ମେମ୍ବ୍ରେନସ ନେଫ୍ରୋପାଥି
ମେମ୍ବ୍ରେନସ ନେଫ୍ରୋପାଥି ଏକ ପ୍ରକାର ବୃକ୍କ ରୋଗ । From Wikipedia, the free encyclopedia
Remove ads
ମେମ୍ବ୍ରେନସ ନେଫ୍ରୋପାଥି, ପୂର୍ବ ନାମ ମେମ୍ବ୍ରେନସ ଗ୍ଲୋମେରୁଲୋନେଫ୍ରାଇଟିସ, ଏକ ପ୍ରକାର ବୃକ୍କ ରୋଗ ଯେଉଁଥିରେ ଫେଣଯୁକ୍ତ ପରିସ୍ରା ହୁଏ ଓ ଫୁଲିଯାଏ । [୧] [୨] ବିଗତ ଅନେକ ଦଶନ୍ଧି ମଧ୍ୟରେ ବୃକ୍କ ବିଫଳତା ପ୍ରାୟ ୩୦% ରୋଗୀଙ୍କର ହୋଇଥାଏ । [୧] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟେରଲ ଏବଂ ରକ୍ତ ଜମାଟ ବାନ୍ଧିବା ସମସ୍ୟା ରହିପାରେ । [୧] [୨]
ପ୍ରାୟ ୭୫% କ୍ଷେତ୍ରରେ ଏହାର କାରଣ ଜଣା ପଡ଼ିନଥିବା ବେଳେ ଅନ୍ୟ ୨୫% କ୍ଷେତ୍ରରେ ଏହା ଲୁପସ୍, ହେପାଟାଇଟିସ ବି, ହେପାଟାଇଟିସ ସି, କିଛି ଔଷଧ କିମ୍ବା କର୍କଟ ରୋଗ ଏହାର କାରଣ ହୋଇଥାଏ । [୧] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ବୃକ୍କରେ ଆଇଜିଜି (IgG) ଓ କମ୍ପ୍ଲିମେଣ୍ଟ ସି୩ର (C୩) ଭୂମିକା ଥିବା ସନ୍ଦେହ କରାଯାଏ । [୧] ଏହା ଏକ ପ୍ରକାର ଗ୍ଲୋମେରୁଲାର ରୋଗ । [୨] ମୂତ୍ରରେ ପ୍ରଚୁର ପରିମାଣର ପ୍ରୋଟିନ ବା ପୁଷ୍ଟିସାର ଥିଲେ ଏହି ରୋଗ ସନ୍ଦେହ କରାଯାଏ ଓ ବୃକ୍କ ବାୟୋପ୍ସି କରି ରୋଗ ନିଶ୍ଚିତ କରାଯାଏ ।[୧]
ଏହି ରୋଗକୁ କିପରି ଭଲ ଭାବରେ ଚିକିତ୍ସା କରାଯିବ ତାହା ଅସ୍ପଷ୍ଟ ଅଛି । [୧] କର୍ଟିକୋଷ୍ଟିରଏଡ, ଏସିଇ ଇନହିବିଟର ବା ଏଆରବି (ARB) ବ୍ୟବହାର କରାଯାଇପାରେ | [୧] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ କମ୍ ଲୁଣ ଖାଇବା ଓ ରକ୍ତ ପତଳାକାରୀ ଦ୍ରବ୍ୟ ଉପଯୁକ୍ତ ହୋଇପାରେ । [୨] ପ୍ରାୟ ୨୦ ଲୋକ ବିନା ଚିକିତ୍ସାରେ ସୁସ୍ଥ ହୁଅନ୍ତି। [୧] ବୃକକ୍ ବିଫଳତା ବିକଶିତ ହେଲେ ଡାଏଲିସିସ ବା ବୃକ୍କ ପ୍ରତିରୋପଣ ଆବଶ୍ୟକ ହୋଇପାରେ। [୨]
ମେମ୍ବେନସ ନେଫ୍ରୋପାଥି ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୧ଜଣଙ୍କୁ ପ୍ରଭାବିତ କରିଥାଏ | [୨] ୪୦ରୁ ୬୦ ବର୍ଷ ମଧ୍ୟରେ ଏହି ରୋଗ ଆରମ୍ଭ ହେବା ସାଧାରଣତଃ ଦେଖାଯାଏ। [୨] ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି। [୨] ନେଫ୍ରୋଟିକ ସିଣ୍ଡ୍ରୋମର ଏହା ଦ୍ୱିତୀୟ ସବୁଠାରୁ ସାଧାରଣ କାରଣ, ପ୍ରଥମଟି ମଧୁମେହ ସମ୍ବନ୍ଧୀୟ ବୃକ୍କ ରୋଗ । [୧] ପ୍ରଥମେ ଏହି ଅବସ୍ଥା ବେଲଦ୍ୱାରା ୧୯୪୬ରେ ବର୍ଣ୍ଣନା କରାଯାଇଥିଲା [୩]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads