ଏମିଓଡାରୋନ
From Wikipedia, the free encyclopedia
Remove ads
ଏମିଓଡାରୋନ (ଇଂରାଜୀ ଭାଷାରେ Amiodarone) ଏକ ପ୍ରକାର ହୃତ୍ ଅତାଳରୋଧୀ ଔଷଧ (antiarrhythmic medication) ଯାହା ବିଭିନ୍ନ ପ୍ରକାରର ଅନେକ ଗୁଡ଼ିଏ ହୃତ ଅତାଳ (irregular heartbeat) ରୋଗମାନଙ୍କର ଚିକିତ୍ସା ଓ ପ୍ରତିଷଧ ନିମନ୍ତେ ବ୍ୟବହାର କରାଯାଏ ।[୧] ଏହି ରୋଗମାନଙ୍କ ମଧ୍ୟରେ ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ, ଭେଣ୍ଟ୍ରିକୁଲାର ଫିବ୍ରିଲେସନ, ଆଟ୍ରିଆଲ ଫିବ୍ରିଲେସନ, ପାରୋକ୍ସିସମାଲ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ଓ ୱାଇଡ କମ୍ପ୍ଲେକ୍ସ ଟାକିକାର୍ଡ଼ିଆ (wide complex tachycardia) ଅନ୍ତର୍ଭୁକ୍ତ । ଏହି ଔଷଧ ପାଟିରେ, ଶିରାଭ୍ୟନ୍ତରରେ (intravenously) ବା ଅସ୍ଥି ମଧ୍ୟରେ (intraosseously) ଦିଆଯାଇପାରେ । ପାଟିରେ ଦେଲେ ଔଷଧର ପ୍ରଭାବ ଆସିବାକୁ କିଛି ସପ୍ତାହ ଲାଗେ । [୧]
ଏହାର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା: ଥକ୍କା ଅନୁଭବ, କମ୍ପନ (tremor), ଅଇ ଓ କୋଷ୍ଠକାଠିନ୍ୟ । ଏହାର ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଥିବାରୁ ମୂଖ୍ୟତଃ ଉଲ୍ଲେଖନୀୟ ଭେଣ୍ଟ୍ରିକୁଲାର ଆରିଦମିଆ ରୋଗରେ ଦେବାକୁ ସୁପାରିସ କରାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା: ଫୁସଫୁସରେ ଇଣ୍ଟରସ୍ଟିସିଆଲ ନିମୋନାଇଟିସ (interstitial pneumonitis), ଯକୃତ ସମସ୍ୟା (liver problems), ହୃତ୍ ଅତାଳ, ଦୃଷ୍ଟି ସମସ୍ୟା, ଥାଇରଏଡ ସମସ୍ୟା (thyroid problems) ଓ ମୃତ୍ୟୁ । ଗର୍ଭାବସ୍ଥାରେ ବା ସ୍ତନ୍ୟପାନ ସମୟରେ ଏହି ଔଷଧ ଗ୍ରହଣ କଲେ ଶିଶୁର ସମସ୍ୟା ହୋଇପାରେ । ଏହା ଏକ ତୃତୀୟ ଶ୍ରେଣୀର ଅତାଳରୋଧୀ ଔଷଧ । ହୃତ୍ ସ୍ପନ୍ଦନ ଥରେ ହେବାପରେ ଆଉଥରେ ହେବା ନିମନ୍ତେ ଯେଉଁ ସମୟ ବ୍ୟବଧାନ ଆବଶ୍ୟକ ହୁଏ, ଏହି ଔଷଧ ସେହି ସମୟକୁ ବଢ଼େଇଦିଏ ।[୧]
ଏମିଓଡାରୋନ ପ୍ରଥମେ ସନ ୧୯୬୧ରେ ତିଆରି ହୋଇଥିଲା ଓ ୧୯୬୨ରେ ଆଞ୍ଜାଇନା (chest pain believed to be related to the heart) ରୋଗରେ ଡାକ୍ତରୀ ବ୍ୟବହାର କରାଗଲା ।[୨] ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏହା ସନ ୧୯୬୭ରେ ପ୍ରତ୍ୟାହାର କରିଦିଆଯାଇଥିଲା । ସନ ୧୯୭୪ରେ ଆରିଦମିଆ ରୋଗମାନଙ୍କରେ ଏହା ଫଳପ୍ରଦ ହେବା ଜଣାଯିବାରୁ ପୁନର୍ବାର ଆରମ୍ଭ କରାଗଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ ଏହାର ହୋଲସେଲ ମୂଲ୍ୟ ସନ ୨୦୧୪ରେ ଦୈନିକ ପ୍ରାୟ ୦.୦୬ରୁ ୦.୨୬ ଆମେରିକୀୟ ଡଲାର ଥିଲା ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ହୁଏ ।[୬]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads