ପେରିଟୋନିଆଲ ଡିଆଲିସିସ

From Wikipedia, the free encyclopedia

ପେରିଟୋନିଆଲ ଡିଆଲିସିସ
Remove ads

ପେରିଟୋନିଆଲ ଡିଆଲିସିସ (ଇଂରାଜୀ ଭାଷାରେ Peritoneal dialysis ବା PD) ଏକ ପ୍ରକାର ଡିଆଲିସିସ (dialysis) ଯେଉଁଥିରେ ଉଦର (abdomen) ମଧ୍ୟସ୍ଥ ପେରିଟୋନିଅମକୁ (peritoneum) ଏକ ପରଦା ଭଳି ବ୍ୟବ‌ହାର କରାଯାଏ ଯାହା ଭିତର ଦେଇ ତରଳ ପଦାର୍ଥ ଓ ଦ୍ରବିଭୁତ ପଦାର୍ଥମାନଙ୍କର ରକ୍ତ (blood) ସହ ବିନିମୟ ହୁଏ ।[] ଏହା ସାହାଯ୍ୟରେ ଅତ୍ୟଧିକ ତରଳ ପଦାର୍ଥ ବାହାର କରାଯାଏ, ଇଲେକ୍ଟ୍ରୋଲାଇଟ ସମସ୍ୟା (electrolyte problems) ସମାଧାନ କରାଯାଏ ଓ ବୃକ୍‌କ ଫେଲ (kidney failure) ହୋଇଥିଲେ ଶରୀରର ଟକ୍ସିନ ବାହାରକରାଯାଏ ।[] ପ୍ରଥମ କିଛି ବର୍ଷ ହେମୋଡିଆଲିସିସ (hemodialysis) ଅପେକ୍ଷା ପେରିଟୋନିଆଲ ଡିଆଲିସିସ ଅଧିକ ଫଳପ୍ରଦହୁଏ । ହୃତ୍‌ପିଣ୍ଡ ରୋଗ (heart disease) ଥିବା ଲୋକ ଏହା ଅଧିକ ସ‌ହନ କରିପାରନ୍ତି ।[]

Quick Facts ପେରିଟୋନିଆଲ ଡିଆଲିସିସ/Peritoneal dialysis, ICD-9-CM ...

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ପେରିଟୋନାଇଟିସ (infections within the abdomen), ହାର୍ନିଆ (hernia), ଉଚ୍ଚ ରକ୍ତଚାପ, ଉଦରରେ ରକ୍ତସ୍ରାବ ଓ କାଥେଟର ଅବରୁଦ୍ଧ ହୋଇପାରେ । ପୂର୍ବରୁ ଉଲ୍ଲେକନୀୟ ଉଦର ଅପରେଶନ (abdominal surgery) ହୋଇଥିଲେ ବା ଇନଫ୍ଲାମେଟରି ବାୱେଲ ଡିଜିଜ (inflammatory bowel disease) ଥିଲେ ଏହି ଡିଆଲିସିସ ସମ୍ଭବପର ହୁଏନି ।[] ଏହି କାମ ସୁଚାରୁରୁପେ କରିବା ନିମନ୍ତେ ଟେକନିକାଲ ଦକ୍ଷତା ଆବଶ୍ୟକ ।[]

ପେରିଟୋନିଆଲ ଡିଆଲିସିସରେ ଏକ ନିର୍ଦ୍ଦଷ୍ଟ ଦ୍ରବଣ ଉଦର ନିମ୍ନ ଭାଗରେ ଏକ ନଳୀ ମାଧ୍ୟମରେ ଭର୍ତ୍ତି କରିଦିଆଯାଏ ଓ ବାହାର କରିଦିଆଯାଏ । ସାରା ଦିନ ଏଭଳି ନିୟମିତ ଅନ୍ତରରେ ଡିଆଲିସିସ କଲେ ତାହାକୁ କଣ୍ଟିନୁଅସ ଆମ୍ବୁଲେଟରି ଡିଆଲିସିସ କୁହାଯାଏ ବା କେବଳ ରାତିରେ ଏକ ଯନ୍ତ୍ର ସାହାଯ୍ୟରେ ଡିଆଲିସିସ କଲେ ତାହାକୁ ଅଟୋମେଟେଡ ଡିଆଲିସିସ କୁହାଯାଏ । ଏହି ଦ୍ରବଣରେ ସୋଡ଼ିଅମ କ୍ଲୋରାଇଡ (sodium chloride), ହାଇଡ୍ରୋଜେନ କାର୍ବୋନେଟ (hydrogen carbonate) ଓ ଗ୍ଲୁକୋଜ (glucose) ଭଳି ଏକ ଅସ୍‌ମୋଟିକ ଏଜେଣ୍ଟ ଥାଏ ।[]

ସନ ୧୯୨୦ରେ ପ୍ରଥମେ ପେରିଟୋନିଆଲ ଡିଆଲିସିସ କରାଯାଇଥିଲେ ମଧ୍ୟ ସନ ୧୯୬୦ ପର୍ଯ୍ୟନ୍ତ ଏହା ଦୀର୍ଘକାଳୀନ ଭିତ୍ତିରେ କାର୍ଯ୍ୟକାରୀ ହୋଇନଥିଲା ।[] ଏଥିରେ ବ୍ୟବ‌ହୃତ ହେଉଥିବା ଦ୍ରବଣର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଦ୍ରବଣର ଦୁଇଲିଟରଥିବା ଏକ ବ୍ୟାଗର ମୂଲ୍ୟ ୬.୭୭ରୁ ୭.୩୦ ଆମେରିକୀୟ ଡଲାର ବା ବାର୍ଷିକ ଖର୍ଚ୍ଚ ପ୍ରାୟ ୧୨,୦୦୦ଡଲାର ।[][] ଯୁକ୍ତରାଷ୍ଟ୍ର ଆମେରିକାରେ ସରକାର ଏହା ବାବଦରେ ବାର୍ଷିକ ୫୩,୪୦୦ ଆମେରିକୀୟ ଡଲାର ଖର୍ଚ୍ଚ କରନ୍ତି ।[] ସନ ୨୦୦୯ ସୁଦ୍ଧା ୫୩ ଆଫ୍ରକୀୟ ଦେଶମାନଙ୍କ ମଧ୍ୟରୁ ୧୨ଟି ଦେଶରେ ଏହା ମିଳୁଥିଲା ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads