ଏପିଡିଡାଇମାଇଟିସ

From Wikipedia, the free encyclopedia

ଏପିଡିଡାଇମାଇଟିସ
Remove ads

ଏପିଡିଡିମାଇଟିସ (ଇଂରାଜୀ ଭାଷାରେ Epididymitis ଏକ ବେମାରୀ ଯେଉଁଥିରେ ଏପିଡିଡିମିସର ପ୍ରଦାହ ହୁଏ ।[] ଦିନେ ଦୁଇ ଦିନ ମଧ୍ୟରେ ଯନ୍ତ୍ରଣା ଆରମ୍ଭ ହୋଇଯାଏ ।[] ନୁଷ୍କ‌କୁ ଟେକିଦେଲେ ଯନ୍ତ୍ରଣା କମିଯାଏ । [] ମୁଷ୍କ ବା ଟେସ୍ଟିକ୍ଲର ([:en:[testicle|]]) ପଛ ପାଖରେ ଯନ୍ତ୍ରଣା, ଫୁଲା, ମୂତ୍ର ତ୍ୟାଗ ସମୟରେ ଜ୍ୱାଳା (burning with urination), ବାରମ୍ବାର ମୂତ୍ର ତ୍ୟାଗ ଇତ୍ୟାଦି ଲକ୍ଷଣ ମଧ୍ୟ ଦେଖାଯାଏ ।[] ଏହି ରୋଗ ସ‌ହିତ ଓରକାଇଟିସ ବା ମୁଷ୍କ ପ୍ରଦାହ (Inflammation of the testicle) ସାଧାରଣତଃ ଥାଏ []

Quick facts ଏପିଡିଡିମାଇଟିସ (Epididymitis), ଉଚ୍ଚାରଣ ...

ଯୌନ କ୍ରିୟାଶୀଳ ଯୁବକମାନଙ୍କର ଅନ୍ତର୍ନିହିତ କାରଣ ଗନରିଆକ୍ଲାମିଡିଆ ସଂକ୍ରମଣ ହୋଇପାରେ ।[] ବୟସ୍କ ପୁରୁଷ ଓ ସମଲିଙ୍ଗୀ ପୁରୁଷଙ୍କର (males who have sex with males) ଏଣ୍ଟେରିକ ଜୀବାଣୁ (enteric bacteria) ଥାଇପାରନ୍ତି ।[] ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରିହୁଏ ।[] ଅନୁରୂପ ଲକ୍ଷଣ ଦେଖାଉଥିବା ଅନ୍ୟାନ୍ୟ ରୋଗମାନଙ୍କ ନାମ ଯଥାକ୍ରମେ ଟିସ୍ଟିକୁଲାର ଟରସନ (Testicular torsion), ଇଙ୍ଗୁଇନାଲ ହାର୍ନିଆ (inguinal hernia), ଟେସ୍ଟିକୁଲାର କର୍କଟ (testicular cancer), ଅର୍କାଇଟିସ (orchitis) ।[] ନିର୍ଣ୍ଣୟ ଅସ୍ପଷ୍ଟ ହେଉଥିଲେ ଅଲଟ୍ରାସାଉଣ୍ଡ (ultrasound କରାଯାଏ ।[]

ଯନ୍ତ୍ରଣା ନିରୋଧୀ ଔଷଧ (Pain medications) ଓ ଆଣ୍ଟିବାୟୋଟିକ (antibiotics) ଦିଆଯାଏ, ମୁଷ୍କ‌କୁ ଉର୍ଦ୍ଦ୍ୱକୁ ଟେକିଦେଲେ ଆରାମ ଲାଗେ ।[] ଯୌନ କ୍ରିୟାଶୀଳ ଯୁବକମାନଙ୍କୁ ସେଫଟ୍ରାଇଆକ୍ସୋନଡକ୍‌ସିସାଇକ୍ଲିନ ଆଦି ଆଣ୍ଟିବାୟୋଟିକ ଦିଆଯାଏ ।[] ବୟସ୍କ ଲୋକମାନଙ୍କୁ ଓଫ୍ଲୋକ୍ସାସିନ ଦିଆଯାଏ ।[] କେଶ ଜଟିଳ ହେଲେ ବନ୍ଧ୍ୟାତ୍ୱ (infertility) ଓ କ୍ରନିକ ଯନ୍ତ୍ରଣା (chronic pain) ହୁଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ସାଧାରଣତଃ ବର୍ଷକୁ ୧୫ରୁ ୩୫ ବର୍ଷ ବୟସର ୬୦୦,୦୦୦ ଲୋକଙ୍କୁ ଏ ରୋଗ ହୁଏ ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads