ସୋଫୋସବୁଭିର
From Wikipedia, the free encyclopedia
Remove ads
ସୋଫୋସବୁଭିର (ଇଂରାଜୀ ଭାଷାରେ Sofosbuvir, ବିକ୍ରୟ ନାମ ସୋଭାଲଡି/Sovaldi) ଏକ ଔଷଧ ଯାହା ହେପାଟାଇଟିସ ସି ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ । [୨] ଏହା ରିବାଭିରିନ, ପେଜିଣ୍ଟରଫେରନ-ଆଲଫା (peginterferon-alfa), ସିମେପ୍ରେଭିର, ଲେଡିପାସଭିର (ledipasvir) ଓ ଡାକ୍ଲାଟାସଭିର ଇତ୍ୟାଦି ଔଷଧମାନଙ୍କ ସହିତ ମିଶ୍ରିତ କରି ଦିଆଯାଏ ।[୩] ହେପାଟାଇଟିସ ସି ଭୁତାଣୁ (hepatitis C virus) ପ୍ରକାର ଅନୁସାରେ ଏହା ୩୦ରୁ୯୭% କେଶରେ ଆରୋଗ୍ୟ ହୁଏ ।[୪] ଗର୍ଭାବସ୍ଥାରେ ଏହାର ଭୂମିକା ସ୍ପଷ୍ଟ ହୋଇନାହିଁ ଓ କେତେକ ମିଶ୍ରିତ ଔଷଧ ଶିଶୁପ୍ରତି ହାନି ପହୁଞ୍ଚାଏ ।[୪] ଏହା ପାଟିରେ ଦିଆଯାଏ ।[୨]
ଏହି ଔଷଧଦ୍ୱାରା ସାଧାରଣତଃ ଥକ୍କା ଅନୁଭବ, ମୁଣ୍ଡବଥା, ଅଇ ଓ ନିଦ୍ରା ସମସ୍ୟା ଦେଖାଯାଇପାରେ ।[୨] ଇଣ୍ଟରଫେରନ ମିଶ୍ରତ ଥିଲେ ପ୍ରତିକ୍ରିୟା ସମ୍ଭାବନା ଅଧିକ ଦେଖାଯାଏ ।[୫]:7 ପୂର୍ବରୁ ହେପାଟାଇଟିସ ବି ରୋଗ ସଂକ୍ରମଣ ଇତିହାସ ଥିଲେ ଏହି ଔଷଧ ସେବନ କଲେ ଏହି ରୋଗର ପୁନରୁତ୍ଥାନ ହୋଇପାରେ ।[୬] ଲେଡିପାସଭିର, ଡାକ୍ଲାଟାସଭିର ବା ସିମେପ୍ରେଭିର ସହିତ ଏହାର ମିଶ୍ରଣ ଥିଲେ ଆମିଡାରୋନ (amiodarone) ଦିଆଯାଏନାହିଁ କାରଣ ଏହାଦ୍ୱାରା ଧୀର ହୃତ୍ସ୍ପନ୍ଦନ (abnormally slow heartbeat) ସଙ୍କଟ ବଢ଼ିଯାଏ ।[୫] ଏହା ନ୍ୟୁକ୍ଲିଓଟାଇଡ ଆନାଲଗ (nucleotide analog) ଶ୍ରେଣୀର ସୋଫୋସଭିର ଏକ ଔଷଧ ଯାହା ହେପାଟାଇଟିସ ସି ଏନଏସ୫ବି (NS5B) ପ୍ରୋଟିନକୁ ଅବରୋଧ କରେ ।[୭]
ସନ ୨୦୦୭ରେ ସୋଫୋସଭିର ଆବିଷ୍କୃତ ହେବାପରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୩ରେ ସ୍ୱୀକୃତ ହୋଇଥିଲା ।[୩][୮] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୯] ସନ ୧୦୧୬ରେ ଏହାର ୧୨ ସପ୍ତାହ କୋର୍ଷର ମୂଲ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ୮୪,୦୦୦, ସଂଯୁକ୍ତ ରାଷ୍ଟ୍ରରେ ୫୩,୦୦୦, କାନାଡ଼ାରେ ୪୫,୦୦୦ ଓ ଭାରତରେ ୪୮୩ ଡଲାର ଥିଲା ।[୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବିକ୍ରି ହେବାର ୩୦ ସପ୍ତାହ ମଧ୍ୟରେ ୬୦,୦୦୦ଲୋକଙ୍କର ଚିକିତ୍ସା କରାଯାଇଥିଲା ।[୧୧]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads