ଜରାୟୁ ଫାଇବ୍ରଏଡ

From Wikipedia, the free encyclopedia

ଜରାୟୁ ଫାଇବ୍ରଏଡ
Remove ads

ଜରାୟୁ ଫାଇବ୍ରଏଡ, (ଇଂରାଜୀ ଭାଷାରେ ୟୂଟେରାଇନ ଫାଇବ୍ରଏଡ ବା ୟୁଟେରାଇନ ଲିଓମାୟୋମା ବା ମାୟୋମା ବା ଫାଇବ୍ରୋମାୟୋମା ବା ଫାଇବ୍ରୋଲିଓମାୟୋମା ଯଥାକ୍ରମେ Uterine fibroids, also known as uterine leiomyoma, myoma, fibromyoma, fibroleiomyoma), ଜରାୟୁର ଏକ ବିନାଇନ ସ୍ମୁଥ ମାଂସପେଶୀ ଅର୍ବୁଦ । ରୋଗ ଥିଲେ ମଧ୍ୟ ଅଧିକାଂଶ ମହିଳାଙ୍କର କୌଣସି ଲକ୍ଷଣ ନ ଥାଏ ଓ ଅନ୍ୟମାନଙ୍କର ଋତୁସ୍ରାବ ଶୂଳ ହୁଏ ବା ଅଧିକ ଋତୁସ୍ରାବ ହୁଏ । ଏହାର ଚାପ ମୂତ୍ରାଶୟ ଉପରେ ପଡ଼ିଲେ ବାରମ୍ବାର ମୂତ୍ରତ୍ୟାଗ କରିବା ଆବଶ୍ୟକ ହୁଏ । ଅଣ୍ଟାବିନ୍ଧାକଷ୍ଟଦାୟକ ଯୌନ ସଙ୍ଗମ‌ ହୁଏ । ଜଣେ ମହିଳାର ଏକ ବା ତ‌ତୋଧିକ ଜରାୟୁ ଫାଇବ୍ରଏଡ ହୋଇପାରେ । ବେଳେ ବେଳେ ଗର୍ଭାଧାନ କରିବା କଷ୍ଟକର ହୁଏ । []

Quick facts ଜରାୟୁ ଫାଇବ୍ରଏଡ, ବିଭାଗ ...

ଏହାର ସଠିକ କାରଣ ଅଦ୍ୟାବଧି ଅଜ୍ଞାତ । ଫାଇବ୍ରଏଡ ପାରିବାରିକ ଦେଖାଯାଏ ଓ ହରମୋନ ସ୍ତର ଉପରେ ନିର୍ଭରଶୀଳ ଥାଏ । ସଙ୍କଟକାରୀ ଅବସ୍ଥାମାନଙ୍କର ନାମ ଯଥାକ୍ରମେ ମୋଟାପଣ ଓ ଅଧିକ ଲାଲ ମାଂସ ଭକ୍ଷଣ । ପେଲଭିସ ପରୀକ୍ଷାମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । []

ଲକ୍ଷଣ ନ ଥିଲେ ଚିକିତ୍ସା ଆବଶ୍ୟକ ହୁଏ ନାହିଁ । ସ୍ୱଳ୍ପ ଲକ୍ଷଣ ବିଶିଷ୍ଟ ହୋଇଥିଲେ ଆଇବୁପ୍ରୋଫେନ ବା ପାରାସେଟାମଲ ଦେଲେ ଉପକାର ମିଳେ । ଅତ୍ୟଧିକ ଋତୁସ୍ରାବ ହେଉଥିଲେ ଲୌହ ପରିପୂରକ ଆବଶ୍ୟକ ହୁଏ । ଗୋନାଡୋଟ୍ରୋପିନ ହରମୋନ ଆଗୋନିସ୍ଟ ଔଷଧ ଦେଲେ ଫାଇବ୍ରଏଡ ଆକାର କମିଯାଏ କିନ୍ତୁ ଏହି ଔଷଧ ଅତି ଦାମିକା ଓ ଏହାର ପାର୍ଶ୍ୱପ୍ରତିକ୍ରିୟା ଅଧିକ ଥାଏ । ଅତ୍ୟଧିକ ଲକ୍ଷଣ‌ଯୁକ୍ତ ଥିଲେ ଅପରେଶନ କରି ଫାଇବ୍ରଏଡ ବା ଜରାୟୁ ବାହାର କରିଦିଆଯାଏ । ଜରାୟୁ ଧମନୀ ଏମ୍ବୋଲାଇଜେସନ ସାହାଯ୍ୟ କରିପାରେ । କର୍କଟ ସ୍ୱରୁପ କ୍ୱଚିତ ଦେଖାଯାଏ ଓ ଏହାକୁ ଲିଓମାୟୋସାର୍କୋମା କୁହାଯାଏ । ଏହା ବିନାଇନ ଫାଇବ୍ରଏଡରୁ ଜାତ ହୁଏ ନାହିଁ । []

ପଚାଶ ବର୍ଷ ମଧ୍ୟରେ ୨୦ରୁ ୮୦ % ମହିଳାଙ୍କର ଫାଇବ୍ରଏଡ ହୁଏ । [] ସନ ୨୦୧୩ର ଆକଳନ ଅନୁସାରେ ୧୭୧ ନିୟୁତ ମହିଳାଙ୍କର ଏହି ରୋଗ ହୋଇଥିଲେ । [] ମଧ୍ୟମ ଓ ଶେଷ ପ୍ରଜନନକ୍ଷମ ମହିଳାଙ୍କର ଏହି ରୋଗ ହୁଏ । ଋତୁବନ୍ଦ ପରେ ଏହାର ଆକାର କମିଯାଏ । [] ହିସ୍ଟେରେକ୍ଟୋମି ଅପରେଶନ ଫାଇବ୍ରଏଡ ରୋଗ ନିମନ୍ତେ ଆମେରିକାରେ ଏକ ସାଧାରଣ କାରଣରୂପେ ବିବେଚିତ । []

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads