ପାଇରିଡକ୍ସିନ

From Wikipedia, the free encyclopedia

ପାଇରିଡକ୍ସିନ
Remove ads

ପାଇରିଡକ୍ସିନ (ଇଂରାଜୀ ଭାଷାରେ Pyridoxine, ଅନ୍ୟ ନାମ ଭିଟାମିନ ବି /vitamin B6ପାଇରିଡକ୍ସଲ/pyridoxol) ଏକ ପ୍ରକାର ଜୀବସାର ଖ ଯାହା ସାଧାରଣତଃ ଖାଦ୍ୟରେ ମିଳେ ଓ ଖାଦ୍ୟ ଅନୁପୂରକରେ (dietary supplement) ଦିଆଯାଇଥାଏ । [] ଖାଦ୍ୟ ଅନୁପୂରକ ଭାବରେ ଏହା ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ଦିଆଯାଉଥିବା ରୋଗମାନଙ୍କ ନାମ ଯଥାକ୍ରମେ ପାଇରିଡକ୍ସିନ ଅଭାବ (pyridoxine deficiency), ସିଡେରୋବ୍ଲାସ୍ଟିକ ଆନିମିଆ (sideroblastic anaemia), ପାଇରିଡକ୍ସିନ-ଡିପେଣ୍ଡେଣ୍ଟ ଏପିଲେପ୍ସି (pyridoxine-dependent epilepsy), କେତେକ ମେଟାବୋଲିକ ଡିଜଅର୍ଡ଼ର (metabolic disorders), ଆସୋନିଆଜିଡ (isoniazid) ସମସ୍ୟା ଓ ଛତୁ ବିଷକ୍ରିୟା (mushroom poisoning) । [][] ଏହା ପାଟିରେ ବା ଇଞ୍ଜେକସନ ଆକାରରେ ଦିଆଯାଏ ।[]

Quick facts Clinical data, Synonyms ...

ପାଇରିଡକ୍ସିନ ଦେହରେ ଉତ୍ତମରୂପେ ସ‌ହ୍ୟ କରିହୁଏ । ବେଳେବେଳେ ମୁଣ୍ଡବଥା, କାଲୁଆ ଅନୁଭବ ଓ ନିଦୁଆ ଆଦି ପ୍ରତିକ୍ରିୟା ହୋଇପାରେ । ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ସାଧାରଣ ମାତ୍ରାରେ ନେଲେ ଏହା ନିରାପଦ ରହେ । ପାଇରିଡକ୍ସିନ ଏକ ଭିଟାମିନ ବି/ଜୀବସାର ଖ ଶ୍ରେଣୀର ଭିଟାମିନ । ଶରୀରରେ ଆମିନୋ ଏସିଡ (amino acids), ଶ୍ୱେତସାର (carbohydrates) ଓ ଲିପିଡ (lipids) ତିଆରି କରିବାରେ ପାଇରିଡକ୍ସିନ ଆବଶ୍ୟକ ହୁଏ । [] ଫଳ (fruit), ପନିପରିବା (vegetables) ଓ ଶସ୍ୟମାନଙ୍କରେ (grain) ଏହାର ଉତ୍ସ ଥାଏ ।[]

ସନ ୧୯୩୪ରେ ପାଇରିଡକ୍ସିନ ଆବିଷ୍କୃତ ହୋଇଥିଲା, ସନ ୧୯୩୪ରେ ପୃଥକ କରାଯାଇଥିଲା ଓ ସନ ୧୯୩୯ରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ।[][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର କ୍ରୟ ମୂଲ୍ୟ ୦.୫୯ରୁ ୩.୫୪ ଆମେରିକୀୟ ଡଲାର ।[] ଅନେକ ଦେଶମାନଙ୍କରେ ଖାଦ୍ୟରେ (breakfast cereal) ଏହା ମିଶେଇ ଦିଆଯାଏ । []

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads