ଗ୍ରାସନଳୀ ଛିଦ୍ର

ଏହି ରୋଗରେ ଗ୍ରାସନଳୀରେ ଆଂଶିକ ବା ସମ୍ପୁର୍ଣ୍ଣ ଛିଦ୍ର ଥାଏ । From Wikipedia, the free encyclopedia

ଗ୍ରାସନଳୀ ଛିଦ୍ର
Remove ads

ଗ୍ରାସନଳୀ ଛିଦ୍ର ବା ଏସୋଫେଜିଆଲ ରପଚର, ଅନ୍ୟ ନାମ ବୋରହାଭ୍ ସିଣ୍ଡ୍ରୋମ୍ ମଧ୍ୟ କୁହାଯାଏ, ରୋଗରେ ଗ୍ରାସନଳୀ କାନ୍ଥରେ ସମ୍ପୂର୍ଣ୍ଣ ଭାବେ ଛିଦ୍ର ହୋଇଥାଏ ।[] ଏହାର ଲକ୍ଷଣରେ ସାଧାରଣତଃ ଛାତି ଯନ୍ତ୍ରଣା ହୁଏ । [] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଅଣନିଶ୍ୱାସ, ଜ୍ୱର ଏବଂ ଗିଳିବାରେ ଅସୁବିଧା ହୋଇପାରେ । [] ଜଟିଳତାରେ ମେଡିଆଷ୍ଟାଇନମ ପ୍ରଦାହ ଏବଂ ସେପସିସ୍ ଅନ୍ତର୍ଭୁକ୍ତ ହୋଇପାରେ । [] []

Quick facts ବିଭାଗ, ଲକ୍ଷଣ ...

ଏହାର କାରଣଗୁଡ଼ିକ ହେଉଛି ଐଣ୍ଡୋସ୍କୋପି, ଆଘାତ, ତୀବ୍ର କ୍ଷୟକାରୀ ପଦାର୍ଥ ଭୋଜନ, ବାନ୍ତି, ବାତ, ପେଟରେ ଆଘାତ, ସଙ୍କୁଚିତ ବାୟୁ ଆଘାତ ଏବଂ ପ୍ରସବ । [] [] ଅଧିକାଂଶ କ୍ଷେତ୍ରରେ ଗ୍ରାସନଳୀ ସ୍ୱାଭାବିକ ଥିବାବେଳେ ଏହାର ପ୍ରଦାହ ଏବଂ ଘାଆ ବିପଦର କାରଣ ଅଟେ । [] ଅନ୍ୟାନ୍ୟ ବିପଦ କାରଣଗୁଡ଼ିକ ହେଉଛି ମଦ୍ୟପାନ ଏବଂ ଅତ୍ୟଧିକ ଖାଇବା । [] ଛାତି ଏକ୍ସ-ରେ, ସିଟି ସ୍କାନ ବା ଏଣ୍ଡୋସ୍କୋପି କରି ରୋଗ ନିର୍ଣ୍ଣୟ କରାଯାଇପାରେ । [] ହୃତ୍‌ପିଣ୍ଡ ସ୍ପନ୍ଦନ ଶବ୍ଦ ସ‌ହିତ ଏକ ଫଟା ଶବ୍ଦ ଶୁଣାଯାଇପାରେ । [୧୦]

ଶିରାଭ୍ୟନ୍ତର ତରଳ ପଦାର୍ଥ, ପାଇପେରାସିଲିନ୍/ତାଜୋବ୍ୟାକ୍ଟାମ ଭଳି ଆଣ୍ଟିବାୟୋଟିକ ଏବଂ ନିମ୍ନ ଭାଗର ଗ୍ରାସନଳୀ ଜଡିତ ହେଲେ ଅସ୍ତ୍ରୋପଚାର ଚିକିତ୍ସା କରାଯାଏ । [୧୦] ମୃତ୍ୟୁ ହେବାର ଆଶଙ୍କା ଅଧିକ ଏବଂ ଚିକିତ୍ସା ବିନା ଲୋକମାନେ କିଛି ଦିନ ମଧ୍ୟରେ ମରିପାରନ୍ତି ।[] [] ମଧ୍ୟ ଏବଂ ଉପର ଗ୍ରାସନଳୀର କିଛି ଆଘାତ ଅସ୍ତ୍ରୋପଚାର ବିନା ପରିଚାଳିତ ହୋଇପାରେ । [] ପ୍ରାଥମିକ ରୋଗ ନିର୍ଣ୍ଣୟ ଫଳାଫଳକୁ ଉନ୍ନତ କରିଥାଏ । []

ଗ୍ରାସନଳୀ ଛିଦ୍ର ବିରଳ ଅଟେ । [] ଏହି ଅବସ୍ଥା ପ୍ରଥମେ ଅଷ୍ଟାଦଶ ଶତାବ୍ଦୀର ଚିକିତ୍ସକ ହରମାନ ବୋରହାଭ ଦସ୍ତାବିଜ କରିଥିଲେ, ଓ ତାଙ୍କ ନାମାନୁସାରେ ରୋଗର ନାମକରଣ କରାଯାଇଥିଲା। [୧୧] [୧୨] କେତେକ ବ୍ୟକ୍ତି ଅନ୍ତସ୍ଥ ଗ୍ରାସନଳୀ ଚାପ ଥିବା କାରଣରୁ କେବଳ “ବୋରହାଭ” ଶବ୍ଦ ବ୍ୟବହାର କରନ୍ତି । [] ଏହାର ଏକ କମ୍ ଗୁରୁତର ଅବସ୍ଥାକୁ ମାଲୋରି-ୱେସ ସିଣ୍ଡ୍ରୋମ କୁହାଯାଏ ଯେଉଁଥିରେ କେବଳ ମ୍ୟୁକୋସାରେ ଛିଦ୍ର ଥାଏ । [୧୩]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads