ବ୍ରୋମୋକ୍ରିପ୍ଟାଇନ
ଏହା ଏକ ଔଷଧ ଯାହା ପ୍ରୋଲାକ୍ଟିନୋମା, ପାର୍କିନ୍ସନ୍ ରୋଗ, ଆକ୍ରୋମାଗାଲି, ନ୍ୟୁରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ From Wikipedia, the free encyclopedia
Remove ads
ବ୍ରୋମୋକ୍ରିପ୍ଟାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ପାର୍ଲୋଡେଲ୍, ଏକ ଔଷଧ ଯାହା ପ୍ରୋଲାକ୍ଟିନୋମା, ପାର୍କିନ୍ସନ୍ ରୋଗ, ଆକ୍ରୋମାଗାଲି, ନ୍ୟୁରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ଡ୍ରୋମ ରୋଗମାନଙ୍କ ଚିକିତ୍ସା ଏବଂ ଦୁଗ୍ଧ ଉତ୍ପାଦନ ବନ୍ଦ କରିବା ପାଇଁ ବ୍ୟବହୃତ ହୁଏ । [୨] [୩] ଏହା ଟାଇପ୍-୨ ମଧୁମେହରେ ମଧ୍ୟ ବ୍ୟବହୃତ ହୋଇପାରେ ।[୪] ଏହା ପାଟିରେ ଦିଆଯାଏ । [୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମୁଣ୍ଡବିନ୍ଧା, ଥକାପଣ, ମୁଣ୍ଡ ବୁଲାଇବା, କୋଷ୍ଠକାଠିନ୍ୟ ଏବଂ ନିଦ୍ରା ଅନ୍ତର୍ଭୁକ୍ତ । [୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଏବଂ ପେରିକାର୍ଡିଆଲ୍ ଇଫ୍ୟୁଜନ୍, ଦ୍ୱନ୍ଦ୍ୱ ହୋଇପାରେ । [୬] ଶିଶୁର କୌଣସି ଅନିଷ୍ଟ ନକରି ଏହାକୁ ଅନେକ ଗର୍ଭବତୀ ମହିଳା ବ୍ୟବହାର କରିଛନ୍ତି। [୭] ଏହା ଡୋପାମାଇନ୍ ରିସେପ୍ଟରଗୁଡ଼ିକୁ ସକ୍ରିୟ କରି ଓ ପ୍ରୋଲାକ୍ଟିନ୍ ନିଷ୍କାସନ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ । [୨]
ବ୍ରୋମୋକ୍ରିପ୍ଟାଇନ୍ ୧୧୯୬୮ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୭୫ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [୮] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୨] ଯୁକ୍ତରାଜ୍ୟରେ ମିଗ୍ରାର ୩୦ଟି ବଟିକାର ୨୦୨୧ ସୁଦ୍ଧା ମୂଲ୍ୟ ୭୫ ପାଉଣ୍ଡ । [୫] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୩୦ ଡଲାର । [୯]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads