ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍

From Wikipedia, the free encyclopedia

Remove ads

ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍ (ଆଇବିଏସ) ଏକ ଲକ୍ଷଣ ସମୂହ ଯେଉଁଥିରେ ପେଟ ଯନ୍ତ୍ରଣା, ଅନ୍ତର୍ନିହିତ ଅସୁବିଧା ନ ଥାଇ ମଳ ତ୍ୟାଗ ସମୟର ପରିବର୍ତ୍ତନ ପରିଲକ୍ଷିତ ହୁଏ ।[] ବ‌ହୁତ ସମୟ ଧରି ଏପରିକି ବର୍ଷ ବର୍ଷ ଧରି ଏହି ରୋଗ ଲକ୍ଷଣ ଦେଖାଯାଏ ।[] ରୋଗୀର ତରଳ ଝାଡ଼ା, କୋଷ୍ଠ କାଠିନ୍ୟ, ଉଭୟ ଥିବା ବା କିଛି ନ ଥିବାକୁ ନେଇ ଏହି ରୋଗକୁ ଯଥାକ୍ରମେ ଚାରି ଶ୍ରେଣୀରେ (ଆବିଏସ-ଡି, ଆବିଏସ-ସି, ଆବିଏସ-ଏମ୍ ବା ଆବିଏସ-ୟୁ) ବିଭକ୍ତ କରାଯାଇଛି ।[] ଏହି ରୋଗ ଜୀବନର ମାନ‌କୁ ପ୍ରଭାବିତ କରିବାରୁ କାମ ବା ସ୍କୁଲ ପାଠରେ ବ୍ୟାଘାତ ହୁଏ ।[] ଉତ୍କଣ୍ଠା, ମେଜର ଅବସାଦକ୍ରନିକ୍ ଫ୍ୟାଟିଗ୍ ସିଣ୍ଡ୍ରୋମ୍ ଆଦି ଲକ୍ଷଣ ଆଇବିଏସ୍‌ରେ ଦେଖାଯାଏ ।[][]

Quick facts ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍, ବିଭାଗ ...

ଏହି ରୋଗର କାରଣ ଅଦ୍ୟାବଧି ଅସ୍ପଷ୍ଟ ।[] ବିଭିନ୍ନ ପରିକଳ୍ପନା ଅନୁଯାୟୀ ଅନ୍ତନଳୀ-ମସ୍ତିଷ୍କ ଆକ୍ସିସ୍ ସମସ୍ୟା, କ୍ଷୁଦ୍ରାନ୍ତ୍ର ଜୀବାଣୁ ସଂଖ୍ୟା ଅତିବୃଦ୍ଧି, ଜେନେଟିକ କାରକ, ଖାଦ୍ୟ ସମ୍ଭେଦନଶୀଳତା ଓ ଅନ୍ତନଳୀ ଚଳନ ସମସ୍ୟା ଯୋଗୁ ରୋଗ ହେଉଛି । [] ଅନ୍ତନଳୀ ସଂକ୍ରମଣ ଏହାକୁ ସକ୍ରିୟ କରୁଥାଇପାରେ,[] ବା ଚାପ‌ଯୁକ୍ତ ଜୀବନର ଭୂମିକା ଥାଇପାରେ ।[] ଏହି ରୋଗ ଏକ କାର୍ଯ୍ୟତ୍ମକ ବେମାରୀ ।[] ଚିନ୍ତା ଜନ‌କ ବୈଶିଷ୍ଟ୍ୟ ନ ଥିଲେ ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[] ବୟସ ୫୦ରୁ ଉର୍ଦ୍ଧ୍ୱ, ଓଜନ ହ୍ରାସ, ମଳରେ ରକ୍ତ ଓ ପରିବାରରେ ଏହି ରୋଗ ଇତିହାସ ଥିଲେ ଚିନ୍ତା ଜନ‌କ ଅବସ୍ଥା ବୋଲି ଚିଚାର କରାଯାଏ ।[] ଅନୁରୂପ ଲକ୍ଷଣମାନ ସିଲିଆକ୍ ରୋଗ, ଅଣୁବୀକ୍ଷଣୀୟ କୋଲାଇଟିସ୍, ପ୍ରଦାହସମ୍ପନ୍ନ ଅନ୍ତନଳୀ ରୋଗ, ବାଇଲ ଏସିଡ ମାଲଆବସର୍ପସନ୍, ଓ କୋଲୋନ କର୍କଟ ଇତ୍ୟାଦି ରୋଗମାନଙ୍କରେ ଦେଖାଯାଏ ।[] ଅଦ୍ୟାବଧି ଏହି ରୋଗ ଆରୋଗ୍ୟ ହୁଏ ନାହିଁ ।[] ଲକ୍ଷଣ ଉପସମ ନିମନ୍ତେ ଚିକିତ୍ସା କରାଯାଏ ।[] ଖାଦ୍ୟ ପରିବର୍ତ୍ତନ, ଔଷଧ, ପ୍ରୋବାୟୋଟିକଉପଦେଶ ଇତ୍ୟାଦି ଉପଚାରଦ୍ୱାର ଚିକିତ୍ସା କରାଯାଏ ।[] ଦ୍ରବିଭୁତକ୍ଷମ ଫାଇବର ଥିବା ଖାଦ୍ୟ, ଗ୍ଲୁଟେନ ନ ଥିବା ଖାଦ୍ୟ ଓ କମ୍ ଫରମେଣ୍ଟ ହେଉଥିବା ଓଲିଗୋସାକାରାଇଡ, ଡାଇସାକାରାଇଡ, ମୋନୋସାକାରାଇଡ ଓ ପୋଲ୍ୟୋଲ ଖାଦ୍ୟ (FODMAP) ଦେବା ଆବଶ୍ୟକ ।[][] ତରଳ ଝାଡ଼ା ହେଉଥିଲେ ଲୋପେରାମାଇଡ, କୋଷ୍ଠ କାଠିନ୍ୟ ହେଉଥିଲେ ରେଚକ (laxative) ଦିଆଯାଏ ।[] ଅବସାଦରୋଧୀ ଔଷଧଦ୍ୱାରା ଯନ୍ତ୍ରଣା ଓ ଅନ୍ୟାନ୍ୟ ଲକ୍ଷଣରେ ଉନ୍ନତି ହୁଏ ।[] ଏହି ରୋଗୀର ଯତ୍ନରେ ରୋଗୀକୁ ଶିକ୍ଷାଡାକ୍ତର–ରୋଗୀ ସମ୍ପର୍କର ବ‌ହୁତ ମହତ୍ତ୍ୱ ଅଛି ।[୧୦][]

ବିକଶିତ ଦେଶମାନଙ୍କରେ ପ୍ରାୟ ୧୦ରୁ ୧୫% ଲୋକ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍‌ରେ ପୀଡ଼ିତ ହୁଅନ୍ତି ।[][୧୧] ଦକ୍ଷିଣ ଆମେରିକାରେ ଏହା ସାଧାରଣତଃ ଦେଖାଯାଏ ଓ ଦକ୍ଷିଣପୂର୍ବ ଏସିଆରେ ଅଳ୍ପ ସାଧାରଣ ଭାବେ ଦେଖାଯାଏ ।[] ବୟସ ୪୫ ପୂର୍ବରୁ ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଏହି ରୋଗ ୨ ଗୁଣ ଅଧିକ ହୁଏ । [] ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ଅଳ୍ପ ଦେଖାଯାଏ ।[] ଏହି ରୋଗ ଆୟୁଷ କମାଏ ନାହିଁ ବା ସାଂଘାତିକ ରୋଗ ଦିଗକୁ ଗତି କରାଏ ନାହିଁ ।[୧୨] ଏହି ରୋଗର ପ୍ରଥମ ବର୍ଣ୍ଣନା ସନ ୧୮୨୦ରେ କରାଯାଇଥିଲେ ମଧ୍ୟ ଆଧୁନିକ ନାମ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍ ସନ ୧୯୪୪ରେ ବ୍ୟବ‌ହାର କରାଗଲା ।[୧୩]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads