ଡିସୋସିଏଟିଭ ଆଇଡେଣ୍ଟିଟି ଡିଜଅର୍ଡର
ବହୁବ୍ୟକ୍ତିତ୍ୱ - ଅତି କମ୍ରେ ଦୁଇ ପ୍ରକାର ବ୍ୟକ୍ତିତ୍ୱ From Wikipedia, the free encyclopedia
Remove ads
ଡିସୋସିଏଟିଭ ଆଇଡେଣ୍ଟିଟି ଡିଜଅର୍ଡର (ଇଂରାଜୀ ଭାଷାରେ Dissociative identity disorder ବା DID, ପୂର୍ବ ନାମ ମଲ୍ଟିପ୍ଲ ପର୍ସୋନାଲିଟି ଡିଜଅର୍ଡ଼ର/ multiple personality disorder),[୫] ଏକ ମାନସିକ ବେମାରୀ (mental disorder) ଯେଉଁଥିରେ ଦୁଇଟି ସ୍ୱତନ୍ତ୍ର ବ୍ୟକ୍ତିତ୍ୱ (personality states) ପ୍ରକାଶ ପାଏ ।[୧] ଅନେକ ସମୟରେ କେତେକ ଘଟଣା ମନେରଖିବା ସମସ୍ୟା ହୁଏ trouble remembering certain events ଯାହା ସାଧାରଣ ବିସ୍ମୃତିଠାରୁ ଅଧିକ ହୁଏ ।[୧] ଏହି ଦ୍ୱୈତ ବ୍ୟକ୍ତିତ୍ୱ ପର୍ଯ୍ୟାୟକ୍ରମେ ଦେଖାଦିଏ;[୧] କିନ୍ତୁ ଅସମ ଭାବରେ ପ୍ରକାଶ ପାଏ ।[୩] ଏହା ସହିତ ପୋଷ୍ଟ ଟ୍ରମାଟିକ ସ୍ଟ୍ରେସ ଡିଜଅର୍ଡ଼ର (post traumatic stress disorder), ବର୍ଡ଼ରଲାଇନ ପର୍ସୋନାଲିଟି ଡିଜଅର୍ଡ଼ର (borderline personality disorder), ପ୍ରମୁଖ ଅବସାଦ ବେମାରୀ depression, ସବସ୍ଟାନ୍ସ ମିସୟୁଜ ଡିଜଅର୍ଡ଼ର substance misuse disorder, ଆତ୍ମଘାତୀ (self-harm) ବା ଉଦ୍ବେଗ ଆଦି ବେମାରୀ ସଂଯୁକ୍ତ ହୋଇଥାଇପାରେ ।[୧][୩]
ପିଲାଦିନର ଆଘାତ (childhood trauma) ଯୋଗୁ ଏ ରୋଗ ହେଉଥିବା ବିଶ୍ୱାସ କରାଯାଏ ।[୨] ପ୍ରାୟ ୯୦% ରୋଗୀଙ୍କ କ୍ଷେତ୍ରରେ ବାଳ ଶୋଷଣ (abuse in childhood) ଯୋଗୁ ଓ ଅନ୍ୟମାନଙ୍କର ଯୁଦ୍ଧ ଅନୁଭବ ବା ସ୍ୱାସ୍ଥ୍ୟ କାରଣରୁ ହୁଏ ।[୧] ଜେନେଟିକ କାରଣର ମଧ୍ୟ ଭୂମିକା ଥିବା ଜଣାଯାଏ ।[୩] ଅନ୍ୟ ହାଇପୋଥେସିସ ଅନୁସାରେ ହିପନୋସିସର (hypnosis) ଉପଜାତ (by-product of techniques employed by some therapists) ଯୋଗୁ ହୁଏ ।[୩][୬] ରୋଗ ନିର୍ଣ୍ଣୟ କରିବା ପୂର୍ବରୁ ସମାନ ଧରଣର ଲକ୍ଷଣ ପ୍ରକାଶ କରୁଥିବା ରୋଗ ଯେପରିକି ମାଦକ ଦ୍ରବ୍ୟ ସେବନ substance abuse, ଅପସ୍ମାର ବାତ (seizure), ଧାର୍ମିକ ଅଭ୍ୟାସ (religious practice) ଓ କଳ୍ପନାଶୀଳ (imaginative) ଖେଳ ଇତ୍ୟାଦି ବିଷୟ ଚିନ୍ତାକରିବେ ।[୧]
ସହାୟକ ଯତ୍ନ (Supportive care) ଓ ମାନସିକ ଚିକିତ୍ସା (counselling)ର ସାହାଯ୍ୟ ନେଇ ଏହି ରୋଗର ଚିକିତ୍ସା କରାଯାଏ ।[୨] ସାଧାରଣତଃ ଏ ରୋଗ ବିନା ଚିକିତ୍ସାର ଲାଗିରହେ ।[୨][୭] ଜନସଂଖ୍ୟାର ପ୍ରାୟ ୨% ଲୋକ ଏ ରୋଗର ଶିକାର ହୁଅନ୍ତି ଓ ଡାକ୍ତରଖାନାରେ ଆଡମିଶନ ହେଉଥିବା ମାନସିକ ରୋଗୀଙ୍କର ପ୍ରାୟ ୩% ଏହି ରୋଗୀ ଥାଆନ୍ତି (Europe and North America) ।[୪] ପୁରୁଷଙ୍କ ଅପେକ୍ଷା ୬ ଗୁଣ ଅଧିକ ମହିଳାମାନେ ଆକ୍ରାନ୍ତ ହୋଇଥାଆନ୍ତି ।[୩] ବିଂଶ ଶତାବ୍ଦୀର (20th century) ଉତ୍ତରାର୍ଦ୍ଧରେ ଏଭଳି ରୋଗୀ ସଂଖ୍ୟା ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି ।[୩]
ଉଭୟ ନ୍ୟାୟିକ ଓ ମାନସିକ ରୋଗ (psychiatry) କ୍ଷେତ୍ରରେ ଏହି ଡିଆରଡି ରୋଗ ବିବାଦାସ୍ପଦ ହୋଇ ରହିଛି ।[୩][୬] କୋର୍ଟରେ ଏହା କ୍ୱଚିତ ଏହା ପାଗଳାପଣର ପ୍ରତିବାଦୀ (insanity defense) ହୋଇ ସଫଳ ହୋଇଛି ।[୮][୯] ଉନ୍ନତ ଚିହ୍ନଟ ଯୋଗୁ ଅଥବା ମିଡିଆ ଯୋଗୁ ଏହାର ସଂଖ୍ୟା ବଢ଼ିବା ଭଳି ଜଣାଯାଉଛି, ସେ ପ୍ରଶ୍ନ ଅସମାହିତ ରହୁଛି ।[୩] ଅଧିକାଂଶ ରୋଗୀ ଅଳ୍ପ କେତେକ ଚିକିତ୍ସକଦ୍ୱାରା ଚିହ୍ନଟ ହେଉଥିବାରୁ ଏହା ଥେରାପିଦ୍ୱାରା ହୋଇପାରେ ବୋଲି ସନ୍ଦେହ ଆସୁଛି ।[୩] ଉପସ୍ଥାପିତ ଲକ୍ଷଣରେ ମଧ୍ୟ ବହୁତ ଫରଖ ଆସୁଥିବା ଜଣାଯାଏ ଯାହା ମିଡିଆର ଉପସ୍ଥାପନ ଯୋଗୁ ହୋଇପାରେ । [୩]
Remove ads
ଆଧାର
ବାହ୍ୟ ଲିଙ୍କ
Wikiwand - on
Seamless Wikipedia browsing. On steroids.
Remove ads