ଭଲଭ୍ୟୁଲସ

From Wikipedia, the free encyclopedia

ଭଲଭ୍ୟୁଲସ
Remove ads

ଭଲଭ୍ୟୁଲସ ନାମ ଦିଆଯାଏ ଯେତେବେଳେ ଅନ୍ତନଳୀ ଓ ମେସେଣ୍ଟେରି ନିଜେ ନିଜ ଚାରିପଟେ ଗୁଡ଼େଇ ହୋଇଯିବାଦ୍ୱାରା ଖାଦ୍ୟନଳୀ ଅବରୋଧ (bowel obstruction) ହୁଏ ।[] ଲକ୍ଷଣ: ଉଦର ଯନ୍ତ୍ରଣା (abdominal pain), ପେଟ ଫୁଲା (abdominal bloating|), ବାନ୍ତି, କୋଷ୍ଠକାଠିନ୍ୟ (constipation), ଓ ଝାଡ଼ାରେ ରକ୍ତ (bloody stool.)ପଡ଼େ ।[][] ଲକ୍ଷଣ ଆରମ୍ଭ ଦୃତ ବା ଧୀର ହୋଇପାରେ ।[] ମେସେଣ୍ଟେରି ଗୁଡ଼େଇ ହୋଇଯିବାଦ୍ୱାରା ରକ୍ତନଳୀ ଚିପି ହୋଇ ଅନ୍ତନଳୀକୁ ରକ୍ତ ସରବରାହ ବନ୍ଦ ହୋଇଯାଏ ।[] ଏହା ଫଳରେ ଜ୍ୱର ବା ପେରିଟୋନାଇଟିସ ହୋଇପାରେ ।[]

Quick Facts ଭଲଭ୍ୟୁଲସ, ବିଭାଗ ...

କେତେକ ସଙ୍କଟ ଜନ‌କ କାରକ: ଜନ୍ମଗତ ତୃଟି (birth defect) ମଧ୍ୟରେ ଅନ୍ତନଳୀ ମାଲରୋଟେସନ (intestinal malrotation), ବୃହତ ଅନ୍ତନଳୀ (colon), ହିରସ୍ପ୍ରଙ୍ଗ ଡିଜିଜ (Hirschsprung disease), ଗର୍ଭାବସ୍ଥା ଓ ଆବଡୋମିନାଲ ଆଡ‌ହେସନ (abdominal adhesion) ।[] ଦୀର୍ଘକାଳୀନ କୋଷ୍ଠକାଠିନ୍ୟ ଓ ଅଧିକ ଫାଇବର ଯୁକ୍ତ ଖାଦ୍ୟ ଖାଇଲେ ମଧ୍ୟ ଏହି ସଙ୍କଟ ଜାତ ହୁଏ ।[] ଅନ୍ତନଳୀର ସର୍ବାଧିକ ପ୍ରଭାବିତ ଅଂଶ ହେଉଛି ସିଗମଏଡ କୋଲୋନ (sigmoid colon) ଓ ତା'ପରେ ସିକମ (cecum) । [] ପିଲାଙ୍କର କ୍ଷୁଦ୍ରାନ୍ତ୍ର ଅଧିକ ପ୍ରଭାବିତ ହୁଏ ।[] ପାକସ୍ଥଳୀ ମଧ୍ୟ ପ୍ରଭାବିତ ହୋଇପାରେ ।[] ସାଧାରଣ ଏକ୍ସ‌-ରେ, ଜିଆଇ ସିରିଜ (GI series) ବା ସିଟି ସ୍କାନ (CT scan) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । []

ସିଗମଏଡ କୋଲୋନ ଭଲଭ୍ୟୁଲସ ଥିଲେ ପ୍ରାରମ୍ଭିକ ଭାବରେ ସିଗମଏଡୋସ୍କୋପି (sigmoidoscopy) ଓ ବେରିଅମ ଏନିମା (barium enema) ଦେଇ ଚିକିତ୍ସା ଆରମ୍ଭ କରାଯାଏ । ଅଧିକ ପୁନରାବୃତ୍ତି ସଙ୍କଟ ଥିବାରୁ ଦୁଇ ଦିନ ମଧ୍ୟରେ ବାୱେଲ ରିସେକସନ ଅପରେଶନ କରିବାକୁ ସାଧାରଣତଃ ସୁପାରିସ କରାଯାଏ ।[] ଅନ୍ତନଳୀ ଅତ୍ୟଧିକ ମୋଡ଼ିହୋଇଥିଲେ ତୁରନ୍ତ ଅପରେଶନ ଆବଶ୍ୟକ ହୁଏ ।[] ସିକମରେ ଭଲଭ୍ୟୁଲସ ହୋଇଥିଲେ ଅପରେଶନ କରି ସେହି ଅଂଶ କାଢ଼ିଦିଆଯାଏ ।[] ସିକମ ଭଲ ଥିଲେ ତାକୁ ନିଜ ପୋଜିସନ‌କୁ ଆଣି ସିଲେଇ କରିଦିଆଯାଏ ।[][]

ଖ୍ରୀ:ପୂ: ୧୫୫୦ରେ ଭଲଭ୍ୟୁଲସ ବିଷୟରେ ପୁରାତନ ମିଶରରେ ବର୍ଣ୍ଣନା କରାଯାଇଥିଲା । ଅଧିକ ସଂଖ୍ୟାରେ ଏହି ରୋଗ ଆଫ୍ରିକା, ମଧ୍ୟ ପୂର୍ବ (Middle East) ଓ ଭାରତରେ ହୁଏ ।[] ବାର୍ଷିକ ଏକ ଲକ୍ଷ ଲୋକରେ ୨-୩ ଜଣଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଆକ୍ରମଣ କରେ ।[][] ସିଗମଏଡ ଓ ସିକମ ଭଲଭ୍ୟୁଲସ ୩୦ରୁ ୭୦ ବର୍ଷ ବୟସ ମଧ୍ୟରେ ହୁଏ ।[][] ଗାଙ୍ଗ୍ରିନ ହୋଇ ତନ୍ତୁ ମୃତ୍ୟୁ ହେବା ନ ହେବା ଉପରେ ଏହାର ଫଳାଫଳ ନିର୍ଭର କରେ ।[] ଲାଟିନ ଭାଷାର ଭୋଲଭିଅର ("volvere") ଶବ୍ଦରୁ ଭଲଭ୍ୟଲସ ଶବ୍ଦ ଆସିଛି ଯାହାର ଅର୍ଥ ଗୁଡ଼େଇ ହେବା । []

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads