ହାଇଡ୍ରୋକୋଡୋନ
ହାଇଡ୍ରୋକୋଡୋନ ଏକ ଅଫିମ ଜାତୀୟ ଔଷଧ ଯାହା ଦିର୍ଘକାଳୀନ ଅବ୍ୟକ୍ତ ଯନ୍ତ୍ରଣାର ଚିକିତ୍ସା ନିମନ୍ତ ବ୍ୟବହୃତ ହୁଏ, From Wikipedia, the free encyclopedia
Remove ads
ହାଇଡ୍ରୋକୋଡୋନ (ଇଂରାଜୀ ଭାଷାରେ Hydrocodone) ବିକ୍ରୟ ନାମ ହାଇସିଙ୍ଗଲା, ଏକ ଅଫିମ ଜାତୀୟ ଔଷଧ ଯାହା ଦିର୍ଘକାଳୀନ ଅବ୍ୟକ୍ତ ଯନ୍ତ୍ରଣାର ଚିକିତ୍ସା ନିମନ୍ତ ବ୍ୟବହୃତ ହୁଏ, ଯଦି ଅନ୍ୟାନ୍ୟ ପଦକ୍ଷେପ ଯଥେଷ୍ଟ ନୁହେଁ | [୯] [୧୦] ଏହା ବୟସ୍କମାନଙ୍କଠାରେ କାଶ ଉପଶମକାରି ଭାବରେ ମଧ୍ୟ ବ୍ୟବହୃତ ହୁଏ | [୯] ଏହା ପାଟିରେ ଦିଆଯାଏ | [୯]ସାଧାରଣତଃ ଏହାକୁ ଆସେଟାମିନୋଫେନ/ ହାଇଡ୍ରୋକୋଡୋନ୍ କିମ୍ବା ଆଇବୁପ୍ରୋଫେନ/ ହାଇଡ୍ରୋକୋଡୋନ ମିଶ୍ରଣ ଭାବରେ ବିକ୍ରି କରାଯାଏ | [୯] [୧୧] ଏହା ଏକ ଦୀର୍ଘ ସମୟ ଧରି କାମ କରିବା ଔଷଧ ଅଟେ ।[୯]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ବାନ୍ତି, ଏବଂ କୋଷ୍ଠକାଠିନ୍ୟ ଅନ୍ତର୍ଭୁକ୍ତ ।[୯] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବହାର, ନିମ୍ନ ରକ୍ତଚାପ, ବାତ, କ୍ୟୁଟି ବିସ୍ତାର, ଶ୍ୱାସକ୍ରିୟା ଅବସାଦ ଏବଂ ସେରୋଟୋନିନ୍ ସିଣ୍ଡ୍ରୋମ ଦେଖାଯାଇପାରେ ।[୯] ଏହି ଔଷଧର ମାତ୍ରା ଶୀଘ୍ର ହ୍ରାସ କରିଦେଲେ ଓପିଓଏଡ ପ୍ରତ୍ୟାହାର ହୋଇପାରେ ।[୯] ଗର୍ଭଧାରଣ ସମୟରେ କିମ୍ବା ସ୍ତନ୍ୟପାନ କରାଇବା ସାଧାରଣତଃ ସୁପାରିଶ କରାଯାଏ ନାହିଁ | [୧୨] ମୁଖ୍ୟତ ମସ୍ତିଷ୍କ ଏବଂ ମେରୁଦଣ୍ଡରେ ଓପିଓଏଡ ରେସେପ୍ଟର ଗୁଡ଼ିକ ସକ୍ରିୟ କରି ହାଇଡ୍ରୋକୋଡୋନ କାର୍ଯ୍ୟ କରେ ବୋଲି ବିଶ୍ୱାସ କରାଯାଏ | [୯] ହାଇଡ୍ରୋକୋଡୋନ୍ ୧୦ ମିଗ୍ରା ପ୍ରାୟ ୧୦ ମିଗ୍ରା ପାଟିରେ ଦିଆଯାଉଥିବା ମର୍ଫିନ ସହିତ ସମାନ କାର୍ଯ୍ୟକ୍ଷମ | [୧୩]
ହାଇଡ୍ରୋକୋଡୋନ ୧୯୨୩ ମସିହାରେ ପେଟେଣ୍ଟ ହୋଇଥିଲା ଓ ୨୦୧୩ ମସିହାରେ ଆମେରିକାରେ ଦୀର୍ଘକାଳୀନ ଫର୍ମୁଲା ଭାବରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୯] [୧୪] ଆମେରିକାରେ ଏହାର ହୋଲସେଲ୍ ମୂଲ୍ୟ ଏକ ମାତ୍ରା ପ୍ରତି ପ୍ରାୟ ୧୦ରୁ ୩୦ ଡଲାର ୨୦୧୯ ମସିହାରେ ଥିଲା [୧୫] ଆମେରିକାରେ ଏହା ସବୁଠାରୁ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା ଓ ୨୦୧୦ ମସିହାର ପୃଥିବୀରରେ ବ୍ୟବହୃତ ୯୯% ଔଷଧ ଏଠାରେ ଗ୍ରାସ ହେଉଥିଲା ।[୧୬] ୨୦୧୭ ମସିହାର ଏହା ଯୁକ୍ତରାଷ୍ଟ୍ରର ୧୧୮ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଛଅ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା ।[୧୭] [୧୮] ଏହା ଓପିଅମ ପପିରୁ କୋଡ଼ିନ ତିଆରି ହେବାପରେ ପରିବର୍ତ୍ତନ କରାଯାଇ ତିଆରି ହେଉଛି ।[୧୯]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads
