ଥ୍ରୋମ୍ବୋସାଇଟୋପେନିଆ
ଥ୍ରୋମ୍ବୋସାଇଟୋପେନିଆ (ଇଂରାଜୀ ଭାଷାରେ Thrombocytopenia) କୁହାଯାଏ ଯେତେବେଳେ ରକ୍ତରେ ଥିବା ପ୍ଲାଟେଲେଟ ସ୍ତର କମିଯାଏ । From Wikipedia, the free encyclopedia
Remove ads
ଥ୍ରୋମ୍ବୋସାଇଟୋପେନିଆ (ଇଂରାଜୀ ଭାଷାରେ Thrombocytopenia) କୁହାଯାଏ ଯେତେବେଳେ ରକ୍ତରେ ଥିବା ପ୍ଲାଟେଲେଟ ସ୍ତର କମିଯାଏ ।[୧] ଏହାର ଲକ୍ଷଣ ମଧ୍ୟରେ ଶରୀର ଭିତରେ, ଚର୍ମରେ ଓ ବାହାରେ ଯେପରିକି ମାଢ଼ିରେ ରକ୍ତସ୍ରାବ ହୋଇପାରେ | [୧] ଚର୍ମ ଭିତରେ ରକ୍ତସ୍ରାବ ହେଲେ ତାହାକୁ ପରପ୍ୟୁରା (ବାଇଗଣୀ ବ୍ରୁଇ) କିମ୍ବା ପେଟେକିଆ (ଛୋଟ ଲାଲ୍ ବିନ୍ଦୁ) କୁହାଯାଏ । [୧]
ପ୍ଲାଟେଲେଟ ତିଆରି କମ୍ ହେଲେ, ଅଧିକ ପ୍ଲାଟେଲେଟ ନଷ୍ଟ ହୋଇଗଲେ କିମ୍ବା ପ୍ଲୀହାରେ ଅଧିକ ପ୍ଲାଟେଲେଟ ରହିଗଲେ ରକ୍ତରେ ସ୍ୱଳ୍ପ ପ୍ଲାଟେଲେଟ ସ୍ତର ଦେଖାଯାଏ ।[୧] ଲିଉକେମିଆ, ଆପ୍ଲାଷ୍ଟିକ ରକ୍ତହୀନତା, କେତେକ ରାସାୟନିକ ପଦାର୍ଥ, ଔଷଧ, ମଦ୍ୟପାନ, ଭୂତାଣୁ ସଂକ୍ରମଣ ଏବଂ ଜେନେଟିକ୍ ପରିବର୍ତ୍ତନ ହେତୁ ପର୍ଯ୍ୟାପ୍ତ ପ୍ଲାଟେଲେଟ ଉତ୍ପାଦନ ହୋଇପାରେ ନାହିଁ । [୧] ଇମ୍ମ୍ୟୁନ ଥ୍ରୋମ୍ବୋସାଇଟୋପେନିଆ, କେତେକ ଔଷଧ ସଂକ୍ରମଣ, ଅସ୍ତ୍ରୋପଚାର, ଗର୍ଭାବସ୍ଥା, ଥ୍ରୋମ୍ବୋଟିକ୍ ଥ୍ରୋମ୍ବୋସାଇଟୋପେନିକ ପୁରପୁରା (ଟିଟିପି) ଏବଂ ବିସ୍ତାରିତ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ (DIC) ହେତୁ ପ୍ଲାଟେଲେଟମାନଙ୍କର ବର୍ଦ୍ଧିତ ବିନାଶ ହୋଇପାରେ । [୧] ବର୍ଦ୍ଧିତ ପ୍ଳିହାରେ ଅତ୍ୟଧିକ ପ୍ଲାଟେଲେଟ ରହିପାରେ । [୧] ବୟସ୍କମାନଙ୍କଠାରେ ପ୍ରତି ଲିଟର ରକ୍ତରେ ସାଧାରଣତଃ ୧୫୦ରୁ ୪୫୦ x ୧୦୯ ସଂଖ୍ୟକ ପ୍ଲାଲେଟ୍ ଥାଏ (୧୫୦,୦୦୦ରୁ ୪୫୦,୦୦୦ ପ୍ରତି ମିମି 3 ) ଓ ଏହା ତଳକୁ ରକ୍ତ ପ୍ଲେଟେଲେଟ ସ୍ତର ଥିଲେ ଥ୍ରୋମ୍ବୋସାଇଟୋପେନିଆ ରୋଗ ନାମ ଦିଆଯାଏ | [୨]
ଏହାର ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [୧] ସାମାନ୍ୟ ରୋଗ ହୋଇଥିଲେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନି । [୧] ଗୁରୁତର ରୋଗରେ କର୍ଟିକୋଷ୍ଟିରଏଡ, ରିଟକ୍ସିମାବ କିମ୍ବା ଏଲଟ୍ରୋମ୍ବୋପାଗ ଦିଆଯାଏ । [୧] ପ୍ଲାଟେଲେଟ୍ ସ୍ତର ଲିଟର ପ୍ରତି ୨୦ x ୧୦୯ ତଳକୁ ଖସିଲେ ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ ସୁପାରିଶ କରାଯାଇପାରେ | [୨] ଔଷଧ ପ୍ରଭାବଶାଳୀ ନହେଲେ ପ୍ଲୀହାର ଅସ୍ତ୍ରୋପଚାର କରାଯାଏ ।[୧] ଏହି ରୋଗ ଅପେକ୍ଷାକୃତ ସାଧାରଣ ରୋଗ ଓ ଇଣ୍ଟେନସିଭ କେୟାର ୟୁନିଟରେ ଥିବା ରୋଗୀଙ୍କ ମଧ୍ୟରୁ ଅଧା ଲୋକଙ୍କର ଏହି ଅବସ୍ଥା ଥାଏ । [୩]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads