ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ

From Wikipedia, the free encyclopedia

ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ
Remove ads

ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ (ଇଂରାଜୀ ଭାଷାରେ Platelet transfusion, ଅନ୍ୟ ନାମ ପ୍ଲାଟେଲେଟ କନସେଣ୍ଟ୍ରେଟ, ଏକ ପଦାର୍ଥ ଯାହା ଥ୍ରୋମ୍ବୋସାଇଟିପେନିଆ (low platelet count) ବା ସ୍ୱଳ୍ପ ପ୍ଲାଟେଲେଟ କାମ (poor platelet function) ଯୋଗୁ ରକ୍ତସ୍ରାବ (bleeding) ହେଉଥିଲେ ତାହାର ପ୍ରତିଷେଧ ବା ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[] କର୍କଟ କେମୋଥେରାପ (cancer chemotherapy) ନେଉଥିବା ଲୋକଙ୍କର ଏହା ସମସ୍ୟା ସାଧାରଣତଃ ହୁଏ ।[] ପ୍ଲେଟେଲେଟ ସ୍ତର ୧୦x୧୦/ ଲିରୁ କମ୍ ଥିଲେ ପ୍ରତିଷେଧ ନିମନ୍ତେ ଦିଆଯାଏ ।[] ରକ୍ତସ୍ରାବ ହେଉଥିବା ଲୋକର ପ୍ଲାଟେଲେଟ ସ୍ତର ୫୦x୧୦/ଲିରୁ କମ୍ ଥିଲେ ଏହା ଦିଆଯାଏ ।[] ପ୍ଲାଟେଲେଟ ଦେବା ପୂର୍ବରୁ କ୍ରସ ମ୍ୟାଚିଙ୍ଗ (Cross matching) କରିବା ଆବଶ୍ୟକ ।[] ଏହା ଶିରାଭ୍ୟନ୍ତରରେ ଇଞ୍ଜେକସନ (injection into a vein ଆକାରରେ ଦିଆଯାଏ ।[]

Quick facts Clinical data, ATC code ...

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ଭଳି ଆଲର୍ଜି ପ୍ରତିକ୍ରିୟା, ସଂକ୍ରମଣ (infection) ଓ ଟ୍ରାନ୍ସଫ୍ୟୁଜନ ଜନିତ ଫୁସଫୁସ ଆଘାତ (lung injury) ହୋଇପାରେ ।[] ପ୍ଲାଟେଲେଟ ଷ୍ଟୋର ହେଉଥିବା ସ୍ଥାନର ଉଷ୍ମତା ଯୋଗୁ ଜୀବାଣୁ ସଂକ୍ରମଣ (Bacterial infections) ସାଧାରଣଃ ଅଧିକ ଦେଖାଯାଏ ।[] ସମ୍ପୁର୍ଣ୍ଣ ରକ୍ତରୁ (whole blood) ବା ଆଫେରେସିସଦ୍ୱାରା (apheresis) ପ୍ଲାଟେଲେଟ ସଂଗୃହିତ ହୁଏ । [] ଏହା ସଂଗୃହିତ ହେବା ପରେ ୫ରୁ ୭ଦିନ ପର୍ଯ୍ୟନ୍ତ ରହିପାରେ ।[]

ପ୍ଲାଟେଲେଟ ବ୍ୟବ‌ହାର ୧୯୫୦ ପ ୧୯୬୦ ଦଶକରୁ ବ୍ୟବ‌ହୃତ ହେବା ଆରମ୍ଭ ହେଲା ।[][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ୟୁନିଟର ମୂଲ୍ୟ ପ୍ରାୟ ୨୦୦ ପାଉଣ୍ଡ ।[] ଏହାର କେତେକ ସଂସ୍କରଣରେ ଶ୍ୱେତ ରକ୍ତ କଣିକାମାନ (white blood cells) ଆଂଶିକ ଭାବେ ବାହାର କରିଦିଆଯାଇଥାଏ ବା ଗାମା ରାଡିଏସନ (gamma irradiated) କରାଯାଇଥାଏ କାରଣ ଏହା କେତେକ ଲୋକଙ୍କ ପ୍ରତି ଉପକାରୀ ସାବ୍ୟସ୍ତ ହୁଏ ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads