗୁପ୍ତ ସିନେଯାତ୍ରା ସମ୍ମାନ
  • କଳାଶ୍ରୀ ଆୱାର୍ଡ ତରଫରୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ୨୦୧୦http://www.thehindu.com/todays-paper/tp-features/tp-metroplus/laila-o-laila/article512733.ece
  • ଭାରତ ସରକାରଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ୨୦୦୯[୨୧]
  • ସହର ଆବଦ୍ଧ ସମ୍ମାନ ୨୦୦୬ [୨୨]
  • ସମ୍ରାଟ ବିକ୍ରମାଦିତ୍ୟ ସଙ୍ଗୀତ ଅଳଙ୍କରଣ ସମ୍ମାନ 2006[୨୩]
  • ନେପାଳର ଭୁତପୂର୍ବ ରାଜା ବିରେନ୍ଦ୍ର ବୀର ବିକ୍ରମ ସାହାଦେବଙ୍କଠାରୁ ପ୍ରବଳ ଗୋର୍ଖା ଦକ୍ଷିଣ ବାହୁ ଉପାଧିରେ ସମ୍ମାନିତ ।
Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads