ହାଇପରକାଲେମିଆ

From Wikipedia, the free encyclopedia

ହାଇପରକାଲେମିଆ
Remove ads

ହାଇପରକାଲେମିଆ (ଇଂରାଜୀ ଭାଷାରେ Hyperkalemia, ବା hyperkalaemia) ଶବ୍ଦଟି ରକ୍ତରେ ପୋଟାସିଅମ (potassium ବା K+) ସ୍ତର ଅଧିକ ଥିଲେ ବ୍ୟବ‌ହାର କରାଯାଏ [] ସାଧାରଣ ପଟାସିଅମ ସ୍ତର ୩.୫ରୁ ୫.୦ ମିମୋ/ଲି ଥାଏ ଓ ୫.୫ ମିମୋ/ଲିରୁ ଅଧିକ ଥିଲେ ହାଇପରକାଲେମିଆ ଥିବା କୁହାଯାଏ ।[][] ଏଥିରେ ସ୍ୱାଭାବିକ ଭାବରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[] ବେଳେବେଳେ ପଟାସିଅମ ସ୍ତର ଅତ୍ୟଧିକ ହେଲେ ପାଲପିଟେସନ (palpitations), ପେଶୀ ଯନ୍ତ୍ରଣା (muscle pain), ପେଶୀ ଦୁର୍ବଳତା ଓ କାଲୁଆ (numbness) ଅନୁଭବ ହୁଏ ।[][] ଅନିୟମିତ ହୃତ୍ ସ୍ପନ୍ଦନ ହୋଇପାରେ ଓ ଏହା ଫଳରେ ହୃଦ୍‌ରୋଧ ଓ ମୃତ୍ୟୁ ହୁଏ ।[][]

Quick facts ହାଇପରକାଲେମିଆ, ବିଭାଗ ...

ବୃକ୍‌କ ଅକର୍ମଣ୍ୟ (renal failure), ହାଇପୋଆଲଡୋସ୍ଟିରୋନିଜ୍ମ (hypoaldosteronism) ଓ ରାବଡୋମାୟୋଲାଇସିସ (rhabdomyolysis) ରୋଗମାନଙ୍କରେ ଏହି ହାଇପରକାଲେମିଆ ଅବସ୍ଥା ଉପୁଜେ ।[] କେତେକ ଔଷଧ ବ୍ୟବ‌ହାର କଲେ ମଧ୍ୟ ଏହି ହାଇପରକାଲେମିଆ ହୋଇପାରେ ଯଥା:- ସ୍ପାଇରୋନୋଲାକ୍ଟୋନ, ଏନଏସଏଆଇଡି (NSAIDs) ଓ ଆଞ୍ଜିଓଟେନସିନ କନଭର୍ଟିଙ୍ଗ ଏଞ୍ଜାଇମ ଇନହିବିଟର (angiotensin converting enzyme inhibitor) ।[] ହାଇପରକାଲେମିଆକୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇଥାଏ ଯଥା:- ସାମାନ୍ୟ (୫.୫-୫.୯ ମିମୋ/ଲି), ମଧ୍ୟମ (୬.୦-୬.୪ ମିମୋ/ଲି) ଓ ସାଂଘାତିକ (>୬.୫ ମିମୋ/ଲି).[] ରକ୍ତରେ ସ୍ତର ଅଧିକ ହେଲେ ଇସିଜିରେ ଚିହ୍ନଟ କରାଯାଇ ପାରିବ ।[] ରକ୍ତ ସାମ୍ପଲ ନେବା ସମୟରେ ବା ତା ପରେ କୋଷଗୁଡ଼ିକ (cell) ନଷ୍ଟ ହୋଇଯିବା ଫଳରେ ପଟାସିଅମ ସ୍ତର ବଢ଼ିପାରେ କିନ୍ତୁ ଏହା ବାସ୍ତବ ନୁହେଁ, ତେଣୁ ଏହାକୁ ସୁଡୋହାଇପରକାଲେମିଆ କୁହାଯାଏ । [][]

ଯେଉଁ କାରଣରୁ ଏହି ଅବସ୍ଥା ଉତ୍ପନ୍ନ, ତାହାର ଚିକିତ୍ସା ପ୍ରଥମେ ଆରମ୍ଭ କରିବା ସ‌ହ ପ୍ରଚୁର ପରିମାଣର ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids), ଫୁରୋସେମାଇଡ (furosemide), କ୍ୟାଲସିଟୋନିନ (calcitonin) ବା ପାମିଡ୍ରୋନେଟ (pamidronate) ଦିଆଯାଏ ।[][] ଫୁରୋସେମାଇଡ ଉପକାରର ବିଶେଷ ପ୍ରମାଣ ମିଳିନାହିଁ । ଅତି ଅଧିକ ସ୍ତରର ପଟାସିଅମ ଥିଲେ ଡାକ୍ତରଖାନାରେ ଆଡମିଶନ ଆବଶ୍ୟକ ହୁଏ । ଅନ୍ୟାନ୍ୟ ଚିକିତ୍ସାରେ ଉପଶମ ନ ହେଲେ ହେମୋଡିଆଲିସିସ (Hemodialysis) ବ୍ୟବ‌ହାର କରାଯାଇପାରେ । ଭିଟାମିନ ଡି ଟକ୍ସିସିଟି ଥିଲେ ସ୍ଟିରଏଡ ଉପକାରୀ ହୋଇପାରେ । ଏହା ସ‌ହିତ ସାଧାରଣତଃ ହାଇପରକ୍ୟାଲସେମିଆ ଦେଖାଯାଏ । ପ୍ରତି ୧୦୦୦ଲୋକରେ ୧ରୁ ୭ଜଣଙ୍କର ହାଇପରପାରାଥାଇରଏଡିଜ୍ମ ଥାଏ ଓ ୨.୭% ଲୋକଙ୍କର ହାଇପରକ୍ୟାଲସେମିଆ ସ‌ହ କର୍କଟ ରୋଗ ଥାଏ ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads